ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ସାଇବର ସୁରକ୍ଷା ସମନ୍ଧିତ ପାଠଚକ୍ର 

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ସାଇବର ସୁରକ୍ଷା ସମନ୍ଧିତ ପାଠଚକ୍ର 

ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଗଣିତ ବିଭାଗ ଅନୁକୁଲ୍ୟରେ ଗଣିତ ବିଭାଗର ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଦିବସୀୟ ସାଇବର ସୁରକ୍ଷା ସମନ୍ଧିତ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି ।କୁଳପତି ପ୍ରଫେସର ଅସୀମା ସାହୁଙ୍କ ପ୍ରେରଣାରେ ଅନୁଷ୍ଠିତ ଏହି ସାଇବର ସୁରକ୍ଷା ସମନ୍ଧିତ ପାଠଚକ୍ରକୁ ବିଭାଗୀୟ ମୁଖ୍ୟ ତଥା ସ୍ନାତକୋତର ପରିଷଦର ସମୂହ ଅଧ୍ୟକ୍ଷ ପ୍ରଫେସର ମନୋଜ କୁମାର ପଟ୍ଟନାୟକ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହିତ ବୃକ୍ଷରେ ଜଳ ସିଞ୍ଚନ ପୂର୍ବକ ସଭାକାର୍ଯ୍ୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଫେସର ପଟ୍ଟନାୟକ ନିଜ ଉଦଘାଟନୀ ଭାଷଣରେ ସାଇବର ସୁରକ୍ଷା କିପରି ବିଶ୍ୱ ପାଇଁ ଏକ ଆହ୍ୱାନ ତାହାରି ଉପରେ ଦୀକ୍ଷାନ୍ତ ବକ୍ତବ୍ୟ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ମାଲିକାନା ଅଧିନରେ ଥିବା ମୁମ୍ବାଇସ୍ଥିତ ସେବିର ମୁଖ୍ୟ କାର୍ଯ୍ୟାଳୟର ସୁରକ୍ଷା ସମନ୍ଧିତ ପ୍ରଶିକ୍ଷକ ମନୋଜ କୁମାର ନାହାକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅନ୍ତର୍ଜାତୀୟ ସ୍ତରରେ ସାଇବର ସୁରକ୍ଷାର ଆବଶ୍ୟକତା ବିଷୟରେ ଏକ ଦୀକ୍ଷାନ୍ତ ବକ୍ତବ୍ୟ ଉପସ୍ଥାପନ କରିବା ସହ ଆଧୁନିକ ଯୁଗରେ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସୁରକ୍ଷା କେତେ ଆବଶ୍ୟକତା ଏବଂ ବିକଶିତ ଭାରତର ଏକ ଅଙ୍ଗ ସେ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ । ସମ୍ମାନିତ ଅତିଥି ଭାବେ ଉପକୁଳସଚିବ ଡଃ ପ୍ରଶାନ୍ତ କୁମାର ନରେନ୍ଦ୍ର ଯୋଗଦେଇ ନିଜର ବକ୍ତବ୍ୟରେ ସାଇବର ସୁରକ୍ଷା କିପରି ଛାତ୍ରଛାତ୍ରୀମାନେ ବ୍ୟବହାର କରିପାରିବେ ତାହାରି ଉପରେ ନିଜ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଛାତ୍ରଛାତ୍ରୀ କଲ୍ୟାଣ ଅଧିକାରୀ ଡଃ ଉଷାରାଣୀ ରଥ ସାଇବର ସୁରକ୍ଷା ଛାତ୍ରଛାତ୍ରୀ କଲ୍ୟାଣରେ କିପରି ବିନିଯୋଗ ହୋଇପାରିବ ସେ ବିଷୟରେ ନିଜର ମତ ଉପସ୍ଥାପନ କରିଥିଲେ। ଅଧ୍ୟାପକ ଅଶୋକ ମୁଦୁଲି ସଭାକାର୍ଯ୍ୟ ପରିଚାଳନା ସହିତ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ସୁପ୍ରିୟା ସାହୁ ଓ କର୍ମଚାରୀ ଜଗନ୍ନାଥ ଚୌଧୁରି ସଭା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ରଶ୍ମି ଜେନା, ସିମରନ୍ ରାଉତ,କୁନୁ ପଣ୍ଡା, ବିଶ୍ୱଜିତ ପାଢ଼ୀ,ଓମ୍ ମହାନ୍ତି,ମାନସୀ ସ୍ୱାଇଁ, ଏସ.ନାରାୟଣ ପାତ୍ର,ସମୀର କୁମାର ସାହୁ,ସ୍ୱାତୀ ତ୍ରିପାଠୀ ଓ ସାଜିଦ ଶତ୍ରୁସଲ୍ୟଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ପଠାଚକ୍ରକୁ ସଫଳ କରିଥିଲେ ।ସେବି ପକ୍ଷରୁ ଗାୟତ୍ରୀ ମହାପାତ୍ର ସ୍ୱତନ୍ତ ଭାବେ ଉପସ୍ଥିତ ରହି ପାଠ ଚକ୍ରକୁ ସଫଳତା କରିବାରେ ସାହାଯ୍ୟ କରିଥିଲେ।ଶେଷରେ ପାଠଚକ୍ରରେ ଯୋଗ ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଇ-ସାଟିଫିକେଟ ସେବି ପକ୍ଷରୁ ପ୍ରଦାନ କରାଯାଇଥିଲା।

Related posts

ବନ୍ଧୁଗାଁ ସରସ୍ୱତୀ ବିଦ୍ୟାଳୟ ଠାରେ ବିଜ୍ଞାନ ମେଳା

masiha

କଳାହାଣ୍ଡି ଭବାନୀପାଟଣା ମେଡିକାଲରେ ନିଆଁ।ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଏମସିଏଚ ବିଲ୍ଡିଂରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଗଲେ ରୋଗୀ 

masiha

Odisha Hosts 4th National EMRS Sports Meet 2025

Sunil Chandra Nayak

Leave a Comment

error: Content is protected !!