ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡାରେ ବ୍ଲକ ସ୍ତରୀୟ ଆସ୍ପିରେସନାଲ ଚୌପାଲ କାର୍ଯ୍ୟକ୍ରମ ଅନୁଷ୍ଠିତ: ୧୭୪ କାରିଗର ସାମିଲ

ଗୋଲାମୁଣ୍ଡାରେ ବ୍ଲକ ସ୍ତରୀୟ ଆସ୍ପିରେସନାଲ ଚୌପାଲ କାର୍ଯ୍ୟକ୍ରମ ଅନୁଷ୍ଠିତ: ୧୭୪ କାରିଗର ସାମିଲ

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଭାଗୃହଠାରେ ଭାରତ ସରକାରଙ୍କ ବିକାଶ କମିଶନର (ହସ୍ତଶିଳ୍ପ) ସମ୍ବଲପୁର ହସ୍ତଶିଳ୍ପ ସେବା କେନ୍ଦ୍ର ଏବଂ ‘ରୁରାଲ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଖଦୀ ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରିଜ ସମିତି’ର ମିଳିତ ଆନୁକୂଲ୍ୟରେ ଦ୍ୱିତୀୟ ବ୍ଲକ ସ୍ତରୀୟ ଆସ୍ପିରେସନାଲ ଚୌପାଲ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶିକା ସାଲେଜା ମ୍ୟାଡାମ,ସହକାରୀ ନିର୍ଦେଶକ ହସ୍ତ ଶିଳ୍ପ ଶ୍ରୀଯୁକ୍ତ ସୁଦାମ ଦେହୁରୀ,ଜୁନାଗଡ଼ ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦୟା ସାଗର ଚଳାନ,ଗୋଲାମୁଣ୍ଡା ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଜେନା ପ୍ରମୁଖ ଯୋଗଦାନ କରିଥିଲେ।ଏହି ଚୌପାଲ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ସର୍ବମୋଟ ୧୭୪ ଜଣ ଗ୍ରାମ୍ୟ ଓ କୁଟୀର ଶିଳ୍ପ କାରିଗର ଅଂଶଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଏକ ‘ଆକାଂକ୍ଷୀ ଜିଲ୍ଲା’ ଭାବେ ସୀମାକରଣ ହୋଇଥିବାରୁ ଏହି ବ୍ଲକ ଅଞ୍ଚଳର ନାମପଞ୍ଜିକୃତ ଗ୍ରାମ୍ୟ କାରିଗରମାନଙ୍କ ସାମୂହିକ ଉନ୍ନତି ପାଇଁ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। କାରିଗରମାନେ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନମୂଳକ ଯୋଜନା, ହସ୍ତଶିଳ୍ପ ଯୋଜନା, ବ୍ୟବସାୟିକ ଅଭିବୃଦ୍ଧି ପାଇଁ ମୁଦ୍ରା ଋଣ ଏବଂ ସାମାଜିକ ସୁରକ୍ଷା ବୀମା ବିଷୟରେ ଅବଗତ ହୋଇ ନିଜର ଆର୍ଥିକ ଓ ସାମାଜିକ ସ୍ଥିତିକୁ କିପରି ସୁଦୃଢ଼ କରିପାରିବେ, ସେଥିପାଇଁ ବିଶେଷ ସଚେତନ ହେବାକୁ ଅତିଥିମାନେ ଦିଗଦର୍ଶନ ଦେବା ସହ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମିତିର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଫକିର ମୋହନ ନାଏକ ଉପସ୍ଥିତ ସମସ୍ତ ଅତିଥି ଏବଂ କାରିଗରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ମାଆ ଏକ ମନ୍ଦିରର ଅଡିସନ

Sunil Chandra Nayak

ରାଷ୍ଟ୍ରୀୟ ପଛୁଆ ବର୍ଗ ପକ୍ଷରୁ ମୋଟେର ଛକରେ ଭାରତ ବନ୍ଦ ପାଳନ

ଟାଟା-ବାଦାମପାହାଡ ଟ୍ରେନ ରୁ ଦୁଇ ନାବାଳକ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!