ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଧୁବନ୍ଧ ନିଲାମ ନ କରି ଏ ବର୍ଷ କାମ ହେବ ତ? ପଡାବାଶି ଙ୍କ ପ୍ରଶ୍ନ

ଉତ୍କେଲା,୧୫/୦୫,( ମ ନି ସ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ର ଅଧିନରେ ଥିବା କେନ୍ଧୁବନ୍ଧ ଉପରେ ଲାଲପଡା ବାସୀ ନିର୍ଭର କରିଥାନ୍ତି। କେନ୍ଧୁବନ୍ଧ ର ଚାରିପାର୍ଶ କଣ୍ଟା ଜାତିୟ ଖଜୁରିଗଛ ବୁଦାଲିଆ ଲଟା ହୋଇ ଘଞ୍ଚ ଜଙ୍ଗଲ ପାଲଟିଛି। ଅନେକ ସରିସୃପ ମଧ୍ୟ ଦେଖାଯିବା ଫଳରେ ସଂନ୍ଧ୍ୟା ସମୟରେ ଯାତାୟାତ ସମୟରେ ଭୟ ଓ ସୁରକ୍ଷିତ ମଣୁ ନାହାଁନ୍ତି ଲୋକେ। ବହୁ ଦିନରୁ ପାଣି ମଧ୍ୟ ନିଷ୍କାସନ ହେବାର ବ୍ୟବସ୍ଥା ନ ଥିବାରୁ ଅଳିଆ ପଦ୍ମନାଡ ପଚି ଦୁର୍ଗନ୍ଧ ହେବା ସହ ଗାଧୋଇଲେ କୁଣ୍ଡାଉଛି। ଗତ ୨୦୨୧-୨୨ ରେ ପଡାବାସୀ ଅନେକ ଥର ପଞ୍ଚାୟତ ଓ ବ୍ଲକ କୁ ଜଣାଇବା ସତ୍ବେ ଏଥିପ୍ରତି ଦୃଷ୍ଟି କେହି ନ ଦେବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା। ଗତ ବର୍ଷ ନିଲାମ ଦିନ ମଧ୍ୟ ବନ୍ଧକୁ ନିଲାମ ନକରି କାମ କରିବା ପାଇଁ ପୁର୍ବ ସରପଞ୍ଚଙ୍କୁ ଅନୁରୋଧ ସତ୍ବେ ନିଲାମ କରାଯାଇଥିଲା। ନିଲାମ ପରେ ପଡାର ମହିଲା ଦଳ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ଙ୍କୁ ମଧ୍ୟ ଜଣାଇଥିଲେ। ତାଙ୍କ ପ୍ରତି ଉତ୍ତର ରେ ନିଲାମ ବର୍ତମାନ ରଦ୍ଧ କରିହେବ ନାହିଁ । ଯେହେତୁ ନିଲାମ ଡକାଯାଇଛି ବର୍ଷକ ପରେ ଏଥିପ୍ରତ ନିଶ୍ଚିତ ଦୃଷ୍ଟି ଦିଆଯାଇ କାମ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ନିଲାମ ର ଅନ୍ତିମ ତାରିଖ ଶେଷ ହେବାକୁ ଯାଉଛି ୟା ପରେ ସତରେ ବିଡିଓ ନିଜ କଥା ରଖିବେ , ନା ଏମିତି ଜାଣିଶୁଣି ନ ଜାଣିଲା ଭଳି ହୋଇ ପୁଣିଥରେ ଗତ ବର୍ଷ ଭଳି ନିଲାମ ଦିଆଯିବ ବୋଲି ସାଧାରଣ ରେ ଆଶଂକା ପ୍ରକାଶ ପାଇଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

ନୀଳଗିରି ପୁଲିସର ଜୁଲମକୁ ରାୟଗଡାର ଗଣମାଧ୍ୟମ ପ୍ରତିନିଧିଙ୍କ ତୀବ୍ର ନିନ୍ଦା , ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ପ୍ରତିଯୋଗିତା ଉପ କମିଟିର ବୈଠକ  

Sunil Chandra Nayak

ଛାତି ଥରିଗଲା ଭଳି ଦୃଶ୍ୟ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଇଟାଭାଟି ମାଲିକ ଙ୍କ ର ମୃର୍ତ୍ତ ଦେହେ ଉଦ୍ଧାର ହତ୍ୟା କାଣ୍ଡର କାରଣ ଖୋଳ ତାଡ଼ ଚାଲିଛି

Sunil Chandra Nayak

Leave a Comment

error: Content is protected !!