ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ, ୬୫୦୩ ଜଣ ଶିଶୁକୁ ଖୁଆଇଲେ ପୋଲିଓ ବୁନ୍ଦା 

ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ, ୬୫୦୩ ଜଣ ଶିଶୁକୁ ଖୁଆଇଲେ ପୋଲିଓ ବୁନ୍ଦା 

ନବରଙ୍ଗପୁର:(ତା. ୨୮.୦୬.୨୦୨୬)(ରବି ନାରାୟଣ ମହାନ୍ତି)ଆଜି ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବ୍ଳକ ସ୍ତରୀୟ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଇ ଏନ୍ ଟି ସ୍ପେଶାଲିଷ୍ଟ ଡାଃ ତୃପ୍ତି ରଞ୍ଜନ ଷଡଙ୍ଗୀଙ୍କ ଦ୍ଵାରା ଉକ୍ତ କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରାଯାଇଥିଲା l ସେ ପ୍ରଥମେ ଗୋଟିଏ ଶିଶୁ କୁ ପୋଲିଓ ଦୁଇ ବୁନ୍ଦା ଖୁଆଇ ଉଦଘାଟନ ର ଶୁଭାରମ୍ଭ କରିଥିଲେ ଓ “ପୋଲିଓ ମୁକ୍ତ ସୁସ୍ଥ ଭାରତ ଗଠନ ଆମ ସମସ୍ତଙ୍କ ଦାୟିତ୍ୱ ଗୋଟିଏ ବି ଶିଶୁ ଯେପରି ଟୀକାକରଣରୁ ବାଦ ନ ପଡେ, ସେଥିପାଇଁ ସମସ୍ତେ ସହଯୋଗ କରନ୍ତୁ। ଦୁଇ ବୁନ୍ଦା ଜୀବନ ପାଇଁ।”ଉକ୍ତ ଟୀକାକରଣ ଅଭିଯାନ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାଃ ସୁଭାସିସ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପୁଷ୍କରାଣୀ ସାମଲଙ୍କ ନେତୃତ୍ଵରେ ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସହଯୋଗରେ ବ୍ଳକ ସ୍ତରୀୟ ପୋଲିଓ ବୁନ୍ଦା ଖୁଆଇବା କାର୍ଯ୍ୟକ୍ରମ ସରସ ସୁନ୍ଦର ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିଲା lଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ବାର ଗୋଟି ଗ୍ରାମ ପଞ୍ଚାୟତରେ ମୋଟ ୬୦ ଗୋଟି ପୋଲିଓ ବୁନ୍ଦା ଖୁଆଇବା ପାଇଁ ପୋଲିଓ ବୁଥ ଖୋଲା ଯାଇଥିବା ବେଳେ ଡାବୁଗାଁ ବସଷ୍ଟାଣ୍ଡରେ ଗୋଟିଏ ଟ୍ରାନ୍ଜିଟ୍ ବୁଥ୍ ଓ ଗୋଟିଏ ମୋବାଇଲ ବୁଥ୍ ଏପରି ମୋଟ ୬୨ ଟି ପୋଲିଓ ବୁଥ୍ ରେ ମୋଟ ୬୫୦୩ ଜଣ ଶିଶୁ ପୋଲିଓ ବୁନ୍ଦା ଖାଇଥିଲେ lସ୍ୱାସ୍ଥ୍ୟକେନ୍ଦ୍ର ଏବଂ ନିର୍ଦ୍ଧାରିତ ପୋଲିଓ ବୁଥରେ ୦ ରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଯିବ। ଏଥିପାଇଁ ଆସନ୍ତା କାଲି ଠାରୁ ଆଶା, ଅଙ୍ଗନବାଡି କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ ଟୀକାକରଣ କରିବେ।ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭାଗ ପକ୍ଷରୁ ସମସ୍ତ ଅଭିଭାବକଙ୍କୁ ଅନୁରୋଧ କରାଯାଇଛି ଯେ, ନିଜ ନିଜର ଶିଶୁଙ୍କୁ ନିକଟସ୍ଥ ପୋଲିଓ ବୁଥକୁ ନେଇ ନିଶ୍ଚିତ ଭାବେ ଦୁଇ ବୁନ୍ଦା ପୋଲିଓ ଟୀକା ଖୁଆନ୍ତୁ। ପୂର୍ବରୁ ଟୀକା ନେଇଥିଲେ ମଧ୍ୟ ପୁନର୍ବାର ବୁନ୍ଦା ଖୁଆଇବା ଜରୁରୀ। ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୭୫୮୧ ଶିଶୁ ପୋଲିଓ ବୁନ୍ଦା ଖାଇବାକୁ ଥିବା ବେଳେ ଆଜି ୬୫୦୩ ଜଣ ଶିଶୁ ପୋଲିଓ ବୁନ୍ଦା ଖାଇଛନ୍ତି l ଆଜି ସୁପରଭାଇଜର ଭାବେ ମାନସ ନାରାୟଣ ସାହୁ, ଧରମଦାସ ଭତ୍ରl,ସୁଶୀଲ ମନୋଜ କର୍କରା,ବଇଁଶୀଧର ବିଶୋୟୀ ଓ ସୁରେଶ ନାୟକ ପ୍ରମୁଖ ସମସ୍ତ ବୁଥ ପରିଦର୍ଶନ କରି ଶେଷରେ ସମସ୍ତ ରିପୋର୍ଟ ଆଣିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ବ୍ଳକ ସ୍ତରୀୟ ବିକାଶଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମ ର ପ୍ରଥମ ଦିନର ଜାତି ଓ ଜନଜାତି ସମ୍ବାଦ କାର୍ଯ୍ଯକ୍ରମ

Sunil Chandra Nayak

କେନ୍ଦୁମୁଣ୍ଡି ଗ୍ରାମରେ ଜଳକଷ୍ଟ 

masiha

ବଣିକ କଲ୍ୟାଣ ସଂଘର ମହାଯଜ୍ଞ ଓ ପ୍ରବଚନ ଆସନ୍ତା ୨ ରୁ

Sunil Chandra Nayak

Leave a Comment

error: Content is protected !!