ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାକବାଜି ଯନ୍ତ୍ର ଯୋଗେ ନିଜର ପରିଚୟ ସୃଷ୍ଟି କରିଥିବା କମଲ ଚରଣ (କର୍ଣାଟ) ଙ୍କ ପରଲୋକ  ଆଉ ଶୁଭିବ ନାହିଁ ଗୁରୁ ଗମ୍ଭୀର ସ୍ୱରର ପ୍ରଚାର ପ୍ରସାର….

ଡ଼ାକବାଜି ଯନ୍ତ୍ର ଯୋଗେ ନିଜର ପରିଚୟ ସୃଷ୍ଟି କରିଥିବା କମଲ ଚରଣ (କର୍ଣାଟ) ଙ୍କ ପରଲୋକ 

ଆଉ ଶୁଭିବ ନାହିଁ ଗୁରୁ ଗମ୍ଭୀର ସ୍ୱରର ପ୍ରଚାର ପ୍ରସାର….

ଧର୍ମଗଡ଼ କାଶିବାହାଲ ଗ୍ରାମର କମଲ ଚରଣ ମଙ୍ଗରାଜ(୫୨) ଙ୍କର ପରଲୋକ ହୋଇଯାଇଛି।”କର୍ଣାଟ”ନାମରେ ସେ ଅଞ୍ଚଳରେ ପରିଚିତ ଥିଲେ। ଧର୍ମଗଡ଼ ଅଞ୍ଚଳରେ ସରକାରୀ କାର୍ଯ୍ୟକ୍ରମ ହେଉ କି କୈଣସି ଘରୋଇ ବିଷୟ ର ମାଇକ ରେ ପ୍ରଚାର ପ୍ରସାରର ଆବଶ୍ୟକ ହେଲେ ଖୋଜା ପଡେ ତାଙ୍କୁ ଓ ତାଙ୍କର ଗୁରୁ ଗମ୍ଭୀର ଯାଦୁକରୀ ସ୍ୱର ର ପ୍ରଚାର ପ୍ରସାର କୁ ଲୋକମାନେ ସ୍ପଷ୍ଟ ଭାବରେ ଶୁଣି ସବୁ ଜାଣି ପାରିଥାନ୍ତି। ବିଶେଷ କରି ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ର ଆରମ୍ୱ ବର୍ଷ ଠାରୁ ସମସ୍ତ କାର୍ଯ୍ୟକ୍ରମ କୁ ସେ ସମଗ୍ର ଧର୍ମଗଡ଼ ଉପଖଣ୍ଡ କୁ ଯାଇ ପ୍ରଚାର ପ୍ରସାର କରିବାରେ ତାଙ୍କର ବେଶ ଭୂମିକା ରହିଥାଏ।

କମଲ ଗତ ୧୯୭୩ ମସିହାରେ କାଶିବାହାଲ ଗ୍ରାମରେ ଜନ୍ମ ହୋଇଥିଲେ ଓ ସେ ଜଣେ ଉଚ୍ଚ ଶିକ୍ଷିତ ମଧ୍ୟ ଥିଲେ। ସେ ଗତ କିଛି ମାସ ହେବ ରୋଗା କ୍ରାନ୍ତ ରହି ଚିକିତ୍ସିତ ହେଉଥିଲେ ଓ ଆଜି ତାଙ୍କର ପରଲୋକ ହୋଇଛି।ତାଙ୍କର ଏକ ପୁଅ ଓ ଝିଅ ରହିଛନ୍ତି।ସ୍ଥାନୀୟ ଶ୍ମଶାନରେ ତାଙ୍କର ଶବ ସତ୍କାର କରଯାଇଛି।ପୁଅ ପ୍ରବୀଣ ମୁଖାଗ୍ନି ଦେଇଥିଲେ।

ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

Sunil Chandra Nayak

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

masiha

ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Leave a Comment

error: Content is protected !!