ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ସାହିତ୍ୟରେ ବର୍ଷା ଆଲୋଚନାଚକ୍ର 

ଓଡ଼ିଆ ସାହିତ୍ୟରେ ବର୍ଷା ଆଲୋଚନାଚକ୍ର 

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ତରଫରୁ ସେକ୍ଟର ୧୭ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାସିକିଆ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଶାଖାର ସଭାପତି ବିଜୟିନୀ ଜେନାଙ୍କ ସଭାପତିତ୍ବ ଓ ସମ୍ପାଦିକା ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ମୁଖ୍ୟଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଓଡ଼ିଆ ସାହିତ୍ୟରେ ବର୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଉଭୟ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି ବର୍ଷା ର ଆଗମନ, ବର୍ଷା ଋତୁର ସୈ।ନ୍ଦର୍ଯ୍ୟବୋଧ, ଚାଷୀ ଭାଇର ମିତ, ବର୍ଷା କୁ ନେଇ କିପରି ସାହିତ୍ୟିକ କବିମାନଙ୍କ ର କଲମ ଚଳଚଞ୍ଚଳ ହୁଏ ତଥା ବିଭିନ୍ନ ସାହିତ୍ୟିକଙ୍କ ଲେଖନୀ ଚାଳନାରେ ସାହିତ୍ୟ କିପରି ଉଦବୁଦ୍ଧ ହୋଇଛି ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ପରେ ପୁଷ୍ପାରାଣୀ ପଟେଲ ଏକ ଅଣୁ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ବାପା ସମ୍ପର୍କିତ କବିତା ପାଠ କାର୍ଯ୍ୟକ୍ରମରେ ଇଂ ଅଶୋକ କୁମାର ପଟ୍ଟନାୟକ ସଭାପତିତ୍ବ କରିଥିଲାବେଳେ କବୀ ଅର୍ଚ୍ଚନା ପାତ୍ର କବିତା ଗୁଡ଼ିକ ସଂଯୋଜନା କରିଥିଲେ।

ସର୍ବଶ୍ରୀ ତ୍ରିଲୋଚନ ମଥାନ, ହରମୋହନ ମିଶ୍ର,ମୀନକେତନ ପଶାୟତ, ବିଜୟିନୀ ଜେନା,କୁଞ୍ଜବିହାରୀ ରାଉତ, ସୁସ୍ମିତା ମହାପାତ୍ର, ସୁମନ୍ତ ଉପାଧ୍ୟାୟ, ଗଙ୍ଗାଧର ପୁହାଣ, ଅଶୋକ କୁମାର ପଟ୍ଟନାୟକ, ଅର୍ଚ୍ଚନା ପାତ୍ର ପ୍ରମୁଖ ବାପା ସମ୍ପର୍କିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ ପ୍ରାକ କଥନ ଓ ଶିକ୍ଷାବିତ ସୈ।ମ୍ୟପ୍ରସାଦ ନନ୍ଦ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ଶାଖାର ଉପସଭାପତି ପ୍ରବୀର କୁମାର ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ କରୁଣାକର ପାଟ୍ଟଶାଣୀ, ସସ୍ମିତା ପ୍ରଧାନ, କୈଳାଶ ଚନ୍ଦ୍ର ମାହାଳୀ, ଗଣେଶ ଜୟସିଂହ, ରମେଶ ମହନ୍ତ, ଲୀଳାବତୀ ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମା ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ

masiha

ଉତ୍କେଲା ବିକାଶ ମଞ୍ଚ ର ମାସିକ ବୈଠକ

Sunil Chandra Nayak

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ଜନ୍ମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!