ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରଧାପୁର ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

ସରଧାପୁର ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ 

ଆସିକା, ୨୯/୬/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ସରଧା ପୁର ପଞ୍ଚାୟତ ରେ ଆଜି ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ସି ଡି ପି ଓ ସୁନୀଲ ପ୍ରଭା ରଥ,ସରପଞ୍ଚ ଦିଲିପ କୁମାର ଜେନା, ସମିତିସଭ୍ୟା ପୁଷ୍ପାଞ୍ଜଳି ପଣ୍ଡା, ପି ଇ ଓ ଜସୋବନ୍ତି ମିଶ୍ର, ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ବେହେରା, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ, ଏ ବି ଇ ଓ ସୌରି ଶଙ୍କର ବେହେରା,ସି ଆର ସି ସି କିରଣବାଳା ନାୟକ, ଯୋଗାଣ ନିରୀକ୍ଷକ ବାଳକୃଷ୍ଣ ନାୟକ, ମିଶନ ଶକ୍ତି ବି ପି ସି ସୁଶାନ୍ତ ନାୟକ, ବି ଏସ ଓ ସଚିନ ପାତ୍ର, ବି ପି ସି କୃଷ୍ଣକାନ୍ତ ପଣ୍ଡା,ଏନ୍ ଆର୍ ଇ ଜି ଏ ଵିଭାଗ ର ଅମେସ ବେହେରା,ଦୀପକ ପଟ୍ଟନାୟକ ଙ୍କ ସମେତ ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ । ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଭତ୍ତା ପାଇଁ ନଅ ଗୋଟି, ଗାଈ ଗୁହାଳ ଘର ପାଇଁ ଦୁଇଟି, ଆବାସ ଯୋଜନା ଗୃହ ପାଇଁ ଦୁଇଟି ଓ ରାସନ କାର୍ଡ ପାଇଁ ତିନୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ଜି ଆର ଏସ ସମ୍ପିରା ଗମାଙ୍ଗ, ଯୋଗାଣ ସହାୟକ ନମିତା ବେହେରା ପ୍ରମୁଖ ଏଥିରେ ସହଯୋଗ ପ୍ରଦାନ କରିଥିବା ବେଳେ ନିର୍ବାହୀ ଅଧିକାରୀ କାଳୁ ଚରଣ ସ୍ୱାଇଁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

Related posts

ବଣ୍ଡା ହାରିଆ ଗୁଡା ପ୍ରାଥମିକ ବିଦ୍ୟାଳୟ ଚାଲିଛି ଜଣେ ଶିକ୍ଷକ ରେ 

Sunil Chandra Nayak

ତୁଲାପଡା ଧାନମଣ୍ଡିରୁ ୭୯ ବସ୍ତା ଧାନ ଜବତ

Sunil Chandra Nayak

ଆଜି ବିଶ୍ବ ପରିବେଶ ଦିବସ, ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ବଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ

masiha

Leave a Comment

error: Content is protected !!