ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦବ୍ୟାସ ବିକାଶ ମଞ୍ଚର ନଦୀବନ୍ଧ ଓ ଜଳଭଣ୍ଡାର ଦାବି

ବେଦବ୍ୟାସ ବିକାଶ ମଞ୍ଚର ନଦୀବନ୍ଧ ଓ ଜଳଭଣ୍ଡାର ଦାବି 

ରାଉରକେଲା: ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ବ୍ୟାସକ୍ଷେତ୍ର ସଙ୍ଗମ ସ୍ଥଳରେ ଶଙ୍ଖ ସେତୁ, ନିର୍ମାଣଧୀନ କୋଇଲି ସେତୁ ଏବଂ ଦ୍ଵିତୀୟ ବ୍ରାହ୍ମଣୀ ସେତୁ ପରିମିତ ଅଞ୍ଚଳରେ ଏକ ଜଳ ଭଣ୍ଡାର ସୃଷ୍ଟି ସହିତ ନଦୀର ଉଭୟ ପାର୍ଶ୍ୱରେ ନଦୀବନ୍ଧ, ନଦୀବନ୍ଧ ରାସ୍ତା, ପଥର ବନ୍ଧ ଏବଂ ପାହାଚ ନିର୍ମାଣ ପାଇଁ ଗତ୨୦୨୪ ମସିହା ନଭେମ୍ବର ୫ ତାରିଖ ଏବଂ ୨୦୨୫ ମସିହା ମାର୍ଚ୍ଚ ୩୦ ତାରିଖରେ ଦୁଇଥର ମୁଖ୍ୟମନ୍ତ୍ରୀ ମୋହନ କୁମାର ମାଝୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା l ଏହି ପ୍ରକଳ୍ପ ପାଇଁ ସର୍ଭେ କରିବା ନିମନ୍ତେ ଅନୁସଙ୍ଗିକ ଅର୍ଥ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁମୋଦିତ ହୋଇଥିବା କଥା ୦୫.୦୬.୨୦୨୬ ତାରିଖରେ ଅଧିକ୍ଷଣଯନ୍ତ୍ରୀ, ଆଇ. ବି. ଇନଭେସ୍ଟିଗେସନ ଡିଭିଜନ, ସୁନ୍ଦରଗଡ଼ ଇଂ ଦାମୋଦର ଦେହୁରୀ ସଂଗଠନର ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସଙ୍କୁ ସୂଚନା ପ୍ରଦାନ କରିଥିଲେ l ଏହା ସହିତ ଇଂ ଦେହୁରୀ ପ୍ରତିଶୃତି ଦେଇ କହିଥିଲେ ଯେ ସର୍ଭେ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବ l ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗତକାଲି ବେଦବ୍ୟାସ ବିକାଶ ମଞ୍ଚର ପରିଚାଳନା କମିଟି ବୈଠକରେ ସ୍ଥିରୀକୃତ ହୋଇ ଆଜି ତୃତୀୟ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଇମେଲ କରାଯାଇଛି l ଏହି ପତ୍ରରେ ସଭାପତି ବଦ୍ରୀନାରାୟଣ ପାଢ଼ୀ, ଉପସଭାପତି ହୃଷିକେଶ ବଳିୟାର ସିଂହ, ରମାକାନ୍ତ ପାଣ୍ଡେ, ଇଂ ନରେନ୍ଦ୍ର କୁମାର ଦାଶ, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସ, ସମ୍ପାଦକ ଶ୍ରୀକାନ୍ତ କୁମାର ନାୟକ, କୋଷାଧକ୍ଷ ମଧୁସୂଦନ ସାହୁ, କେଦାରନାଥ ପାଢ଼ୀ, ଲଷ୍ମୀନାରାୟଣ ମିଶ୍ର, ଦିବାକର ନନ୍ଦ, କିଶୋର କୁମାର ଓଝା, ଶ୍ୟାମ ସୁନ୍ଦର ଜେନା, ଅର୍ଜୁନ ଚନ୍ଦ୍ର ସାହୁ, ନୀଳାଞ୍ଚଳ ପାଢ଼ୀ, ଟିକେଶ୍ୱର ପ୍ରଧାନ, ଅନ୍ତର୍ଯ୍ୟାମୀ ଓଝା, ଧନଞ୍ଜୟ ପଣ୍ଡା, ମନୋଜ କୁମାର ପାଢ଼ୀ ଏବଂ ଅପୂର୍ଵ କୁଣ୍ଡୁ ପ୍ରମୁଖ ସଦସ୍ୟମାନେ ସ୍ଵାକ୍ଷର କରିଥିଲେ l

ସମସ୍ତଙ୍କର ଜ୍ଞାତସାରରେ ରହିଛି, ବେଦବ୍ୟାସ ପୀଠ ସଙ୍ଗମ ସ୍ଥଳରେ ଶଙ୍ଖ, କୋଇଲି ଓ ସରସ୍ବତୀ ନଦୀ ମିଳିତ ହୋଇଛନ୍ତି, ଯେଉଁଠାରୁ ପୁଣ୍ୟତୋୟା ବ୍ରାହ୍ମଣୀ ନଦୀର ଉତ୍ପତ୍ତି ହୋଇଛି l ଏହି ଅଂଚଳ ଇଂରାଜୀ ଅକ୍ଷର ” (ୱାଇ)”ର ରୂପ ନେଇଥାଏ l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କେବଳ ବର୍ଷା ଦିନ ବ୍ୟତୀତ ସଙ୍ଗମ ସ୍ଥଳରେ ଜଳ ପ୍ରବାହ ନାମକୁ ମାତ୍ର ହୋଇଥାଏ ଏବଂ ପ୍ରତିବର୍ଷ ବର୍ଷା ଜଳ ଯୋଗୁଁ ନଦୀର ଉଭୟ ପାର୍ଶ୍ୱରେ ମୂର୍ତ୍ତିକା କ୍ଷୟ ହୋଇଚାଲିଛି l ତେଣୁ ନଦୀର ଉଭୟ ପାର୍ଶ୍ଵରେ ନଦୀବନ୍ଧ, ନଦୀବନ୍ଧ ଉପରେ ରାସ୍ତା, ପଥର ବନ୍ଧ ଏବଂ ପାହାଚ ନିର୍ମାଣ ସହିତ ଏକ ଜଳଭଣ୍ଡାର ସୃଷ୍ଟି ହେଲେ ବେଦବ୍ୟାସ ପୀଠର ସୌନ୍ଦର୍ଯ୍ୟକରଣ, ପରିବେଶ ସନ୍ତୁଳନ, ପର୍ଯ୍ୟଟକଙ୍କ ପାଇଁ ନୌକା ବିହାର ଏବଂ ମତ୍ସ୍ୟଜୀବିଙ୍କ ପାଇଁ ଅର୍ଥ ଉପାର୍ଜନର ସୁଯୋଗ ସୃଷ୍ଟି ହେବ l ଏହି ସନ୍ଦର୍ଭରେ ପୂର୍ତ୍ତମନ୍ତ୍ରୀ, ସୁନ୍ଦରଗଡ଼ ଜିଲ୍ଲାପାଳ, ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକ, ରାଉରକେଲା ଜଳସେଚନ ବିଭାଜନ ଅଧିକ୍ଷଣଯନ୍ତ୍ରୀ ଏବଂ ସୁନ୍ଦରଗଡ଼ ଜଳସେଚନ (ଆଇ. ବି.) ଅଧିକ୍ଷଣଯନ୍ତ୍ରୀଙ୍କ ନିକଟକୁ ସ୍ମାରକ ପତ୍ର ପ୍ରଦାନ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଛି l ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୨.୧୧.୨୦୨୪ ତାରିଖରେ ରାଉରକେଲା ଜଳସେଚନ ବିଭାଜନ ଅଧିକ୍ଷଣଯନ୍ତ୍ରୀ ଇଂ ଧନଞ୍ଜୟ କଲହ ଏବଂ ୦୩.୦୯.୨୦୨୫ ତାରିଖରେ ପାନପୋଷ ଜଳସେଚନ (ଆଇ. ବି.) ସହାୟକ ନିର୍ବାହୀ ଯନ୍ତ୍ରୀ ଚନ୍ଦ୍ରମଣି ବାବୁଙ୍କ ତତ୍ୱାବଧାନରେ ସହାୟକ ଯନ୍ତ୍ରୀ ଶେଷଦେବ ସେଠୀ ଏବଂ କନିଷ୍ଠ ଯନ୍ତ୍ରୀ ବିଷ୍ନୁପ୍ରିୟା ସା ତ୍ରିବେଣୀ ଘାଟ (ହାଡ଼ପକା ଘାଟ ), ସର୍କିଟ ହାଉସ ନିକଟସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଦ୍ଵିତୀୟ ବ୍ରାହ୍ମଣୀ ସେତୁ ଅଂଚଳ ପରିଦର୍ଶନ କରିଥିଲେ l ଆଶା କରାଯାଏ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବେଦବ୍ୟାସ ବିକାଶ ମଞ୍ଚ ଉପସ୍ଥାପିତ ଜଳ ଭଣ୍ଡାର ପ୍ରକଳ୍ପ ଦାବି ପୂର୍ଣ୍ଣାଙ୍ଗ ରୂପ ନେବା ପୂର୍ବରୁ ସବିଶେଷ ରିପୋର୍ଟ ପ୍ରସ୍ତୁତି ଯଥାଶୀଘ୍ର ଆରମ୍ଭ ହେବ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ଼ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ର ଉତଯାପନୀ ସମାରୋହ

masiha

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଧିରେଜ ଲେଙ୍କା ଙ୍କ ଲୋକପ୍ରିୟତା ବଢୁଛି!ଚୋରା ମଦ ବେପାରୀ ଙ୍କ ମନରେ କୋକୁଆଭୟ

masiha

ମହିମା ମହାବିଦ୍ୟାଳୟରେ “No Till Farming (ବିନା ହଳ ରେ ଚାଷ)” ସମ୍ପର୍କ ରେ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!