ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଵୟୁଗ ପରିବାର ଆୟୋଜିତ “ଏକାମ୍ର କ୍ଷେତ୍ର ଚନ୍ଦନ ଉତ୍ସବ–୨୦୨୬” ଭବ୍ୟ ସମାରୋହରେ ଅନୁଷ୍ଠିତ

ଦେଵୟୁଗ ପରିବାର ଆୟୋଜିତ “ଏକାମ୍ର କ୍ଷେତ୍ର ଚନ୍ଦନ ଉତ୍ସବ–୨୦୨୬” ଭବ୍ୟ ସମାରୋହରେ ଅନୁଷ୍ଠିତ

ଭୁବନେଶ୍ୱର, ୨୫ ଜୁନ: ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ, ମାଉସୀମା ଛକଠାରେ ଦେଵୟୁଗ ପରିବାର ପକ୍ଷରୁ ସଂସ୍ଥାପକ ଓ ଅଧ୍ୟକ୍ଷ ଶ୍ରୀ ଦେବବ୍ରତ ନାୟକଙ୍କ ନେତୃତ୍ୱରେ “ଏକାମ୍ର କ୍ଷେତ୍ର ଚନ୍ଦନ ଉତ୍ସବ–୨୦୨୬” ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଗରିମାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ଅବସରରେ ପ୍ରଭୁ ଶ୍ରୀ ଶ୍ରୀ ରାମେଶ୍ୱରଙ୍କ ଚନ୍ଦନ ସେବା, ପୁଷ୍ପ ସେବା, ମହାପ୍ରସାଦ ସେବନ ଓ ଭବ୍ୟ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡ଼ିଶାର ବିଶିଷ୍ଟ ଭଜନ ଗାୟକ ଓ କଳାକାରମାନଙ୍କ ଭକ୍ତିମୟ ପରିବେଷଣରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଆବେଶରେ ମୁଖରିତ ହୋଇଉଠିଥିଲା। ଏହି ମହୋତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତp ବିଶେଶ୍ୱର ଟୁଡୁ, ବ୍ରହ୍ମପୁର ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପାଣିଗ୍ରାହୀ, ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂହ, ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି, ମାଲକାନଗିରିର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ଢାଲି, କାପୋଚର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ, ବିଜେପି ନେତା ଓ ସମାଜସେବୀ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଲୁଲୁ ବଡଜେନା ଏବଂ ପୂର୍ବତନ ଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ସମାଜସେବୀମାନେ ଯୋଗଦେଇ ଆୟୋଜନର ଭୂୟସୀ ପ୍ରଶଂସା କରିଥିଲେ।

ଅତିଥିମାନେ ଦେଵୟୁଗ ପରିବାରର ଏହି ପ୍ରୟାସକୁ ଓଡ଼ିଶାର ଧାର୍ମିକ ପରମ୍ପରା, ସାଂସ୍କୃତିକ ଐତିହ୍ୟ ଓ ସାମାଜିକ ଏକତାକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ।

ଏହି ଅବସରରେ ଶ୍ରୀ ଦେବବ୍ରତ ନାୟକ ସମସ୍ତ ଅତିଥି, କଳାକାର, ସ୍ୱେଚ୍ଛାସେବୀ, ସହଯୋଗୀ, ଗଣମାଧ୍ୟମ ପ୍ରତିନିଧି ଓ ଭକ୍ତବୃନ୍ଦଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ, ଦେଵୟୁଗ ପରିବାର ଆଗାମୀ ଦିନରେ ମଧ୍ୟ ମାନବସେବା, ସଂସ୍କୃତି, ଆଧ୍ୟାତ୍ମିକତା ଓ ସାମାଜିକ ଉନ୍ନତି କ୍ଷେତ୍ରରେ ଏଭଳି ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ଆୟୋଜନ କରିଚାଲିବ। ଭକ୍ତି, ସେବା ଓ ସଂସ୍କୃତିର ଏହି ମହାମିଳନ “ଏକାମ୍ର କ୍ଷେତ୍ର ଚନ୍ଦନ ଉତ୍ସବ–୨୦୨୬”କୁ ରାଜଧାନୀର ଏକ ସ୍ମରଣୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହୋତ୍ସବରେ ପରିଣତ କରିଥିଲା।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ହିନ୍ଦୁ ଜାଗରଣ ମଞ୍ଚ ଓ ସ୍ମାଇଲ ଫର ଏଭର୍ ର ସାମାଜିକ କାର୍ଯ୍ୟକ୍ରମ 

Sunil Chandra Nayak

ବିକାଶ ମେଳା ଉପଲକ୍ଷେ ଜିଲ୍ଲା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା 

masiha

ଢେଙ୍କାନାଳ ପୋଲିସ ଲାଇନ୍ ସରକାରୀ ଉପ୍ରା ବିଦ୍ୟାଳୟରେ କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦ୍ ଘାଟିତ ହୋଇ କାର୍ଯ୍ୟକ୍ଷମ

Sunil Chandra Nayak

Leave a Comment

error: Content is protected !!