ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଜଗଦା ରେ ତ୍ରି-ଦିବସୀୟ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଜଗଦା ରେ ତ୍ରି-ଦିବସୀୟ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

ରାଉରକେଲା: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଜଗଦା ଠାରେ ତ୍ରି-ଦିବସୀୟ କାର୍ଯ୍ୟଶାଳା ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ବିଜେପି ମୁଖପାତ୍ର ତଥା ସମାଜସେବୀ ଧୀରେନ ସେନାପତି ଉଦ୍‌ଘାଟନ କରି ଥିବା ବେଳେ ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ରାଉରକେଲା ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ଉପସ୍ଥିତ ରହି ଭାରତ କେନ୍ଦ୍ରିତ ଶିକ୍ଷଣ ଅଗମନ ପ୍ରକିୟା ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ସୂର୍ଯ୍ୟ ନାରାୟଣ ଦାସ , ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର ,ସହ ସମ୍ପାଦକ କୃପା ସିନ୍ଧୁ ବେଉରିଆ,କୋଷାଧକ୍ଷ ଚନ୍ଦ୍ର ଶେଖର ପତି ଓ ସଦସ୍ୟା ଆରତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟଶାଳା ଉଦ୍ଘାଟନୀ ରେ ଶ୍ରୀ ସେନାପତି ଜାତୀୟତା ଓ ଦେଶପ୍ରେମ ରେ ଉଦ୍‌ବୁଦ୍ଧ ହୋଇ ଆତ୍ମନିର୍ଭରଶୀଳ ହେବା ସହ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ସଚେତନ ହେବାକୁ ଆହ୍ୱାନ ଦେଇଥିଲେ। ଜାତୀୟ ଶିକ୍ଷା ନୀତି-୨୦୨୦ ନିର୍ଦ୍ଦେଶିତ ଶିକ୍ଷା ଦାନ ନୀତି ଅନୁଯାୟୀ ଶିଶୁ ମାନଙ୍କୁ ଶିକ୍ଷାଦାନ ପାଇଁ ପଞ୍ଚପଦୀ ଶିକ୍ଷା ପଦ୍ଧତି ଓ ପାଠ ଯୋଜନା ସମ୍ବନ୍ଧରେ ରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟଶାଳା ରେ ରାଉରକେଲା ସଂକୁଳ ର ୬ ଟି ବିଦ୍ୟାଳୟ ର ମୋଟ ୧୧୧ ଜଣ ଆଚାର୍ଯ୍ୟ ଓ ଓ ଆଚାର୍ଯ୍ୟା ମାନେ ଯୋଗ ଦେଇ ୧୬ ଟି କାଳଂଶ ରେ ଅଂଶ ଗ୍ରହଣ କରିଥିଲେ ‌। ବିଭିନ୍ନ ପର୍ଯ୍ୟାୟ ରେ ନିମନ୍ତ୍ରିତ ବ୍ୟକ୍ତି ବିଶେଷ ଅତିଥ୍ ଙ୍କ ମଧ୍ଯରେ ଶଶୀକାନ୍ତ ମିଶ୍ର, ଜଟାଧାରୀ ମାଝୀ, ଛଗନଲାଲ ଜୈନ, ରବୀନ୍ଦ୍ର କୁମାର ନାୟକ ବହୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ରାଉରକେଲା ବିଭାଗର ବିଭାଗ ନିରୀକ୍ଷକ ପ୍ରଦୀପ ସାହୁ ପ୍ରଶିକ୍ଷଣ ରେ ଉପସ୍ଥିତ ରହି ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନଙ୍କର ଶଂକାମୋଚନ କରିଥିଲେ । ବିଦ୍ୟାଳୟ ର ସହ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ବାରିକ ଙ୍କ ତତ୍ତ୍ୱାବଧାନ ରେ ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା କାର୍ଯ୍ୟକ୍ରମ ଟିକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଶେଷରେ ଶାନ୍ତିପାଠ କରା ଯାଇ କାର୍ଯ୍ୟକ୍ରମ ଟିକୁ ସାଙ୍ଗ କରାଯାଇଥିଲା ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାମ୍ୱାଦିକଙ୍କୁ ପେନସନ୍‌‍ ପ୍ରସଙ୍ଗ : ତିନି ମାସ ଭିତରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

Sunil Chandra Nayak

ମଧୁବାବୁ ପେନସନ ଭତ୍ତା ବାଣ୍ଟିଲେ ଧର୍ମଗଡ ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ 

Sunil Chandra Nayak

ରାହୁଲ ତାଣ୍ଡି ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ

masiha

Leave a Comment

error: Content is protected !!