ବିଶ୍ୱ ରକ୍ତଦାତା ଦିବସରେ ବିଶିଷ୍ଟ ରକ୍ତଦାତା ଇଂ.ଗୋପାଳ କୃଷ୍ଣ ଦାସ ସମ୍ବର୍ଦ୍ଧିତ
କଟକ : ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଏସ୍.ସି.ବି.ମେଡିକାଲ୍ କଲେଜ କଟକ ଓ ହସ୍ପିଟାଲର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ଏବଂ ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ବିଶିଷ୍ଟ ରକ୍ତଦାତା ତଥା ରମା ଦାସ ସେବା ଓ ସାହିତ୍ୟ ସଂଗଠନର ଅଧ୍ୟକ୍ଷ ଇଂ.ଗୋପାଳ କୃଷ୍ଣ ଦାସ ସମ୍ମାନୀତ କରା ଯାଇଛି । ଏହି ସଭାରେ ପ୍ରଫେସର ଡାକ୍ଟର ସମିତା ମହାପାତ୍ର,ପ୍ରଫେସର ଡାକ୍ଟର ଜ୍ୟୋତିଷ ଚଂଦ୍ର ଚୌଧୁରୀ,ପ୍ରଫେସର ଡାକ୍ଟର ପ୍ରଭାତି ପଣ୍ଡା,ଡାକ୍ଟର ଦେବାଶିଷ ମିଶ୍ର ଏଵଂ ବହୁ ରକ୍ତଦାତା ଉପସ୍ଥିତ ଥିଲେ । ସେ ଏଯାବତ୍ ୬୬ ଥର ରକ୍ତଦାନ କରିବା ସହ ଏସ୍.ସି.ବି.ମେଡିକାଲ୍ ରକ୍ତ ଭଣ୍ଡାରକୁ ରମା ଦାସ ସେବା ଓ ସାହିତ୍ୟ ସଂଗଠନ ମାଧ୍ଯମରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରି ୩୩୦ ୟୁନିଟ୍ ରକ୍ତ ସଂଗ୍ରହ କରି ରକ୍ତ ଭଣ୍ଡାରକୁ ଦେବା ସହ ସହ ନିୟମିତ ଯୋଗାଯୋଗରେ ଅଛନ୍ତି । ରକ୍ତଦାନ ମହା ସେବାରେ ବ୍ରତୀ ବହୁମୂଖୀ ପ୍ରତିଭା ଇଂ.ଗୋପାଳ କୃଷ୍ଣଙ୍କ ନିଷ୍ଠା,ସମର୍ପଣ ମନୋଭାବ,ତ୍ୟାଗ,ନିରନ୍ତର ସାଧନା ଆଦି ମହତ୍ କର୍ମକୁ ଭୂୟସୀ ପ୍ରଶଂସା କରାଯାଉଛି ।
ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍

