ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗ୍ରାମୀ ଅଶୋକ ଭୋଇ ଅମର ରହେ

ସଂଗ୍ରାମୀ ଅଶୋକ ଭୋଇ ଅମର ରହେ

କଣ୍ଟାବାଞ୍ଜି:ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡ଼ଙ୍ଗରପଡା କୋକଡୁଙ୍ଗୁରି ଠାରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡା ର ଅସ୍ଥାୟୀ ସଭାପତି ଲଳିତ ଯାନୀ ଙ୍କ ଆହ୍ୱାନ କ୍ରମେ ପୂର୍ବତନ କନ୍ଧ ସମାଜ ବୁଡୁକା ପ୍ରଗଣା ର ସମ୍ପାଦକ ତଥା ଯୁବ ସାମ୍ବାଦିକ ଅଶୋକ ନାରାୟଣ ଭୋଇ ଙ୍କ ଶ୍ରଦ୍ଧାଞ୍ଜଳି ଶୋକସଭା ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ତାଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦୀପ ପ୍ରଜ୍ୱଳନ କରି ସ୍ବର୍ଗତ ଭୋଇ ଙ୍କ ଅମର ଆତ୍ମା ର ଡ଼ୁମା ପିଦର କୋଣ ରେ ସ୍ଥାନ ପାଇବା ପ୍ରାଥନା କରାଯାଇଥିଲା l ଜଣେ ନିଷ୍କପଟ, ନିର୍ଭିକ ଦାମ୍ଭିକ ସଂଗେ ସଂଗେ ମାନବ ସମାଜ ର ଶୋଷିତ ପୀଡିତ ସ୍ୱର ହୋଇ ଆଦିବାସୀ ମାନଙ୍କର ସ୍ୱାର୍ଥ ପାଇଁ ସ୍ୱର୍ଗତ ଭୋଇ ଲଢେଇ କରୁ ଥିଲେ l ସେ ଜଣେ ପ୍ରକୃତି ପ୍ରେମୀ ସଂଗେ ସଂଗେ ସମାଜ ସଂଗଠକ ଥିଲେ ତାଙ୍କର ବିୟୋଗ ରେ ଗୋଟିଏ ଯୁଗ ର ଅବସାନ ଘଟିଲା ବୋଲି ଆଦିବାସୀ ନେତା ସୁରେଶ ଭୋଇ ଦୁଃଖ ପ୍ରକାଶ କରିଥିଲେ l ଜଣେ ଆଦିବାସୀ ସମାଜ ର ହୀରା କୁ ହରାଇଲୁ ବୋଲି ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ର ସମ୍ପାଦକ ଡିଙ୍ଗର ଭୋଇ ଶୋକ ପ୍ରକଶ କରିଥିଲେ l ଏହି ଶୋକ ସଭାରେ ଈଶ୍ୱର ଭୋଇ, ଜଗଦୀଶ ଭୋଇ,ବ୍ରଜ ଭୋଇ,କୁବେର ଭୋଇ,ମୋତି ଭୋଇ,କପିଳାସ ଭୋଇ, ହାଡିବନ୍ଧୁ ଭୋଇ,ମିନିକେତନ ପାତ୍ର, ଆର୍ତ୍ତ ତ୍ରାଣ ଭୋଇ, ବସନ୍ତ ଭୋଇ ହୀରା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ 

ଡାବୁଗାଁ ଶ୍ରୀ ଜଗନ୍ନାଥ ଙ୍କ ନେତ୍ର ଉତ୍ସବ ପାଳିତ

Sunil Chandra Nayak

ବିଶ୍ଵ ସ୍ପୋର୍ଟ୍ସ ଦିବସ ଅବସରରେ ସାଇକେଲ ରେଲି କରି ସଚେତନ କଲେ ମାରବାଡ଼ି ଯୁବାମଞ୍ଚ

masiha

Leave a Comment

error: Content is protected !!