ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ କଳାହାଣ୍ଡି ନୂଆପଡାର ପର୍ଯ୍ୟଟନ ବିକାଶ ପାଇଁ ସ୍ମାରକପତ୍ର

କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ କଳାହାଣ୍ଡି ନୂଆପଡାର ପର୍ଯ୍ୟଟନ ବିକାଶ ପାଇଁ ସ୍ମାରକପତ୍ର

ଭବାନୀପାଟଣା :- ( ମ ନି ସ)କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ କଳାହାଣ୍ଡି ନୂଆପଡାର ପର୍ଯ୍ୟଟନ ବିକାଶ ପାଇଁ ଏକ ସ୍ମାରକପତ୍ର ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆମାନ୍ୟବର ମନ୍ତ୍ରୀଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନଶ୍ରମ ଏବଂ କର୍ମଚାରୀଙ୍କ ରାଜ୍ୟ ବୀମାଓଡ଼ିଶା ସରକାରଙ୍କୁ ଧର୍ମଗଡ଼ ବିଧାୟକ ତଥା ଡିପିସି କଳାହାଣ୍ଡିର ଅଧ୍ୟକ୍ଷ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ଜରିଆରେ ବିକଶିତ କଳାହାଣ୍ଡି, ନୂଆପଡା ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ୨.୦ (SD2.0) ଅନ୍ତର୍ଗତ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ଇକୋ-ଟୁରିଜିମ୍ (ପରିବେଶ ପର୍ଯ୍ୟଟନ) ପ୍ରକଳ୍ପର ଯେଉଁଠାରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ସମ୍ଭାବନା ଏବଂ ପର୍ଯ୍ୟଟନ ଅଭିବୃଦ୍ଧି ଆଧାରରେ ପ୍ରତିଯୋଗିତା ମାଧ୍ୟମରେ ସେଗୁଡ଼ିକୁ ଚିହ୍ନଟ କରାଯାଏ। (SD2.0) ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଭାରତର ସମ୍ପୂର୍ଣ୍ଣ ସମ୍ଭାବନାକୁ ବାସ୍ତବ ରୂପ ଦେବା, ‘ଆତ୍ମନିର୍ଭର ଭାରତ’ର ସ୍ୱପ୍ନକୁ ସାକାର କରିବା ଏବଂ ପର୍ଯ୍ୟଟନ ତଥା ଆତିଥେୟତା କ୍ଷେତ୍ରରେ ବେସରକାରୀ ପୁଞ୍ଜିନିବେଶକୁ ବହୁ ପରିମାଣରେ ବୃଦ୍ଧି କରିବା। ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ଅଧୀନରେ ଓଡ଼ିଶାର ଇକୋ-ଟୁରିଜିମ ସ୍ଥାୟୀ ଏବଂ ଗୋଷ୍ଠୀ-ନେତୃତ୍ୱାଧୀନ ପ୍ରକୃତି କେନ୍ଦ୍ରଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦେଉଛି । ଏହି ପ୍ରକଳ୍ପଗୁଡ଼ିକ ଜୈବବିବିଧତା ସଂରକ୍ଷଣ ସହିତ ସ୍ଥାନୀୟ ଆଦିବାସୀମାନଙ୍କ ଜୀବିକାକୁ ଯୋଡ଼ିଥାଏ ଏବଂ ପର୍ଯ୍ୟଟକମାନଙ୍କୁ ପ୍ରାକୃତିକ ପରିବେଶ ମଧ୍ୟରେ ରହିବା, ନୌବିହାର ଏବଂ ବନ୍ୟଜନ୍ତୁ ସଫାରୀ ଭଳି ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିଥାଏ । ଏହି ଅଞ୍ଚଳଗୁଡ଼ିକୁ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଯୋଜନା ମାଧ୍ୟମରେ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ଡୋକରୀ ଚଞ୍ଚରା ଜଳପ୍ରପାତ ଯାହା ୨୦୦ ଫୁଟ୍ ଉଚ୍ଚତାରୁ ପଡୁଥିବା ଏହି ସ୍ୱଚ୍ଛ ଜଳପ୍ରପାତ ତଳେ ଏକ ନିର୍ମଳ ଜଳକୁଣ୍ଡ ସୃଷ୍ଟି କରେ ଏବଂ ଏହାର ଚାରିପାଖ ସବୁଜ ଜଙ୍ଗଲ ଓ ପ୍ରାଚୀନ ଶୀଳାଖଣ୍ଡ ଦ୍ୱାରା ଆବୃତ । ଏହା ସହ କଳାହାଣ୍ଡିର କର୍ଲାପାଟ ଅଭୟାରଣ୍ୟସ୍ଥିତ ଜାକମ, ରାବଣଦୋରୋ, ଡଙ୍ଗରଗଡ ଜଳ ପ୍ରପାତ, ଇନ୍ଦ୍ରାବତୀ ଜଳଭଣ୍ଡାର ସହ ସିନ୍ଧେର ଜଳପ୍ରପାତ, ବେନାଖମାର ଜଳପ୍ରପାତ, ରାମପୁରର ମୁଖୀପଟା ଜଳପ୍ରପାତ, ଲାଞ୍ଜିଗଡର କାକ୍ସିଝରଣ ଜଳପ୍ରପାତ ଓ ନୂଆଝରଣ ଏବଂ ନୂଆପଡା ଜିଲ୍ଲାର ସୁନାବେଡା ବନ୍ୟପ୍ରାଣୀ ଅଭୟାରଣ୍ୟ, ପତୋରା ଜଳଭଣ୍ଡାର, ଗୋଧଓ ଜଳପ୍ରପାତ, ତିଖାଲି ଡ୍‌୍ୟାମ୍ ଏବଂ ପାତାଲ ଗଙ୍ଗା ପର୍ଯ୍ୟଟନୀସ୍ଥଳ ଓ ସ୍ୱଦେଶ ଦର୍ଶନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଡଃ ନିଆଲ ନିବେଦନ କରିଛନ୍ତି ଓ ଏହାର ପ୍ରତିଲିପି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା, ମୁଖ୍ୟ ଶାସନ ସଚିବ ଓଡିଶା, ପ୍ରମୁଖ ଶାସନ ସଚିବ, ଜଙ୍ଗଲ ପରିବେଷ ଏବଂ ପର୍ଯ୍ୟଟନ ବିଭାଗ ତଥା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓଡିଶାଙ୍କୁ ପ୍ରଦାନ କରାଯାଇଛି ।

Related posts

ରାଇରଙ୍ଗପୁରରେ ଅନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଂରକ୍ଷଣ ଓ ସଫେଇ ଦିବସ ପାଳିତ 

Sunil Chandra Nayak

ଉଦଯାପିତ ହେଲା ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର

Sunil Chandra Nayak

ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ

masiha

Leave a Comment

error: Content is protected !!