ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ଵର ବ୍ଲକର ଦୁଇବର୍ଷର ଜନ ସମ୍ପର୍କ କାର୍ଯ୍ୟକ୍ରମ -୨୦୨୬ ଆୟୋଜିତ 

ଜଳେଶ୍ଵର ବ୍ଲକର ଦୁଇବର୍ଷର ଜନ ସମ୍ପର୍କ କାର୍ଯ୍ୟକ୍ରମ -୨୦୨୬ ଆୟୋଜିତ 

ଜଳେଶ୍ଵର,୨୦/୬-(ମନିସ)- ଜଳେଶ୍ଵର ବ୍ଲକସ୍ତରୀୟ ଦୁଇବର୍ଷର ଜନ ସମ୍ପର୍କ କାର୍ଯ୍ୟକ୍ରମ -୨୦୨୬ ଓ ଜାତି -ଜନଜାତି ସମ୍ବାଦ ବୈଠକ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଳେଶ୍ଵର ବିଡ଼ିଓ ଗୌରାଙ୍ଗ ଚରଣ ପୌରହିତ୍ୟ କରିଥିଲେ।ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା,ସମ୍ମାନିତ ଅତିଥି ରୂପେ ବ୍ଲକ ସହକାରୀ ଯନ୍ତ୍ରୀ ସନ୍ଧ୍ୟାରାଣୀ ପାତ୍ର,ସର୍ଦ୍ଦାରବନ୍ଧ ସମିତି ସଦସ୍ୟ ଗଣେଶ ସୋରେନ, ପଶ୍ଚିମବାର୍ଡ ସମିତି ସଦସ୍ୟ ହରିଶ ମହାଳିକ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଜତ ଅନୁପମ ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ବିବରଣୀ ପ୍ରଦାନ କରିଥିଲେ।ଜଳେଶ୍ଵର ବ୍ଲକରେ ଆଦିବାସୀ ଅଧ୍ୟୁଷିତ ୫ ଟି  ପଞ୍ଚାୟତରେ ୨୦୨୦-୨୧ ମସିହା ଠାରୁ ବନ୍ଦ ହୋଇ ପଡ଼ି ରହିଥିବା” ମାଡା” ଯୋଜନା ପୁନର୍ବାର ପ୍ରଚଳନ ହୋଇ ଥିବାରୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଜେନା ସନ୍ତୋଷ ପ୍ରକାଶ କରିଥିଲେ।୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଜାତିର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୪୭୫୭ ଜଣ,ଯୁକ୍ତ ଦୁଇ ଓ ତଧୂର୍ଦ୍ଧ୍ ଉଚ୍ଚ ଶିକ୍ଷା ଲାଭ କରିଥିବା ୩୦୨୧ ଜଣ ଓ ଶ୍ରମ କାର୍ଡ ପାଇଥିବା ୧୩୭ ଜଣ ବ୍ୟକ୍ତି ମାନଙ୍କ ସନ୍ତାନ ମାନଙ୍କୁ ଅଦ୍ୟାବଧି ଷ୍ଟାଇପେଣ୍ଡ ପ୍ରଦାନ କରାଯାଉଛି ବୋଲି ବିଡିଓ ଶ୍ରୀ ଘୋଷ ସୂଚନା ଦେଇଥିଲେ।ଚଳିତ ବର୍ଷ ଆରମ୍ଭ ହୋଇଥିବା ମାଧୋ ସିଂ ଛାତ୍ର ବୃତ୍ତି ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବାର୍ଷିକ ୫୦୦୦ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ।ପ୍ରାରମ୍ଭରେ ଏ.ବି. ଡି.ଓ ସୁଧୀର କୁମାର ସାହୁ ଅତିଥି ପରିଚୟ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ଆୟୋଜିତ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅଭିଭାଷଣ ଗୁଡିକୁ ଏଲ୍.ସି. ଡି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ସ୍ୱର୍ଗତ ଲଲିତ ମୋହନ ପାଣୀ ପ୍ରଥମ ଶ୍ରାଦ୍ଧବାର୍ଷିକୀ 

masiha

୩୪ତମ ଜିଲ୍ଲା ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦ୍ଘାଟିତ

Sunil Chandra Nayak

ଜନ୍ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ପକ୍ଷରୁ ନାନ୍ଦୋଲ ଗ୍ରାମରେ ଜାତୀୟ ଏକତା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!