ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଚେତନତା ଅଭିଯାନ

ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଚେତନତା ଅଭିଯାନ

ଅଦ୍ୟ ତା. ୨୩.୦୬.୨୦୨୬ ରିଖରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ, କଳାହାଣ୍ଡି ପକ୍ଷରୁ 15 ଦିନିଆ “ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଚେତନତା ଅଭିଯାନ” ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା ସଭା ଶ୍ରୀ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କଳାହାଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀ ସୁଶାନ୍ତ ସିଂ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଶ୍ରୀମତୀ ପରିମିତା ମିଶ୍ର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଶ୍ରୀ ମୁକ୍ତି କୁମାର କୁଲ୍ଲୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ମହାପାତ୍ର, ଶିଶୁ କଲ୍ୟାଣ ସମିତି, ଅଧ୍ୟକ୍ଷା ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଦୀନେଶ କୁମାର କହଁର ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟର ଅଧିକାରୀ ଯଥା ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଅଧିକାରୀ ବୃନ୍ଦ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା, ବଣିକ ସଂଘ, ହୋଟେଲ ମାଲିକ ସଂଘ, ସାମାଜିକ ସୁରକ୍ଷା କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଶିଶୁ ଶ୍ରମ ଆଇନ କଡାକଡି ଭାବେ ପାଳନ କରିବା ନିମନ୍ତେ ଅବଗତ କରାଇଥିଲେ।

ବୈଠକରେ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା। ୧୪ ବର୍ଷରୁ କମ୍ ଶିଶୁମାନଙ୍କୁ କୌଣସି ବି ଦୋକାନ, ହୋଟେଲ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ନିୟୋଜିତ ନ କରିବା ଏବଂ (୧୪ ବର୍ଷ ରୁ ଉର୍ଦ୍ଧ ୧୮ ବର୍ଷ ରୁ କମ) କିଶୋରମାନଙ୍କୁ ବିପଦସଙ୍କୁଳ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରତିକୂଳ ପରିସ୍ଥିତିରେ ଥିବା ଶିଶୁ ଓ କିଶୋରମାନଙ୍କୁ ଚିହ୍ନଟ କରି ସେମାନଙ୍କର ଉଦ୍ଧାର, ପୁନର୍ବାସ ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା। ଏହା ସହିତ ପ୍ରତ୍ୟେକ ଶିଶୁଙ୍କ ଶିକ୍ଷାର ଅଧିକାର ସୁନିଶ୍ଚିତ କରିବା, ସେମାନଙ୍କର ସର୍ବାଙ୍ଗୀନ ବିକାଶ, ଦକ୍ଷତା ବୃଦ୍ଧି ଏବଂ ସୁରକ୍ଷିତ ତଥା ସମ୍ମାନଜନକ ଭବିଷ୍ୟତ ଗଠନ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ଓ ସମୁଦାୟର ସକ୍ରିୟ ସହଭାଗିତା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା । ଏହି ସଭାରେ ଶ୍ରମ ବିଭାଗର ସମସ୍ତ ସହଶ୍ରମ ଅଧିକାରୀମାନେ ଉପସ୍ଥିତ ରହି ଶେଷରେ ଶ୍ରୀ ଜିତମ ମାଝୀ, ସହଶ୍ରମ ଅଧିକାରୀ ଭବାନୀପାଟଣା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଟିକୁ ସାଙ୍ଗ କରାଗଲା 

ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ

Related posts

ଖବରକାଗଜ ବିତରକ ଭାଇ ଙ୍କ ସହ ବିଧାୟକଙ୍କ ଆଲୋଚନା 

masiha

ମତ୍ସ୍ୟ ଓ ପ୍ରାଣୀ ସମାବେଶ ରେ ୨ ଟି ବ୍ଲକରୁ ୪୦ ଜଣ ଚାଷୀ ଙ୍କ ଭୁବନେଶ୍ଵର ଯାତ୍ରା 

masiha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡ ବିଜୟ କେତନ ଉପାଧ୍ୟାୟ ଙ୍କ ନବରଙ୍ଗପୁର ଜିଲ୍ଲାକୁ ଗସ୍ତ

masiha

Leave a Comment

error: Content is protected !!