ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଏମ୍ ସ୍ୱନିଧି ମହୋତ୍ସବ ଅନୁଷ୍ଠିତ 

ପିଏମ୍ ସ୍ୱନିଧି ମହୋତ୍ସବ ଅନୁଷ୍ଠିତ 

ପିଏମ୍ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ‘ପିଏମ୍ ସ୍ୱନିଧି ମହୋତ୍ସବ’ ଆଜି ତା. ୨୫ ଜୁନ୍ ୨୦୨୬ ରିଖ ଦିନ ଭବାନୀପାଟଣାସ୍ଥିତ ଟାଉନ ହଲଠାରେ ଆୟୋଜିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା), ଶ୍ରୀ ତନ୍ମୟ ଦରୱାନ, ଭବାନୀପାଟଣା ଉପଜିଲ୍ଲାପାଳ ଶ୍ରୀ ପ୍ରଭାତ ପରିଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଭବାନୀପାଟଣା ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ବିଷ୍ଣୁ ପ୍ରଧାନ, ଜୁନାଗଡ଼ ଏନ୍.ଏ.ସି.ର ଅଧ୍ୟକ୍ଷା ଶ୍ରୀମତୀ ହିମାଦ୍ରୀ ନାଏକ, ଧର୍ମଗଡ଼ ଏନ୍.ଏ.ସି.ର ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି, କେସିଙ୍ଗା ଏନ୍.ଏ.ସି.ର ଅଧ୍ୟକ୍ଷ ଶ୍ରୀ ନୃପରାଜ ଯାଦବ, କଳାହାଣ୍ଡି ଲୋକସଭା ସାଂସଦ ଙ୍କ ପ୍ରତିନିଧି ଭାବରେ ସନ୍ତୋଷ ବିଶି, ଧର୍ମଗଡ଼ ବିଧାୟକ ଙ୍କ ପ୍ରତିନିଧି ଭାବରେ ଶ୍ରୀ ନରହରି ପଟ୍ଟନାୟକ , ଭବାନୀପାଟଣା ପୌରପାଳିକା, ଧର୍ମଗଡ଼, କେସିଙ୍ଗା, ନର୍ଲା, ଜୟପାଟଣା ଓ ଜୁନାଗଡ଼ ଏନ୍.ଏ.ସି.ର କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ), ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର (ଏଲ୍.ଡି.ଏମ୍.) ଏବଂ ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଭବାନୀପାଟଣା ପୌରପାଳିକାର ୧୦ ଜଣ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କୁ ପ୍ରଥମ କିସ୍ତି ଋଣର ଚେକ୍ ଏବଂ ଜଣେ ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ଋଣର ଚେକ୍ ଏବଂ ୧୦ ଜଣ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କୁ LOR ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। 

ସେହିପରି ପିଏମ୍ ସ୍ୱନିଧି ଯୋଜନାର ସଫଳ ହିତାଧିକାରୀ ଭାବେ ଭବାନୀପାଟଣା ପୌରପାଳିକା, ଜୁନାଗଡ଼ ଏନ୍.ଏ.ସି., କେସିଙ୍ଗା ଏନ୍.ଏ.ସି. ଓ ଧର୍ମଗଡ଼ ଏନ୍.ଏ.ସି.ର ୧୦ ଜଣ ଲେଖାଏଁ, ତଥା ନର୍ଲା ଓ ଜୟପାଟଣା ଏନ୍.ଏ.ସି.ର ୫ ଜଣ ଲେଖାଏଁ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କୁ ଉପସ୍ଥିତ ଅତିଥିମାନେ ସମ୍ମାନିତ କରିଥିଲେ।କାର୍ଯ୍ୟକ୍ରମରେ ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ରାସ୍ତାପାର୍ଶ୍ୱ ବ୍ୟବସାୟୀମାନଙ୍କର ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ଜୀବିକାର ଉନ୍ନତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର (ଏଲ୍.ଡି.ଏମ୍.) ଉପସ୍ଥିତ ରାସ୍ତାପାର୍ଶ୍ୱ ବ୍ୟବସାୟୀମାନଙ୍କୁ ଡିଜିଟାଲ୍ ପେମେଣ୍ଟ, ଡିଜିଟାଲ୍ କାରବାର (Digital Transaction)ର ସୁବିଧା, ଗୁରୁତ୍ୱ ଏବଂ ଏହାର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନ କରାଇଥିଲେ। ଏଥିସହ ହିତାଧିକାରୀମାନଙ୍କୁ ଯୋଜନା ଦ୍ବାରା ମିଲୁଥିବା ସୁବିଧା ଏବଂ ମିଲିଥିବା ଅର୍ଥ ର ସଦୁପଯୋଗ କରି ନିଜ ବ୍ୟବସାୟକୁ ଅଧିକ ସୁଦୃଢ଼ କରିବା ପାଇଁ ଉତ୍ସାହିତ କରାଯାଇଥିଲା। ଶେଷରେ ଉପସ୍ଥିତ ଅତିଥି, ହିତାଧିକାରୀ ଓ ସାଧାରଣ ଜନତାଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଵିଞ୍ଜଧର ଜଳପ୍ରପାତ ଉନ୍ନତିକରଣ ରେ ଦୁର୍ନିତି ର ଗନ୍ଧ ନେଇ ବିଜେପି ଫ୍ୟାକ୍ଟ କମିଟିର ପରିଦର୍ଶନ;ଵ୍ଯାପକ ଦୁନ୍ନିତିର ଗନ୍ଧ ନେଇ ଗର୍ଜିଲା ବିଜେପି; ଡିଏଫଓ ଲୁଚୁଛନ୍ତି; ଫଳକ ଅଛି, ଲେଖା ନାହିଁ;ସ୍ଥାନୀୟ ଶ୍ରମିକଙ୍କୁ କାମ ନାହିଁ

Sunil Chandra Nayak

୧- ନିହଲପ୍ରସାଦ ଥାନା ଅଧୀନ ବେଲମାଳିଆ ଗ୍ରାମ ନିକଟରେ ସୋଲାର/ବିଦ୍ୟୁତ୍ ତାର (Fencing) ସଂସ୍ପର୍ଶରେ ଆସି ଏକ ନିରୀହ ମା’ ହାତୀର ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ଘଟଣା! , ୨-ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳିତ, ୩- ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ATM ଶାଖା ରୋଡ ସାଇଡ ରୁ ଏକ ଫିଲ୍ପକlର୍ଟ ATM କାର୍ଡ ହସ୍ତଗତ

Sunil Chandra Nayak

ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ

Sunil Chandra Nayak

Leave a Comment

error: Content is protected !!