ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ୧୦ ଦଫା ଦାବି ନେଇ ଡାକ୍ତରମାନଙ୍କ କଳାଵ୍ଯାଜ୍ ପରିଧାନ; ସ୍ବାସ୍ଥ୍ୟ ସେବା ଠପ୍; ରୋଗୀ ସେବା ହନ୍ତସନ୍ତ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ୧୦ ଦଫା ଦାବି ନେଇ ଡାକ୍ତରମାନଙ୍କ କଳାଵ୍ଯାଜ୍ ପରିଧାନ; ସ୍ବାସ୍ଥ୍ୟ ସେବା ଠପ୍; ରୋଗୀ ସେବା ହନ୍ତସନ୍ତ

ରାଇରଙ୍ଗପୁର – ୨/୦୭ ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ୍ (ଓଏମ୍ଏସ୍ଏ) ପକ୍ଷରୁ ଦିଆଯାଇଥିବା ରାଜ୍ୟବ୍ୟାପୀ ବନ୍ଦ ଡାକରାକୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରୁ ସମର୍ଥନ ଦିଆଯିବା ଯିବା ସହ ସମସ୍ତ ଡାକ୍ତର କଳାଵ୍ଯାଜ୍ ପିନ୍ଧି ଧାରଣାରେ ବସିଛନ୍ତି ।ରୋଗୀ ସେବା ଠପ୍ ।ରୋଗୀମାନେ ଜୀବନ ମରଣ ସହ ସଙ୍ଘର୍ଷ ଲଢ଼ୁଥିବାବେଳେ ଡାକ୍ତରମାନଙ୍କ ରୋଗୀ ସେବା ଠପ୍ ଏକ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି ।ଡାକ୍ତରମାନଙ୍କ ୧୦ ଦଫା ଦାବି ହେଲା ୧- ଯୋଗ୍ୟତା ତାରିଖଠାରୁ କେନଦ୍ରୀୟ ବେତନ ଗଠନ ଅନୁଯାୟୀ ଡିଏସିପିର କାର୍ଯ୍ୟକାରିତା, ଓଏମ୍ଏଚ୍ଏସ୍ ବେତନ ଗଠନ ସଂଶୋଧନ,, ଲେଭେଲ-୧୫ ର ପୂର୍ବ ସର୍ତ୍ତାବଳୀର ଉଛେଦ, ସମସ୍ତ ଗ୍ରେଡ ଆନୁପାତିକକ୍ଯାଡର ପୁନର୍ଗଠନ, ସୁପର ସେ୍ପସାଲିଷ୍ଟ, ସ୍ପେସାଲିଷ୍ଟ, ଡିପ୍ଳୋମାଧାରୀ, ନିୟମିତ ବାର୍ଷିକ ଓପିଏସି ନିଯୁକ୍ତି, ସମୟାନୁଵର୍ତୀ ଡିସିପି, ୨୪ ଘଣ୍ଟିଆ ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ପୋଲିସ ଆଉଟ୍ ପୋଷ୍ଟ ସ୍ଥାପନ,ସମସ୍ତ ସ୍ବାସ୍ଥ୍ୟକର୍ମୀ ଙ୍କ ପାଇଁ ସ୍ଵାସ୍ଥ୍ୟ ବୀମା ଗଠନ, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଯେଉଁଥିରେ ଓଡ଼ିଶା ମେଡିକେୟାର ଆକ୍ଟର ସଂଶୋଧନ ଇତ୍ୟାଦି ।ସରକାର ସେମାନଙ୍କ ଦାବିକୁ ତୁରନ୍ତ ବିଚାର କରି ସମାଧାନ କରିବାକୁ ସଂଘ ତରଫରୁ ସରକାରଙ୍କୁ ନିବେଦନ କରାଯାଇଛି । ଏହା ପୂର୍ବରୁ ସରକାର ଦେଢ଼ ବର୍ଷ ହେଲା ଡାକ୍ତରମାନଙ୍କ ଧାର୍ଯ୍ୟ ଦାବି ପୂରଣ କରିବେ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେଇ କିଛି କରୁ ନାହାନ୍ତି ।ତେଣୁ ସରକାର ଯେତେ ଚାପ ପକାଇଲେ ବି ଦାବି ପୂରଣ ନ ହେଲେ ସେମାନେ ଆନ୍ଦୋଳନରୁ ହଟିଵେ ନାହିଁ ।ଜେଲ୍ ଭରୋ ଆନ୍ଦୋଳନକୁ ମଧ୍ୟ ଭୟ କରିବେ ନାହିଁ ଵୋଲି ସଂଘ ନେତୃବୃନ୍ଦ କହିଛନ୍ତି ।ଆନ୍ଦୋଳନରେ ଏସଡିଏମଓ ରବୀନ୍ଦ୍ରନାଥ ମାରାଣ଼ଡୀ, ବ୍ରାଞ୍ଚ ସେକ୍ରେଟାରୀ ଡାଃ ସାଜିଦ୍ ଖାନ୍, ବ୍ରାଞ୍ଚ ଉପସଭାପତି ଡ଼ାଃ ପ୍ରମୋଦ ସାହୁ , ଡ଼ାଃ ଦେବେନ୍ଦ୍ରନାଥ ଟୁଡୁ,ଡ଼ାଃ ସଞ୍ଜିବ ମିଶ୍ର,ଡ଼ାଃ ପୁନିତ ମହାନ୍ତି,ଡ଼ାଃ ଶିବବ୍ରତ ଭୂୟାଁ, ଡ଼ାଃ ରୀତା ଟୁଡୁ, ଡ଼ାଃ ନରେନ୍ଦ୍ରନାଥ ମୁର୍ମୁ, ଡ଼ାଃ ଛଵିରାଣୀ ନାୟକ, ଡ଼ାଃ ଦୀପକ ରଞ୍ଜନ ଯେନା, ଡ଼ାଃ ଗୋବିନ୍ଦ ସୋରେନ, ଡ଼ାଃ ରିତେଶ ଚୈତନ, ଡ଼ାଃ ସତ୍ୟଜିତ ପଣ୍ଡା ସମେତ ଉପଖଣ୍ଡର ବିଭିନ୍ନ ଡାକ୍ତରଖାନାର ଡାକ୍ତର / ଡାକ୍ତରାଣୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

Related posts

ଶିଶୁ ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ ନିୟମିତ ସମୀକ୍ଷା ହେବା ଆବଶ୍ୟକ 

masiha

୧୩ ଦଫା ଦାବି ନେଇ ଓମସା, ରାଇରଙ୍ଗପୁର ଶାଖାର ଖବରଦାତା ସମ୍ମିଳନୀ

Sunil Chandra Nayak

କଳାହାଣ୍ଡିରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୧୯୨ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରାଣସୀ କୁ ଯାତ୍ରା

Sunil Chandra Nayak

Leave a Comment

error: Content is protected !!