ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ସାଇ ସତ୍ ଚରିତ ପାରାୟଣ ପାଇଁ ବୈଠକ ଅନୁଷ୍ଠିତ

ଶ୍ରୀ ସାଇ ସତ୍ ଚରିତ ପାରାୟଣ ପାଇଁ ବୈଠକ ଅନୁଷ୍ଠିତ

ଆଜି ଢେଙ୍କାନାଳ ମୀନା ବଜାରସ୍ଥ୍ ସାଇ ଦରବାର ପ୍ରାଙ୍ଗଣରେ ୧୧ତମ ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ ପାଇଁ ବୈଠକ ଅନୁଷ୍ଠିତ ହୋଇଛି।ଏହା ଆସନ୍ତା ଜାନୁୟାରୀ ୨୨ ତାରିଖ ବୁଧବାର ୨୦୨୫ ପାଲିଙ୍କି ଯାତ୍ରା,୨୩ ତାରିଖ ଗୁରୁବାର ୨୦୨୫ ସାଇ ସତ୍ ଚରିତ ପାରାୟଣ ଅଭିନନ୍ଦନ ଗାର୍ଡେନ ଠାରେ ଅନୁଷ୍ଠିତ ହେବ। ଏହି ପରିପେଖିରେ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି।୧୧ ତମ ଏକଦିବସୀୟ ପାରାୟଣ କିପରି ସରସ ସୁନ୍ଦର ଓ ଆକର୍ଷଣୀୟ ହେବା ସହ ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତେ ସୂ ଚିନ୍ତିତ ମତାମତ ଉପସ୍ଥାପନ କଲେ। ଏହି ବୈଠକ ପ୍ରମୋଦ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପରିଶେଷରେ ବ୍ରଜକିଶୋର ମହାନ୍ତି ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇ ବୈଠକକୁ ବିଶ୍ରାମ ଦିଆଯାଇଥିଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଶିକ୍ଷକ ବିନୟ କିଶୋର ଦାଶଙ୍କୁ ବିଦାୟୀ ସମ୍ବର୍ଦ୍ଧନା ,ତିନି ଗୋଟି ଗ୍ରାମରେ ଆବାଳବୃଦ୍ଧବନିତାଙ୍କ ସମ୍ବର୍ଦ୍ଧନା

ଧର୍ମଗଡ ରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ

Sunil Chandra Nayak

ନୃତ୍ୟ ପ୍ରଜ୍ଞା ଉତ୍ସବ ୨୦୨୬: ମନ ମୋହିଲା ଲକି ପ୍ରଜ୍ଞାଙ୍କ ଚିତାକର୍ଷକ ପ୍ରଦର୍ଶନ 

Sunil Chandra Nayak

Leave a Comment

error: Content is protected !!