ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଶା ମ୍ୟାନଜରକୁ ବିଦାୟ, ନୂତନ କୁ ସ୍ୱାଗତ କାର୍ଯ୍ୟକ୍ରମ 

ଜିଲ୍ଲା ଆଶା ମ୍ୟାନଜରକୁ ବିଦାୟ, ନୂତନ କୁ ସ୍ୱାଗତ କାର୍ଯ୍ୟକ୍ରମ 

ବ୍ରହ୍ମପୁର :-୨୪/୦୬ ଜାତୀୟ ସ୍ୱାସ୍ଥ୍ୟ ମିଶନ ଗଞ୍ଜାମ ଜିଲ୍ଲା ର କାର୍ଯ୍ୟରତ ଆଶା ଓ ଗାଁ କଲ୍ୟାଣ ସମିତି ର ସହ ପରିଚାଳକ ଏବଂ ସହ ପରିଚାଳକ କ୍ୱାଲିଟି, କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ସହ ନୂତନ ଆଶା ମ୍ୟାନେଜରଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ଅନୁଷ୍ଠିତ କରାଯାଇଥିଲା l ଗଞ୍ଜାମ ଜିଲ୍ଲା ସ୍ବେଛାସେବୀ ତାଲିମଦାତା ପ୍ରଦାନକାରୀ ସଙ୍ଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସିଡିଏମ ଡାକ୍ତର ଭବାନୀ ଶଙ୍କର ମିଶ୍ର,ଜିଲ୍ଲା ପ୍ରକଳ୍ପ ପରିଚାଳକ ବୁଲୁନାଥ ସାହୁ,ପୁରାତନ ଆଶା ଓ ଗାଁ କଲ୍ୟାଣ ସମିତି ର ସହ ପରିଚାଳକ ଆଶିଷ କୁମାର ମିଶ୍ର, ସହ ପରିଚାଳକ କ୍ୱାଲିଟି ସଞ୍ଜୟ କୁମାର ପରିଡା, ନୂତନ ଆଶା ମ୍ୟାନଜେର ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଗଞ୍ଜାମ ଜିଲ୍ଲା ର ଅନେକ ବ୍ଲକ, ସହରାଞ୍ଚଳ ର ଆଶା କର୍ମୀ ମାନେ ଯୋଗ ଦେଇଥିଲେ l ଗଞ୍ଜାମ ଜିଲ୍ଲା ରେ ଏହି ଦୁଇ ଅଧିକାରୀ କୋଭିଡ ମହାମାରୀ ଏବଂ ଦୀର୍ଘ ୦୯ ବର୍ଷ ସମୟ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ଗାଁ ଗାଁ ରେ ପହଂଚିବାରେ ସହଯୋଗ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ତାଲିମ ଦାତା ସଙ୍ଘର ସୁଜାତା ପଟନାୟକ, ହରିହର ପାଢ଼ୀ, ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଆଶା ମ୍ୟାନେଜର ଓ କ୍ୟାଲିଟି ମେନେଜରଙ୍କୁ ପୁଷ୍ପଗୁଚ୍ଛ, ଉପଢୋକନ ମାନପତ୍ର ଦେଇ ବିଦାୟକାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ବେଳେ ନୂତନ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା l ଜିଲ୍ଲା ରେ ଆଶା ଦିଦି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ସରକାରଙ୍କ ସ୍ୱାସ୍ଥ୍ୟ ସେବାକୁ ଘର ପାଖରେ କିଭଳି ସୁଗମ ରେ ମିଳିପାରିବ ସେ ନେଇ ଚେଷ୍ଟା କରିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା l

Related posts

ଗାଲପଡ଼ାଗ୍ରାମ ପାଇଁ ଗୌରବ ଆଣିଲେ ତପସ୍ଵିନୀ ନାଏକ

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଶ୍ରୀ ଶ୍ୟାମ ପ୍ଲାଇ ହାଉସ ସୋ ରୁମ୍ ଉଦଘାଟିତ

Sunil Chandra Nayak

ଜଳେଶ୍ଵରରେ ଆର୍ନ୍ତଜାତୀୟ ପ୍ରତିମୂର୍ତ୍ତି ସଫେଇ ତଥା ସଂରକ୍ଷଣ ଦିବସ ପାଳନ: ଅଂଶ ଗ୍ରହଣ କଲେ ୧୨ ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!