ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି :କୋକସରା ବ୍ଲକ କେନ୍ଦ୍ର ସମବାୟ ବ୍ୟାଙ୍କ ର ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ ମଙ୍ଗଳବାର ତାଙ୍କ କର୍ମମୟ ଜୀବନ ରୁ ଅଵସର ଗ୍ରହଣ କରିଛନ୍ତି। ଏହି ଅବସରରେ କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ରେ ନୂତନ ଶାଖା ପରିଚାଳକ ଶୁଭାଶିଷ ବେଶ୍ରା ଙ୍କ ସଭାପତିତ୍ୱ ରେ ବିଦାୟୀ ଶାଖା ପରିଚାଳକ ଶ୍ରୀ ଧଙ୍ଗଡାମାଝୀ ଙ୍କୁ ଦୀର୍ଘବର୍ଷ ଧରି କେନ୍ଦ୍ର ସମବାୟ ବ୍ୟାଙ୍କ ରେ କାର୍ଯ୍ୟକରି ନିଷ୍ଠାପର ସେବା ପ୍ରଦାନ,ଗ୍ରାହକ ଓ କୃଷକ ଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରି ବ୍ୟାଙ୍କ ର ଅଭିବୃଦ୍ଧି ରେ ନିଜର ଦକ୍ଷତା ହାସଲ କରିବା ସହ ପେକ୍ସ କର୍ମଚାରୀ ଙ୍କ ସହ ଉତ୍ତମ ବୁଝାମଣା ରଖି ବିଭିନ୍ନ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ବ୍ୟାଙ୍କ କର୍ମଚାରୀ ଓ କୃଷି ସମବାୟ ସମିତିର କର୍ମଚାରୀ ଙ୍କ ପକ୍ଷରୁ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ହିସାବ ରକ୍ଷକ ରାମକୃଷ୍ଣ ମେହେର, କ୍ୟାସିୟର ଜଳନ୍ଧର ମେହେର, ପେକ୍ସ ସମ୍ପାଦକ ବିକାଶ ପଣ୍ଡା,କ୍ଷମାନିଧି ନାଏକ,ଯୁଗଳ ନାଏକ, ପଦ୍ମନ ବାଗ,ରଞ୍ଜନ ପାଣିଗ୍ରାହୀ, ଧନଞ୍ଜୟ ବେହେରା କର୍ମଚାରୀ ଭାରତ ପ୍ରଧାନୀ, ଭାବଗ୍ରାହୀ ପ୍ରଧାନୀ ସମେତ କେନ୍ଦ୍ର ସମବାୟ ବ୍ୟାଙ୍କ ଓ କୃଷି ସମବାୟ ସମିତିର କର୍ମଚାରୀ ମାନେ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

Gopal Panda Promoted as ABDO of Nabarangpur Sadar Block

Sunil Chandra Nayak

ଶ୍ରୀ ଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ପ୍ରସାର ସମିତି ଦ୍ୱାରା ପ୍ରଚାର ରଥର ଶୁଭାରମ୍ଭ

ରଥଯାତ୍ରା-୨୦୨୬ ଉପଲକ୍ଷେ  ସଂସ୍କୃତିଜ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ବୈଠକ 

Sunil Chandra Nayak

Leave a Comment

error: Content is protected !!