ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ ନବୀନ କୁମାର ସାହୁଙ୍କ ସ୍ମୃତି ଚାରଣ ସଭା 

ଡ ନବୀନ କୁମାର ସାହୁଙ୍କ ସ୍ମୃତି ଚାରଣ ସଭା 

ରାଉରକେଲା: ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଡ ନବୀନ କୁମାର ସାହୁଙ୍କ ୪୨ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ସଂଘ କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତା ସାଧାରଣ ସମ୍ପାଦକ ରାଧାମୋହନ ନାୟକଙ୍କ ଆବାହକତ୍ୱ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଇତିହାସ ବିଭାଗର ପ୍ରାଧ୍ୟାପକ ତଥା ଗବେଷକ ଡ଼ଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ଇତିହାସକୁ ଡ ନବୀନ କୁମାର ସାହୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଡ ସାହୁଙ୍କ ସହ ପ୍ରଗତି ଉତ୍କଳ ସଂଘର ସମ୍ପର୍କ ଓ ପରବର୍ତ୍ତୀ ପିଢ଼ି ପାଇଁ ତାଙ୍କର ମୂଲ୍ୟବୋଧ ଭିତ୍ତିକ ରଚିତ ପୁସ୍ତକ ସମ୍ପର୍କରେ ଆଲୋଚନା ସହ ଓଡ଼ିଶା ଇତିହାସକୁ ଏକ ନିର୍ଦ୍ଦିଷ୍ଟ ରୂପରେଖ ଦେବାରେ ନବୀନ ସାହୁଙ୍କ ଅବଦାନ ଚିରସ୍ମରଣୀୟ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ସ୍ବାଇଁ ସ୍ବାଗତ ଭାଷଣ ସହ ଡ ସାହୁଙ୍କ ସଂଘ ପ୍ରତି ଅବଦାନ ଓ ସାଧାରଣ ସମ୍ପାଦକ ଶ୍ରୀ ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବୀ ଅର୍ଚ୍ଚନା ପାତ୍ର ଓ ସଞ୍ଜୀବ କୁମାର ଭୋଇଙ୍କ ସଂଯୋଜନାରେ ସର୍ବଶ୍ରୀ ନୃସିଂହ ଚରଣ ବିଶ୍ବାଳ, କୁଞ୍ଜବିହାରୀ ରାଉତ,ଧୋବେଇ ବେହେରା, ସସ୍ମିତା ପ୍ରଧାନ,ଆଲୋକ ବୋଷ,ପରେଶ ବିଶ୍ବାଳ, ଅକ୍ଷୟ ସାମଲ,କାଶିନାଥ ପାତ୍ର, ମନୋରଞ୍ଜନ ମଣ୍ଡଳ, ରଶ୍ମି ସାହୁ, ଡ଼ଲି ରାଣୀ ବ୍ରହ୍ମା, ସ୍ମିତା ମିଶ୍ର, ଚିତ୍ତରଞ୍ଜନ ବ୍ରହ୍ମା ଓ ସଂଯୋଜକ ଦ୍ବୟ ସ୍ବରଚିତ କବିତା ପାଠ କରିଥିଲେ। ସହ ସଂପାଦକ ଲକ୍ଷ୍ମଣନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଘନଶ୍ୟାମ ଧଳ, ଅରବିନ୍ଦ ପାତ୍ର, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଇନ୍ଦ୍ରମଣି ମହାପାତ୍ର,ବରୁଣ ନାହାକ, ନାରାୟଣ ଦଳାଇ, ଆରତୀ ଚୌଧୁରୀ, ପ୍ରବୀର କୁମାର ଦୁବେ, ଅଜୟ ଗୋସ୍ୱାମୀ, ପ୍ରଦୀପ କୁମାର ପଟ୍ଟନାୟକ, ଧରଣୀଧର ସାମଲ, କିଶୋରୀ ମୋହନ କର, ପ୍ରସନ୍ନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଵହଳଦାରେ ଅବକାରୀ ବିଭାଗ ତରଫରୁ ନିଶାଦ୍ରବ୍ୟ,ଅପମିଶ୍ରିତ ଖାଦ୍ୟ ଏବଂ ବିଷାକ୍ତ ମାଦକ ଦ୍ରଵ୍ଯ ବିରୋଧରେ ସଚେତନତା ରଥ ଗଡିଲା

masiha

ଉତ୍କେଲା ବିକାଶ ମଞ୍ଚ ର ମାସିକ ବୈଠକ

Sunil Chandra Nayak

ଜିଲ୍ଲାପାଳ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ରେ ସମୀକ୍ଷା,ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଓ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଦର୍ଶନ ତଥା ସ୍ଥିତି ଯାଞ୍ଚ

Sunil Chandra Nayak

Leave a Comment

error: Content is protected !!