ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବନବିଭାଗ ଦ୍ଵାରା ୭୭ ତମ ବନ ମହୋତ୍ସବ ସପ୍ତାହ -୨୦୨୬ ପାଳନ ଅବସରରେ ସିକିଲି ସଂରକ୍ଷିତ ଜଙ୍ଗଲରେ ଆଜି ଚାରା ରୋପଣ କାର୍ଯ୍ୟକ୍ରମ 

ଡାବୁଗାଁ ବନବିଭାଗ ଦ୍ଵାରା ୭୭ ତମ ବନ ମହୋତ୍ସବ ସପ୍ତାହ -୨୦୨୬ ପାଳନ ଅବସରରେ ସିକିଲି ସଂରକ୍ଷିତ ଜଙ୍ଗଲରେ ଆଜି ଚାରା ରୋପଣ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୧|୭)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ବନଖଣ୍ଡର ଡାବୁଗାଁ ବନାଞ୍ଚଳ ଅଧିକାରୀଙ୍କ ଅଧୀନରେ ଥିବା ସିକିଲି ସଂରକ୍ଷିତ ଜଙ୍ଗଲରେ ବନ ସଂରକ୍ଷଣ ସମିତି ଦ୍ଵାରା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ସରକାରଙ୍କର ଆର୍ଥିକ ବର୍ଷ ୨୦୨୬-୨୭ କାମ୍ପା ଏ ଏନ ଆର ଯୋଜନାରେ ବୃକ୍ଷ ରୋପଣ ଆଜି ୧୫ହେକ୍ଟରରେ ୭୭ ତମ ବନ ମହୋତ୍ସବ ସପ୍ତାହ-୨୦୨୬ ପାଳନ ଅବସରରେ ୭ ହଜାର ୫୦୦ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କୋଇଲାରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଚନ୍ଦ୍ରୀ ଭତ୍ରl, ସମିତି ସଭ୍ଯା ସନମତି ଭତ୍ରl ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଝାଲିଆଗୁଡା ବନ ସୁରକ୍ଷା ସମିତି ସଭାପତି ସନ୍ୟାସୀ ଭତ୍ରl ଓ ଚେରଚେଟିଆଗୁଡା ବନ ସୁରକ୍ଷା ସମିତି ସଭାପତି ପଦମୁ ଭତ୍ରlଙ୍କ ସହ ଦୁଇ ସମିତିର ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହିଥିବା ବେଳେ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ଭତ୍ରlଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବନପାଳ ପ୍ରଫୁଲ୍ଲ ମାଝୀ, ବନରକ୍ଷୀ କାର୍ତ୍ତିକ ମାଝୀ, ତାପସ ରଞ୍ଜନ ପଟ୍ଟନାୟକ, ରିତାରାଣୀ ବିଶ୍ଵାସରାୟ, ଅନିତା ହିଆଲ,ଆକାଶିନି କର୍ଣ୍ଣ, ଓ ସୁଭଦ୍ରା ସାହୁ ପ୍ରମୁଖ ସହଯୋଗ କରିଥିଲେ l ଚାରା ରୋପଣ ହେକ୍ଟରକୁ ୫୦୦ ଚାରା ରୋପଣ ହେଉଥିବା ବେଳେ ଆଜି ୧୫ହେକ୍ଟରରେ ୭ ହଜାର ୫୦୦ ଚାରା ରୋପଣ କାର୍ଯ୍ୟକ୍ରମ ଚାଲୁ ରହିଛି, ଯାହାକି ଏଇ ସପ୍ତାହ ବ୍ୟାପୀ ଚାରା ରୋପଣ ହେବ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ସୁସ୍ମିତା ମହାପାତ୍ର

Sunil Chandra Nayak

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ 

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି 

masiha

Leave a Comment

error: Content is protected !!