ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ବିନୟ କିଶୋର ଦାଶଙ୍କୁ ବିଦାୟୀ ସମ୍ବର୍ଦ୍ଧନା ,ତିନି ଗୋଟି ଗ୍ରାମରେ ଆବାଳବୃଦ୍ଧବନିତାଙ୍କ ସମ୍ବର୍ଦ୍ଧନା

ଶିକ୍ଷକ ବିନୟ କିଶୋର ଦାଶଙ୍କୁ ବିଦାୟୀ ସମ୍ବର୍ଦ୍ଧନା ,ତିନି ଗୋଟି ଗ୍ରାମରେ ଆବାଳବୃଦ୍ଧବନିତାଙ୍କ ସମ୍ବର୍ଦ୍ଧନା

ନର୍ଲା: ଜଣେ ଖ୍ୟାତନାମା ଶିକ୍ଷାବିତ, ବଳିଷ୍ଠ ବ୍ୟକ୍ତିତ୍ବ,ମେଳାପି, ଛାତ୍ର ବତ୍ସଳ, ପରୋପକାରୀ ପ୍ରିୟ ଶିକ୍ଷକ ବିନୟ କିଶୋର ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାରେ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ମନରେ ଗଭୀର ଦୁଃଖ ଓ ମନରେ କୋହ ଉଠୁଥିଲା। ଏପରି ଏକ ପରିବେଶ ସୃଷ୍ଟି ହୋଇଥିଲା ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପିଠରେ। ଏହି ବିଦ୍ୟାଳୟର ବଳିଷ୍ଠ ଶିକ୍ଷକ ବିନୟ କିଶୋର ଦାଶ ଦୀର୍ଘ ୩୫ ବର୍ଷ ଧରି ନିରନ୍ତର ନିଜର ଅକୁଣ୍ଠିତ ସେବା ପ୍ରଦାନ କରି ନିଜର ବଳିଷ୍ଠ ବ୍ୟକ୍ତିତ୍ବ ଓ ଦିଗ ଦର୍ଶନରେ ଜଣେ ବରିଷ୍ଠ ଶିକ୍ଷକ ଭାବେ ବିଦ୍ୟାଳୟକୁ ଗୋୖରବ ମଣ୍ଡିତ କରିବାରେ ଟିକିଏ ସୁଦ୍ଧା କୁଣ୍ଠାବୋଧ କରୁ ନ ଥିବା ପରିଚାଳନା କମିଟି, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଗଣ ମତ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଦାୟୀ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ, ନର୍ଲା ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ସାହୁ, ସ୍ଥାନୀୟ ସରପଞ୍ଚ ଜାନକୀ ଗଉଡ଼,ବରିଷ୍ଠ ଆଇନଜୀବି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ କୁବେର ଚନ୍ଦ୍ର ସାହୁ, ବିଦ୍ୟାଳୟ ପୂର୍ବତନ ସଂପାଦକ ଭୁବନେଶ୍ୱର କରୁଆଁ, ପରିଚାଳନା କମିଟି ସଭାପତି ରୋହିତ ସ୍ଵାଇଁ ପ୍ରମୁଖ ମଞ୍ଚାସୀନ ହୋଇ ଛାତ୍ର ବତ୍ସଳ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ। ଏଥିରେ ମଞ୍ଚ ପରିଚାଳନା ପୁରାତନ ଛାତ୍ର ତଥା ଶିକ୍ଷାବିତ କୁଶ ଚନ୍ଦ୍ର ସାହୁ କାର୍ଯ୍ୟ ନିର୍ବାହ କରିଥିବା ବେଳେ ଶିକ୍ଷକ ନୃସିଂହ ଚରଣ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ଭାବେ ପ୍ରକାଶ ପଟ୍ଟନାୟକ, ସୁରେନ୍ଦ୍ର ପଟ୍ଟନାୟକ, ଶ୍ୟାମସୁନ୍ଦର ପଣ୍ଡା,ସାଧୁରାମ ଭୋଇ,ତରୁଣ କୁମାର ସାହୁ, ଗଙ୍ଗା ନାରାୟଣ ଦାଶ,ପ୍ରସାଦ ମିଶ୍ର, ଶ୍ୟାମସୁନ୍ଦର ଶର୍ମା,ଅରୁଣ କୁମାର ନାଏକ, ଅର୍ଜୁନ ତାରେଣିଆ, ନରସିଂହ ସାହୁ, ଶିଶିର ବେହେରା, ଶେଷଦେବ ପୋଢ, ନିତ୍ୟାନନ୍ଦ ସାହୁ, ଉଗ୍ରସେନ ସାହୁ, ଜୟନ୍ତ ଗଉଡ,ଝଜ ସା ପ୍ରମୁଖ ସହ ଗ୍ରାମବାସୀ ଉପସ୍ଥିତ ଥିଲେ। ଏକ ସୁନ୍ଦର ଓ ଶୃଙ୍ଖଳିତ ପରିବେଶରେ ବିଦାୟୀ ଶିକ୍ଷକଙ୍କୁ ତିନିଗୋଟି ଗ୍ରାମ ଯଥା ଭୀମକେଲା,ପଲସାପଡା ଓ ଲାଖଗୁଡା ଗ୍ରାମ ପରିକ୍ରମାରେ ନେବା ବେଳେ ଜନସମୁଦ୍ର ସୃଷ୍ଟି କରୁଥିବା ସହ ଗ୍ରାମବାସୀମାନେ ନିଜ ନିଜ ଘର ସମ୍ମୁଖରେ କଳସ,ଦୀପ ପ୍ରଜ୍ଜ୍ୱଳନ କରି ସ୍ଵାଗତ କରିବା ସହ ଅଶୃଳ ନୟନରେ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକବୃନ୍ଦ, ପୁରାତନ ଛାତ୍ରଛାତ୍ରୀଗଣ ଓ ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର 

Sunil Chandra Nayak

ବର୍ଷା ଓ ବଜ୍ରପାତ ରୁ ଚାଷୀ ଭାଇ ଙ୍କ ସୁରକ୍ଷା କବଚ ତାଳପତ୍ର ପଖିଆ 

Sunil Chandra Nayak

କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କାଟିବା ପ୍ରସଙ୍ଗ : ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ 

masiha

Leave a Comment

error: Content is protected !!