ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ଶିକ୍ଷାନୁଷ୍ଠାନ ସମୂହରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ

ବିକାଶ ଶିକ୍ଷାନୁଷ୍ଠାନ ସମୂହରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ

ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ସନ୍ତାନ ସନ୍ତତି ମାନଙ୍କ ପାଳନ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି । ଏହି କର୍ମଶାଳାରେ ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ, ନିର୍ଦ୍ଦେଶକ ଡି ରାମ କୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା, ମୁଖ୍ୟ ଶିକ୍ଷା ଅଧିକାରୀ ଡି ପଦ୍ମିନୀ, ମୁଖ୍ୟ ପ୍ରଶାସକ ଙ୍କ ସମେତ ସମସ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ଥିଲେ। ଜେସିଆଇ ତାଲିମଦାତା ଶ୍ରୀ ମୁକେଶ ଅସର ମୁଖ୍ୟ ଅତିଥି ତଥା ତାଲିମଦାତା ଭାବରେ ଯୋଗ ଦେଇଥିଲେ। ପ୍ରଥମେ ଅନୁଷ୍ଠାନର ସମସ୍ତ ନନ୍ ଟିଚିଂ କର୍ମଚାରୀଙ୍କୁ ନେଇ ତାଲିମ ପ୍ରଦାନ କରିଥିବା ବେଳେ ମଧ୍ୟାହ୍ନରେ ପ୍ରାୟ ଚାରିଶହ ଅଭିଭାବକ ମାନଙ୍କୁ ନେଇ ସନ୍ତାନ ସନ୍ତତି ପାଳନ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ବର୍ତ୍ତମାନ ସମୟରେ ପିଲାଙ୍କ ମନୋଭାବକୁ ବୁଝିବା ଓ ତଦନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ତାଙ୍କ କ୍ରିୟା କଳାପ ଶିକ୍ଷଣ ଶୈଳୀରେ ଅଭିଭାବକ ମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ। ଏହା ଅତ୍ୟନ୍ତ ପ୍ରଭାବଶାଳୀ ହେବା ସହ ଉଭୟ ସନ୍ତାନ ଓ ପିତାମାତାଙ୍କ ପାଇଁ ଉପାଦେୟ ବୋଲି ମତ ପ୍ରକାଶ ପାଇଥିଲା । ଅପରାହ୍ନରେ ଦଶମ, ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ଅଧିବେଶନ ରହିଥିଲା । ଏଥିରେ ସେ ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ଉପଯୋଗ କରିବା ଦିଗରେ ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ନିଜକୁ କିପରି ସମସ୍ୟା ମୁକ୍ତ ରଖି ପାରିବେ ସେ ଦିଗରେ ମାର୍ଗ ଦର୍ଶନ କରାଇଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ରାୟଗଡ଼ା ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ 

masiha

” ଶିକ୍ଷକମାନେ ଗୁରୁ ହେଲେ ଶିଶୁଙ୍କ ଉନ୍ନତି ହେବ” : ରାଜ୍ୟପାଳ

Sunil Chandra Nayak

ଗୋଲାମୁଣ୍ଡାରେ ପ୍ରଭୁ ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!