ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିନି ଅଧ୍ୟାପକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ତିନି ଅଧ୍ୟାପକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଆସିକା,୨/୭/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଗଣିତ ଅଧ୍ୟାପକ ଶ୍ରୀ କୈଳାଶ ଚନ୍ଦ୍ର ସାହୁ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଶ୍ରୀ ଶଙ୍କର ସାହୁ ଓ ଇତିହାସ ଅଧ୍ୟାପକ ଶ୍ରୀ ରଞ୍ଜନ କୁମାର ପାଟ୍ଟଯୋଷୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀଙ୍କ ପୌରହିତ୍ୟରେ ଏକ ସଭାରେ ତିନି ଜଣ ଅଧ୍ୟାପକ ଙ୍କୁ ଉପଢୌକନ,ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଅଧ୍ୟାପକମାନଙ୍କର ଛାତ୍ର ବତ୍ସଳତା, ଉନ୍ନତ ପାଣ୍ଡିତ୍ୟପୂର୍ଣ୍ଣ ଶିକ୍ଷାଦାନ, ସମୟାନୁବର୍ତ୍ତୀତା,କର୍ତ୍ତବ୍ୟ ଅନୁରାଗ, ତ୍ୟାଗ, ନିଷ୍ଠା ବିଷୟରେ ଛାତ୍ର ଛାତ୍ରୀ ଓ କର୍ମଚାରୀମାନେ ସ୍ମୃତି ଚାରଣ କରିଥିଲେ । ସେମାନଙ୍କ ଅବସର ଗ୍ରହଣରଦିନ ଛାତ୍ର ଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଦୁଃଖର ବାତାବରଣ ସୃଷ୍ଟି କରିଥିଲା । ସରକାରଙ୍କ ଭୁଲ ନୀତି ଯୋଗୁଁ ସେମାନେ ଦୀର୍ଘ ୩୪ ବର୍ଷ ଶିକ୍ଷାଦାନ ସେବାକରିବା ସତ୍ତ୍ବେ ବିନା ପେନସନ ରେ ରିକ୍ତ ହସ୍ତରେ ଅବସର ନେଇଛନ୍ତି । ଏହି ଅବସରରେ ସମସ୍ତଙ୍କ ସୁଖ,ନିରାମୟ ଓ ଦୀର୍ଘ ଜୀବନ କାମନା କରାଯାଇଥିଲା ।

Related posts

ସାମ୍ବାଦିକ ରତ୍ନ ସମ୍ମାନ ପାଇଲେ ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ଅଭୟ ଜେନା

Sunil Chandra Nayak

ଶ୍ରୀଅରବିନ୍ଦ ଯୋଗର ବିଶିଷ୍ଟ ସାଧକଙ୍କ ବିୟୋଗରେ ସ୍ମୃତି ଚାରଣ ସଭା

Sunil Chandra Nayak

ନବରଂଗପୁର ମହାବିଦ୍ୟାଳୟ ରେ ପିଜି ଶ୍ରେଣୀ ଖୋଲିବା ସମ୍ଭାବନା ଉଜ୍ବଳ

Sunil Chandra Nayak

Leave a Comment

error: Content is protected !!