ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଠଖୋକସା ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ

ମଠଖୋକସା ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ

କାମାକ୍ଷାନଗର – ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ପଞ୍ଚାୟତର ମଠଖୋକସା ଦେହୁରୀ ସାହି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ବିଗତ ସରକାର ସମୟରେ ଯାହା ନାଲି ମାଟି ଗଣ୍ଡାଏ ପଡ଼ିଥିଲା । ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ଏହି ରାସ୍ତାକୁ ସି ସି ( ସିମେଣ୍ଟ କଂକ୍ରିଟ ) ରାସ୍ତା କରାଯିବ , ଆଉ ପାଣି କାଦୁଅ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ପଞ୍ଚାୟତ ନିର୍ବାଚନ ପରଠାରୁ ଆଜି ପର୍ଯ୍ୟନ୍ତ ଏହି ରାସ୍ତାରେ ସିମେଣ୍ଟ କଂକ୍ରିଟ କରିବା ଦୂରେ ଥାଉ, ମୋରମ ଗାଣ୍ଡୁଏ ପଡ଼ି ପାରିଲା ନାହିଁ । ବର୍ଷା ଦିନେ ଏହି ରାସ୍ତାରେ ଆଣ୍ଠୁଏ କାଦୁଅ ପାଣିରେ ଯିବା ଆସିବା କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ । ଆସନ୍ତା ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏହି ରାସ୍ତାକୁ ସି ସି ରୋଡ/ ପେଭର୍ ରାସ୍ତା କରାନଗଲେ ସମଗ୍ର ଦେହୁରୀ ସାହି ବାସିନ୍ଦା ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇ ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଅବଗତ କରାଇଛନ୍ତି । ଏ ସମ୍ପର୍କରେ ବାରୁଆଁ ( ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ ଙ୍କୁ ଯୋଗାଯୋଗ କରିବାରୁ ଆମେ ବାରମ୍ବାର ପ୍ରୋଜେକ୍ଟ ଦେଉଛୁ କିନ୍ତୁ ପଇସା ସାଙ୍କସନ ହେଉନି । ଏଥିପାଇଁ ଆମେ କଣ କରିବୁ ବୋଲି ନିଜର ଅସହାୟତା ପ୍ରକାଶ କରିଥିଲେ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଆଜାଦିକା ଅମୃତ ମହୋତ୍ସବ ର ଅମୃତ ବଟିକା କାର୍ଯ୍ୟକ୍ରମ

masiha

ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ: 26 ଜାନୁୟାରୀ 2023 ଦେଶବ୍ୟାପୀ ଟ୍ରାକଟର – ଲଗଂଲ ପଟୁଆର ଏବଂ ଗଣ ପ୍ରତିବାଦ

Sunil Chandra Nayak

କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶବ ବ୍ୟବଚ୍ଛେଦ ପାଇଁ ପୋଷ୍ଟମର୍ଟମ ସେଣ୍ଟର , ସ୍ଥାପନ ପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

Sunil Chandra Nayak

Leave a Comment

error: Content is protected !!