ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ 

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ 

କନ୍ଧମାଳ, ତା, ୦୨/୦୭:(ମନିସ): କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସମସ୍ତ ସରକାରୀ, ବେସରକାରୀ ସ୍କୁଲ୍‌ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ମାତ୍ର ଛୁଟି ସମୟରେ ଜାରି ରହିବ ପରୀକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟ। କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ହେଲାଣି ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ଫଳରେ ବିଭିନ୍ନ ନଦୀ,ନାଳ ଫୁଲିବା ସହିତ ବହୁ ଅଞ୍ଚଳ ଜଳାର୍ଣ୍ଣବ ହେଇଛି। ଏ ନେଇ କନ୍ଧମାଳ ଜିଲ୍ଲା ପାଣିପାଗ ବିଭାଗ ଠାରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଠାରୁ ଆଜି ଗୁରୁବାର ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନକୁ ମିଶାଇ ମୋଟ ୪୬୭.୨ ମଲିମିଟର ବର୍ଷା ହୋଇଛି। ବାଲିଗୁଡା ରେ ସର୍ବାଧିକ ୯୦ ମିଲିମିଟର ବର୍ଷା ହୋଇ ରେକର୍ଡ କରାଯାଇଥିବା ବେଳେ ଖଜୁରୀପଡ଼ାରେ ୭୫.୨ ମିଲିମିଟର ଏବଂ ଫିରିଙ୍ଗିଆରେ ୭୨.୬ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି। ସମ୍ଭାଵ୍ୟ ଅତିରୁ ଅତି ପ୍ରବଳ ବର୍ଷା ସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରାଯାଇଛି ବୋଲି କନ୍ଧମାଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଜୁନାଗଡ଼ ଆର. ଏମ. ସି ସଭାଗୃହ ଠାରେ କଳାହାଣ୍ଡି ଡିଜିଟାଲ ମିଡ଼ିଆ ବୈଠକ

masiha

୧ – ଅବସରପ୍ରାପ୍ତ ବୀର ସୈନିକ ,ଆଗାମୀ ଦିନରେ ଡାକରା ଆସିଲେ ଯୁଦ୍ଧରେ ହେବେ ସାମିଲ୍। ଦେଶ ମାତୃକାର ସେବା ପାଇଁ ପ୍ରତିଶ୍ରୁତିବଦ୍ଧ , ୨ – ଗାଧୋଇବାକୁ ଯାଉଥିବା ବେଳେ ଗଛ ଡାଳ ପଡି ଯୁବକଙ୍କର ମୃତ୍ୟୁ , ୩ -ଟ୍ରକ ଧକ୍କାରେ ଜଣଙ୍କ ର ମୃତ୍ୟୁ 

masiha

କାମାକ୍ଷାନଗର ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେଲେ ଆରକ୍ଷୀ ଉପମହା ନିରୀକ୍ଷକ ଅନୁପ ସାହୁ ଓ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!