ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଡା ପୋଲ ନିର୍ମାଣରେ ବିଳମ୍ବ, ଭୟଭୀତ ଯାତ୍ରୀ

ଗଡା ପୋଲ ନିର୍ମାଣରେ ବିଳମ୍ବ, ଭୟଭୀତ ଯାତ୍ରୀ

କାମାକ୍ଷାନଗର – ସିଆରିମାଳିଆ ଓ ଜୟପୁରାକାଟେଣୀକୁ ସଂଯୋଗ କରୁଥିବା ଗଡା ପୋଲ ପ୍ରଶସ୍ତିକରଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୋଲର ସୁରକ୍ଷା ବାଡ ଭାଙ୍ଗି ଦିଆଯାଇଥିବା ବେଳେ କାମ ଧୀର ଗତିରେ ଚାଲୁଥିବାରୁ ପ୍ରତିଦିନ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣା ଆଶଙ୍କାରେ ରହିଛନ୍ତି।

କାମାକ୍ଷାନଗର ଥାନା ସିଆରିମାଳିଆ ଓ ଜୟପୁରାକାଟେଣୀ ମଧ୍ୟରେ ଥିବା ଗଡା ପୋଲ ଏହି ଅଞ୍ଚଳର ଏକ ପ୍ରମୁଖ ସଂଯୋଗକାରୀ ପଥ। ପୋଲକୁ ପ୍ରଶସ୍ତ କରିବା ପାଇଁ ଠିକାଦାର ସଂସ୍ଥା ପୁରୁଣା ସୁରକ୍ଷା ବାଡ ଭାଙ୍ଗି ଦେଇଥିଲେ। କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ନିର୍ମାଣ କାମ ଶେଷ ହୋଇପାରିନାହିଁ।ବର୍ତ୍ତମାନ ପୋଲ ଉପରେ ଯାତାୟାତ କରିବା ବେଳେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଚାଳକମାନେ ବିପଦର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାତି ସମୟରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ବଢ଼ିଯାଇଛି। ସ୍କୁଲ ଛାତ୍ରଛାତ୍ରୀ, ଚାଷୀ ଓ ଦୈନନ୍ଦିନ ଯାତ୍ରୀମାନେ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଠିକାଦାର ସଂସ୍ଥା ଶୀଘ୍ର କାମ ଶେଷ କରିବା ପରିବର୍ତ୍ତେ ବିଳମ୍ବ କରୁଛି। ଫଳରେ ପ୍ରତିଦିନ ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ପୋଲ ନିର୍ମାଣ କାମ ଶେଷ କରି ସୁରକ୍ଷା ବ୍ୟବସ୍ଥା କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଧର୍ମାନୁଷ୍ଠାନ ପରେ ଏବେ ବସ ସେବା:: ପଞ୍ଚାୟତ ରୁ ବ୍ଲକ୍ ୩୩ ବସ , ବ୍ଲକ୍ ରୁ ଜିଲ୍ଲା ମୁଖ୍ୟାଳୟ ସଂଯୋଗ କରିବ ୯ ସରକାରୀ ବସ , ୨୦୨୪ନିର୍ବାଚନ ଆଗରୁ ଭେଳିକି

କଳାହାଣ୍ଡିର ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

masiha

ରଜ ମହୋତ୍ସବ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!