ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲଗୁଣ୍ଠା ବ୍ଳକ୍ ର ଛଅ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ 

ବେଲଗୁଣ୍ଠା ବ୍ଳକ୍ ର ଛଅ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ 

ବେଲଗୁଣ୍ଠା,୦୨/୦୭, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଛଅ ଜଣ ଶିକ୍ଷକ ଶିକ୍ଷକ ଶିକ୍ଷୟିତ୍ରୀ ମଙ୍ଗଳବାର ଦିନ ନିଜ ସରକାରୀ ବୃତ୍ତିରୁ ଅବସର ଗ୍ରହଣ କରିଛନ୍ତି। ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ହେଲେ ସ୍ନାତକ କଳା ଶିକ୍ଷକ ସମୀର କୁମାର ଜେନା,ଶିକ୍ଷକ ବି ବାଲରାଜ୍ ଆୟାଙ୍ଗାର୍,ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପାତ୍ର,ପ୍ରଧାନ ଶିକ୍ଷକ ଶ୍ରୀନିବାସ ବେହେରା,ଗଣପତି ପ୍ରଧାନ ଏବଂ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ। ଏହି ଅବସରରେ ଅବସର ଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଙ୍ଗଳବାର ଦିନ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଜି ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ବିଇଓ ଲୋପାମୁଦ୍ରା ରଥ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଏବିଇଓ ପ୍ରଶାନ୍ତ କୁମାର ପଟ୍ଟନାୟକ,ସନ୍ତୋଷ କୁମାର ପାତ୍ର, କିରାଣି ସୀମାଞ୍ଚଳ ପଟ୍ଟନାୟକ, ଦନାର୍ଦ୍ଦନ ପରିଚ୍ଛାଙ୍କ ସମେତ ଅବସର ଗ୍ରହଣ କରୁଥିବା ସମସ୍ତ ଛଅ ଶିକ୍ଷକ ଶିକ୍ଷୟିତ୍ରୀ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ସଂଘ ସଂପାଦକ ମନୋରଞ୍ଜନ ବିଷୋୟୀ ଏବଂ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ। ଏହି ଅବସରରେ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢୌକନ,ମାନପତ୍ର ଏବଂ ଗୀତା ଗ୍ରନ୍ଥ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ନୂତନ ଭାବେ ଯୋଗ ଦେଇଥିବା କିରାଣି ସୀମାଞ୍ଚଳ ପଟ୍ଟନାୟକଙ୍କୁ ମଧ୍ୟ ସ୍ବାଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସାଂଗଠାନିକ ସମ୍ପାଦକ ଟୁକୁନା ବେହେରା,ଉପସଭାପତି ଶଲ୍ୟ କୁମାର ସିଅ,ସିଆରସିସି ଛାୟାକାନ୍ତ ମହାପାତ୍ର,ରମେଶ କୁମାର ପାଣିଗ୍ରାହୀ, ରଞ୍ଜିତ୍ କୁମାର ସାହୁ,ସୁକାନ୍ତ କୁମାର ନାୟକ,ଅନନ୍ତ ନାରାୟଣ ସେଠୀ,ଶିକ୍ଷକ କେଦାର ନାୟକ, ଶିତଳ ପ୍ରସାଦ ଜେନା,ନରେଶ ବ୍ରହ୍ମାଙ୍କ ସମେତ ୭୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଶିକ୍ଷକ ସନିତ୍ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ ।

Related posts

ଡ଼ଙ୍ଗରଗଡ଼ ମହୋତ୍ସବ ନଭେମ୍ବର ୨୫ରେ

Sunil Chandra Nayak

ଆଶୀର୍ବାଦ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେବାପାଇଁ ବିଧାୟକ ଶ୍ରୀତନ୍ତୀଙ୍କ ନିବେଦନ

Sunil Chandra Nayak

ଐତିହ୍ୟ ସଂପନ୍ନ ଡମ୍ ଭାଷାର ସୁରକ୍ଷା ଜରୁରୀ , ‘ଡମ୍ କାଥା’ କବିତା ସଂକଳନର ମୁକ୍ଲା ପରବ ଅନୁଷ୍ଠିତ

masiha

Leave a Comment

error: Content is protected !!