ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ବିକାଶର ଧାରା, ଓଡ଼ିଶା ସାରା’: ନୂଆପଡାରେ ଜିଲ୍ଲାସ୍ତରୀୟ ଜୈବିକ ଚାଷ କର୍ମଶାଳା ଅନୁଷ୍ଠିତ

‘ବିକାଶର ଧାରା, ଓଡ଼ିଶା ସାରା’: ନୂଆପଡାରେ ଜିଲ୍ଲାସ୍ତରୀୟ ଜୈବିକ ଚାଷ କର୍ମଶାଳା ଅନୁଷ୍ଠିତ 

“ଆସନ୍ତୁ, ଆମେ ମିଳିମିଶି ଜୈବିକ ଚାଷ କରିବା ଓ ମୃତ୍ତିକାର ସ୍ୱାସ୍ଥ୍ୟ ଭଲ ରଖିବା” – ଜିଲ୍ଲାପାଳ 

ନୂଆପଡା,ସୁଜିତ କୁମାର ପ୍ରଧାନ )ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସମ୍ପର୍କ କାର୍ଯ୍ୟକ୍ରମ ‘ବିକାଶର ଧାରା, ଓଡ଼ିଶା ସାରା’ ଅନ୍ତର୍ଗତ ଜୈବିକ ଚାଷ ଓ ପ୍ରଗତିଶୀଳ କୃଷି ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆଜି ସ୍ଥାନୀୟ ନ୍ୟାସନାଲ କଲେଜ ଅଡିଟୋରିୟମରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲୀପ ନିର୍ମଳକର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରତନଲାଲ ଚନ୍ଦ୍ରକାର, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ପ୍ରଗତିଶୀଳ କୃଷକ, କୃଷି ଉଦ୍ୟୋଗୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

କର୍ମଶାଳାରେ ପ୍ରାକୃତିକ ଓ ଜୈବିକ ଚାଷର ଆବଶ୍ୟକତା, ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷା, ଜଳ ସଂରକ୍ଷଣ, ରାସାୟନିକ ସାର ଓ କୀଟନାଶକ ଉପରେ ନିର୍ଭରଶୀଳତା ହ୍ରାସ, ଜଳବାୟୁ ଅନୁକୂଳ କୃଷି ପ୍ରଣାଳୀ ଏବଂ ବୈଜ୍ଞାନିକ କୃଷି ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

କୃଷି ମହାବିଦ୍ୟାଳୟ, କୃଷି ଗବେଷଣା ଓ ପ୍ରଯୁକ୍ତି ସ୍ଥାନାନ୍ତରଣ କେନ୍ଦ୍ର (ଆର୍‌ଆର୍‌ଟିଏସ୍‌), କୃଷି ବିଜ୍ଞାନ କେନ୍ଦ୍ର, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ଏବଂ ଜଳବିଭାଜିକା ବିକାଶ ବିଭାଗର ଅଧିକାରୀ ଓ ବିଶେଷଜ୍ଞମାନେ ନିଜ ନିଜ ବିଭାଗର ବିଭିନ୍ନ ଯୋଜନା, କୃଷି ଭିତ୍ତିକ ଆୟବୃଦ୍ଧିର ସମ୍ଭାବନା ଏବଂ କୃଷକମାନେ କିପରି ଏହି ଯୋଜନାଗୁଡ଼ିକର ସୁଫଳ ପାଇପାରିବେ, ସେ ସମ୍ପର୍କରେ ଅବଗତ କରାଇଥିଲେ। ଉଦ୍ୟାନ ଫସଲରେ ଜୈବିକ ଚାଷର ପ୍ରସାର ଓ ମୃତ୍ତିକା ପରୀକ୍ଷଣର ଉପକାରିତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ସମାବେଶକୁ ସମ୍ବୋଧିତ କରି ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ, କୃଷିକୁ ଲାଭଜନକ ଓ ସ୍ଥାୟୀ କରିବା ପାଇଁ ଜୈବିକ ଓ ପ୍ରାକୃତିକ ଚାଷକୁ ଗୁରୁତ୍ୱ ଦେବା ଆବଶ୍ୟକ। ସେ କୃଷକମାନଙ୍କୁ ରବି ଋତୁରେ ଧାନ ବ୍ୟତୀତ ଡାଲି, ତୈଳବୀଜ, ପନିପରିବା ଓ ଅନ୍ୟାନ୍ୟ ଅଣଧାନ ଫସଲ ଚାଷ କରି ଆୟ ବୃଦ୍ଧି କରିବାକୁ ଆହ୍ୱାନ ଜଣାଇଥିଲେ। “ଆସନ୍ତୁ, ଆମେ ମିଳିମିଶି ଜୈବିକ ଚାଷ କରିବା ଓ ମୃତ୍ତିକାର ସ୍ୱାସ୍ଥ୍ୟ ଭଲ ରଖିବା।”

ରାସାୟନିକ ସାରର ବ୍ୟବହାର ହ୍ରାସ କରି ନାନୋ ୟୁରିଆର ବ୍ୟବହାର ବୃଦ୍ଧି କରିବା ପାଇଁ ମଧ୍ୟ ସେ କୃଷକମାନଙ୍କୁ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳ ଆହୁରି କହିଥିଲେ ଯେ, “ଜିଲ୍ଲା ପ୍ରଶାସନ ଚାଷୀମାନଙ୍କର, ଚାଷୀମାନଙ୍କ ପାଇଁ ଏବଂ ଚାଷୀମାନଙ୍କ ଦ୍ୱାରା। ଜିଲ୍ଲାର କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସଦା ପ୍ରତିବଦ୍ଧ।”

ଏହି ଅବସରରେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିବା ବେଳେ ଜିଲ୍ଲାର କୃତୀ ଓ ପ୍ରଗତିଶୀଳ କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related posts

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରରେ ୟୁ. ଏ .ଏସ. ଟ୍ରେନିଂ କାର୍ଯ୍ୟକ୍ରମ           

masiha

ତିରିଂ ଅଞ୍ଚଳରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ଓ ଵହଳଦା ଅବକାରୀ ବିଭାଗ ତରଫରୁ ବ୍ୟାପକ ଚଢାଉ,ବ୍ୟାପକ ବେଆଇନ ମଦ ଜବତ ସହ ୪ ଜଣଙ୍କୁ କୋର୍ଟ ଚାଲାଣ 

Sunil Chandra Nayak

ଗୋଲାମୁଣ୍ଡା ବ୍ଲକସ୍ତରୀୟ କୃଷକ ସମ୍ବାଦ ଉତ୍ସବ ଓ ଜୈବିକ ସାର କର୍ମଶାଳା ଅନୁଷ୍ଠିତ: ଜୈବିକ ଚାଷ ଉପରେ ଗୁରୁତ୍ୱ

Sunil Chandra Nayak

Leave a Comment

error: Content is protected !!