ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ଏନଏସିରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ, ସଫେଇ କର୍ମଚାରୀଙ୍କୁ ସଫେଇ କିଟ୍ ପ୍ରଦାନ

ଖଡ଼ିଆଳ ଏନଏସିରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ, ସଫେଇ କର୍ମଚାରୀଙ୍କୁ ସଫେଇ କିଟ୍ ପ୍ରଦାନ

ଖଡ଼ିଆଳ,(ସୁଜିତ କୁମାର ପ୍ରଧାନ )ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୧୮୫ ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ ସହ ସଫେଇ କର୍ମଚାରୀମାନଙ୍କୁ ସଫେଇ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଖଡ଼ିଆଳ ନୂତନ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଏନଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଉପାଧ୍ୟକ୍ଷା ଶକୁନ୍ତଳା ରାଉତ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନକେତନ ମହାରଣା ଉପସ୍ଥିତ ରହି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହାପରେ ଏନଏସି ପକ୍ଷରୁ ସଫେଇ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ କାର୍ଯ୍ୟ ସମ୍ପାଦନ ପାଇଁ ସଫେଇ କିଟ୍ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଏନଏସିର ସମସ୍ତ କାଉନସିଲରଙ୍କ ସହ ସିଏଲଟିସି- ଶାଶ୍ୱତ କୁମାର ସାହୁ, ସିଓ-ସଂଯୁକ୍ତା ପଣ୍ଡା, ଟ୍ୟାକ୍ସ ଦରୋଗା- ଇଜାର ତାଣ୍ଡି, ସାନିଟେସନ ଏକ୍ସପର୍ଟ- ଅମିତ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ଏହି ଅବସରରେ ଏନଏସି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ବର୍ତ୍ତମାନ ସୁଦ୍ଧା ଖଡ଼ିଆଳ ଏନଏସି ଅଞ୍ଚଳରେ ପାଖାପାଖି ୩,୦୦୦ ପ୍ରଧାନମନ୍ତ୍ରୀ ଆବାସ ଘରର ବଣ୍ଟନ ଓ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଆଗାମୀ ଦିନରେ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଏନଏସି ପକ୍ଷରୁ ନିରନ୍ତର ପଦକ୍ଷେପ ନିଆଯାଉଛି ବୋଲି ଏନଏସି ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

Related posts

ଯାଦବ ମହାସଭା ପକ୍ଷରୁ ଜଳଛତ୍ର ଉଦ୍ଘାଟନ

Sunil Chandra Nayak

ନୂତନ ବିଚାରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

masiha

Leave a Comment

error: Content is protected !!