ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ଯୋଗ ଶିବିର ସୁସ୍ଥ ଓ ସନ୍ତୁଳିତ ଜୀବନଶୈଳୀର ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ଯୋଗ ଶିବିର

ସୁସ୍ଥ ଓ ସନ୍ତୁଳିତ ଜୀବନଶୈଳୀର ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ

ରାଇରଙ୍ଗପୁର –  ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ପୌରପିଳିକା କାର୍ଯ୍ୟାଳୟ ପରିସରରେ ୧୨ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ଅନ୍ୟତମ ଅତିଥି ପ୍ରାକ୍ତନ ଏସଡିଏମଓ ଡ଼ାଃ ପି ମାଣିକେଶ୍ବରୀ ,ସାଂସଦ ପ୍ରତାନିଧି ମନୋଜ ଦାସ ଯୋଗ ଦେଇଥିଲେ ।ମୁଖ୍ୟ ଅତିଥି ସାଂସଦ ନବ ଚରଣ ମାଝୀ କହିଥିଲେ ଭାରତର ପ୍ରାଚୀନ ପରଂପରାରେ ଏକ ଅମୂଲ୍ୟ ଦାନ ଯାହା ଆଜି ବିଶ୍ବବ୍ୟାପୀ ସ୍ଵୀକୃତି ଲାଭ କରିଛି ।ସେହିଭଳି ଡ଼ାଃ ପି ମାଣିକେଶ୍ବରୀ କହିଥିଲେ ନିୟମିତ ଯୋଗାଭ୍ୟାସ ଦ୍ଵାରା ଶାରିରୀକ, ମାନସିକ, ଓ ଆଧ୍ୟାତ୍ମିକ ବିକାଶ ସମ୍ଭବ ହୋଇଥାଏ ଏବଂ ଏହା ଏକ ସୁସ୍ଥ ଓ ସକାରାତ୍ମକ ସମାଜ ଗଠନରେ ସହାୟକ ହୋଇଥାଏ । ଡାଃ ପି ମାଣିକେଶ୍ବରୀ ଯୋଗ ଶିବିରରେ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ ପ୍ରାଣାୟମ,ବିଭିନ୍ନ ପ୍ରକାରର ଯୋଗାସନ ଉପରେ ତାଲିମ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମନ୍ତ୍ରୀ ମୃତ୍ୟୁଞ୍ଜୟ ପହି,ଆକାଙ୍ଟସ୍ ଅଫିସର ତନ୍ମୟ ସାହୁ,ନିଳକଣ୍ଠ ବିଶ୍ବାଳ,ଏବଂ ପୌରପାଳିକାର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଜୁନାଗଡ଼ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ବହଳଦାରେ ବ୍ଳକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା;୨୪୫ ଜଣ ଆଶାୟୀ

masiha

ଭବାନୀପାଟଣା ଠାରେ ଜାତୀୟ କୃମିନାଶକ ଦିବସ ପାଳିତ

masiha

Leave a Comment

error: Content is protected !!