ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଂଗପୁର ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ନବରଂଗପୁର ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ନବରଙ୍ଗପୁର:(ତା. ୦୬.୦୭.୨୦୨୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ପୌର ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ସେମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ଉପସ୍ଥାପନ କରିଥିଲେ।ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଖଣ୍ଡୀୟ ବନ ଅଧିକାରୀ ଉଦୟନ ସୁବୁଦ୍ଧି, ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ପ୍ରାପ୍ତ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ସମ୍ଭବ ହୋଇଥିବା କ୍ଷେତ୍ରରେ ସ୍ଥଳରେ ହିଁ ପଦକ୍ଷେପ ନିଆଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।ଆଜିର ଶିବିରରେ ମୋଟ ୬୦ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇ ଥିଲା। ସେଥିମଧ୍ୟରୁ ୫୬ଟି ବ୍ୟକ୍ତିଗତ ଅଭିଯୋଗ ଓ ୪ଟି ସାମୂହିକ ଅଭିଯୋଗ ଥିଲା। ପ୍ରାପ୍ତ ଅଭିଯୋଗ ମଧ୍ୟରୁ ୫ଟିର ସମାଧାନ ଘଟଣାସ୍ଥଳରେ କରାଯାଇଥିବାବେଳେ ଅବଶିଷ୍ଟ ଅଭିଯୋଗ ଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପ୍ରେରଣ କରାଯାଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଶିବିରରେ ପ୍ରାପ୍ତ ଅଭିଯୋଗଗୁଡ଼ିକ ମୁଖ୍ୟତଃ ଚିକିତ୍ସା ସହାୟତା, ପାନୀୟ ଜଳ ଯୋଗାଣ, ରାସ୍ତା ମରାମତି, ଜମି ବିବାଦ, ନାଳ ମରାମତି, ଭତ୍ତା ପ୍ରଦାନ ଓ ବାସଗୃହ ସମ୍ୱନ୍ଧୀୟ ଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡିରେ ପୁସ୍ତକମେଳା ଆୟୋଜନ ପାଇଁ ‘ଲାଇଫ୍‌ରେଚର୍‌’ର ଦାବି

masiha

୧- ମଧୁସ୍ମିତା ନାଏକ ନର୍ଲାର ନୂତନ ବିଇଓ , ୨- ନର୍ଲା ବ୍ଲକରେ ନୂତନ ସିଆରସିସିଙ୍କ ଯୋଗଦାନ

Sunil Chandra Nayak

ଓଡ଼ିଶା ଶିଶୁ ଆୟୋଗ ସଦସ୍ୟା ଙ୍କ ବକ୍ତବ୍ୟକୁ ନେଇ ବିହାରୀ ସମାଜର କ୍ଷୋଭ

Sunil Chandra Nayak

Leave a Comment

error: Content is protected !!