ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା କୃଷି ବିଭାଗ କାର୍ଯ୍ୟାଳୟରେ ୭୭ତମ ବନମହୋତ୍ସବ ପାଳିତ

ଗୋଲାମୁଣ୍ଡା କୃଷି ବିଭାଗ କାର୍ଯ୍ୟାଳୟରେ ୭୭ତମ ବନମହୋତ୍ସବ ପାଳିତ

ଗୋଲାମୁଣ୍ଡା, ୬/୭ : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ସଦରସ୍ଥିତ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ୭୭ତମ ବନମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସହକାରୀ କୃଷି ଅଧିକାରୀ ଓ କୃଷି ବିଭାଗର ସମସ୍ତ କର୍ମଚାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ଏବଂ ତାଙ୍କ ସହକର୍ମୀମାନେ, ବରିଷ୍ଠ ବିଜେପି ନେତା ପ୍ରସନ୍ନ ରାଉତ, ପୂର୍ବତନ ଗୋଲାମୁଣ୍ଡା ମଣ୍ଡଳ ସଭାପତି ପ୍ରଦୀପ କୁମାର ପଣ୍ଡା, ଗୋଲାମୁଣ୍ଡା ବନପାଳ ରମେଶ ବାଗ ଓ ବନ ବିଭାଗର କର୍ମଚାରୀ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା, ସ୍ଥାନୀୟ ଚାଷୀ ଏବଂ ସର୍ବମଙ୍ଗଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା, ବୃକ୍ଷରୋପଣର ଆବଶ୍ୟକତା ଏବଂ ସବୁଜ ପରିବେଶ ଗଠନରେ ସମସ୍ତଙ୍କ ସକ୍ରିୟ ଭୂମିକା ଉପରେ ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। ଶେଷରେ ଅଧିକରୁ ଅଧିକ ଗଛ ଲଗାଇ ସେଗୁଡ଼ିକର ଯତ୍ନ ନେବାକୁ ସମସ୍ତେ ସଂକଳ୍ପ ନେଇଥିଲେ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

କବୟିତ୍ରୀ ସରସ୍ୱତୀ ପଣ୍ଡାଙ୍କ ପୁସ୍ତକ ନୀଳନିମନ୍ତ୍ରଣ ଉନ୍ମୋଚିତ

Sunil Chandra Nayak

ବାସନ୍ତୀ କଲୋନି ସରକାରୀ ଡାକ୍ତରଖାନାରେ ଅବହେଳା ମାମଲା ,ଆଖି ଡ୍ରପ୍ ବଦଳରେ କାନ ଡ୍ରପ୍ ଦିଆଗଲା

ବିପଦ ସଙ୍କୁଳ ଅବସ୍ଥାରେ ୪୨ ମୌଜା ତଇଲିପଡା ଟ୍ରାନ୍ସଫମର

Sunil Chandra Nayak

Leave a Comment

error: Content is protected !!