ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ବଳଦିଆବନ୍ଧସ୍ଥିତ ଗୌରାଙ୍ଗ ଚରଣ ବିଦ୍ୟାପୀଠର ୪୩ ତମ ପ୍ରତିଷ୍ଠା ଦିବସ -୨୦୨୬ ମହାସମାରୋହରେ ପାଳିତ 

ଢେଙ୍କାନାଳ ବଳଦିଆବନ୍ଧସ୍ଥିତ ଗୌରାଙ୍ଗ ଚରଣ ବିଦ୍ୟାପୀଠର ୪୩ ତମ ପ୍ରତିଷ୍ଠା ଦିବସ -୨୦୨୬ ମହାସମାରୋହରେ ପାଳିତ 

କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ,କର୍ମହିଁ ଉପାସନା
ଶିକ୍ଷା ସହ ଚରିତ୍ର ଗଠନ,ଗୁରୁଜନଙ୍କ ଉପଦେଶ ଅନୁପାଳନ ହିଁ ସମସ୍ତ ସଫଳତାର ଚାବିକାଠି
ଅନ୍ତର୍ନିହିତ ଗୁଣକୁ ଚିହ୍ନି ପିଲାଙ୍କ ଗୁରୁତ୍ଵ ଦେବା ଆବଶ୍ୟକ 
ନିଜ ଜୀବନର ଲକ୍ଷ୍ୟ ଓ ଆଦର୍ଶ ସ୍ଥିର କରି ଅବିଶ୍ରାନ୍ତ ପରିଶ୍ରମ କଲେ ଜୀବନରେ ସଫଳତା ସମ୍ଭବ 
ବିଦ୍ୟାର୍ଥୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ହିଁ ଜୀବନରେ ସଫଳତାର ମୂଳଭିତ୍ତି

ଢେଙ୍କାନାଳ ତା. ୦୯.୦୭.୨୦୨୬ ରିଖ :(ମ ନି ସ     ) ନିକଟରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧସ୍ଥିତ ଗୌରାଙ୍ଗ ଚରଣ ବିଦ୍ୟାପୀଠ ଠାରେ ଏହାର ୪୩ ତମ ପ୍ରତିଷ୍ଠା ଦିବସ -୨୦୨୬ ଦିବା ୧୦ ଘଟିକା ସମୟରେ ମହାସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରତିଷ୍ଠାତା ଗୌରାଙ୍ଗ ଚରଣ ଜେନାଙ୍କ ଦାୟାଦ ପ୍ରାକ୍ତନ ଆକାଶ ବାହିନୀ ମାଷ୍ଟର୍ ୱାରେଣ୍ଟ ଅଫିସର୍ ଶଙ୍କର୍ଷଣ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ରାଷ୍ଟ୍ରପତି ସ୍କାଉଟ୍ ,ରାଜ୍ୟ ମୁଖ୍ଯମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବି.ବି.ହାଇସ୍କୁଲ,ଢେଙ୍କାନାଳର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପ୍ରତିଷ୍ଠା ଉତ୍ସବକୁ ଉଦ୍ଘାଟନ କରି ସ୍ୱୀୟ ବକ୍ତବ୍ୟରେ କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ,କର୍ମହିଁ ଉପାସନା।ଅନ୍ତର୍ନିହିତ ଗୁଣକୁ ଚିହ୍ନି ପିଲାଙ୍କ ଗୁରୁତ୍ଵ ଦେବା ଆବଶ୍ୟକ।ନିଜ ଜୀବନର ଲକ୍ଷ୍ୟ ଓ ଆଦର୍ଶ ସ୍ଥିର କରି ଅବିଶ୍ରାନ୍ତ ପରିଶ୍ରମ କଲେ ଜୀବନରେ ସଫଳତା ସମ୍ଭବ।ବିଦ୍ୟାର୍ଥୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ହିଁ ଜୀବନରେ ସଫଳତାର ମୂଳଭିତ୍ତି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ଭାବେ ବି.ବି.ହାଇସ୍କୁଲ ଓ ସୁଲକ୍ଷଣା ଦେବୀ ବାଳିକା ହାଇସ୍କୁଲ,ଢେଙ୍କାନାଳର ପ୍ରାକ୍ତନ କଳା ଶିକ୍ଷକ ବିଶିଷ୍ଟ ସାହିତ୍ୟିକ,କବି,ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ତାଙ୍କର ଓଜସ୍ଵିନୀ ଅଭିଭାଷଣରେ ତଥ୍ୟ ପୂର୍ଣ୍ଣ ବିଷୟ ଉପସ୍ଥାପନ କରି ମନ୍ତ୍ର ମୁଗ୍ଧ କରି କହିଥିଲେ ଯେ ଶିକ୍ଷା ସହ ଚରିତ୍ର ଗଠନ,ଗୁରୁଜନଙ୍କ ଉପଦେଶ ଅନୁପାଳନ ହିଁ ସମସ୍ତ ସଫଳତାର ଚାବିକାଠି।ଅନ୍ୟତମ ସମ୍ମାନିତ ଅତିଥିଭାବେ ବି . ବି. ହାଇସ୍କୁଲର ପ୍ରାକ୍ତନ ଶିକ୍ଷକ ତଥା ଏହି ବିଦ୍ୟାଳୟର ପ୍ରାକ୍ତନ ଅତିଥି ଶିକ୍ଷକ ସୁଭାଷ କୁମାର ନନ୍ଦ,ବ୍ରହ୍ମାନନ୍ଦ ବାରିକ, ନବକିଶୋର ପୁହାଣ,ୱାର୍ଡ଼ ମେମ୍ବର ପର୍ଶୁରାମ ମଲ୍ଲିକ ଓ ବିଶ୍ୱକୁନ୍ତଳ ଶିଶୁ ଗୃହ ଇଶୋର ସଦସ୍ୟ ସର୍ବେଶ୍ୱର ମଲ୍ଲିକ ପ୍ରମୁଖ ସ୍ୱକୀୟ ମନ୍ତବ୍ୟ ପ୍ରଦାନ ପୂର୍ବକ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଉପରେ ପ୍ରାଧାନ୍ୟ ଦେଇଥିଲେ।ବିଦ୍ୟାଳୟର ବରିଷ୍ଠ ସଂସ୍କୃତ ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଣ୍ଡିତ ଟୁଟୁ ମିଶ୍ର ସ୍ୱାଗତ ଭାଷଣ,ମଙ୍ଗଳାଚରଣ,ବେଦ ଓ ଶାନ୍ତି ପାଠ କରିବା ସଙ୍ଗେ ସଙ୍ଗେ ସଂପାଦକୀୟ ବିବରଣୀରେ ବିଦ୍ୟାଳୟର ବିଭିନ୍ନ ସଫଳତା,ବିଭିନ୍ନ ସମସ୍ୟାସବୁକୁ ଉପସ୍ଥାପନ କରିଥିଲେ।ବି.ବି.ହାଇସ୍କୁଲର ପ୍ରାକ୍ତନ ଛାତ୍ରୀ ତଥା ଏହି ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ସୁରଜିତା ମିଶ୍ର ଅତିଥି ପରିଚୟ ପ୍ରଦାନ,ସଭା ସଂଯୋଜନା କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ସମ୍ପର୍କରେ ଗୋଟିଏ ଓଡ଼ିଆ କବିତା ପାଠ କରିଥିଲେ।ମଞ୍ଚାସୀନ ଅତିଥିବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ,ଧୂପ ଅର୍ପଣ,ପ୍ରଦୀପ ପ୍ରଜ୍ବଳନ କରିଥିଲେ।ମଞ୍ଚାସୀନ ଅତିଥି ଵୃନ୍ଦଙ୍କୁ ଓ ବର୍ଷିକ ହାଇସ୍କୁଲ ସାର୍ଟଫିକେଟ ପରୀକ୍ଷା -୨୦୨୬ ରେ ସର୍ବାଧିକ ନମ୍ବର ରଖିଥିବା ୩ ଜଣ ଛାତ୍ରୀ ସ୍ଵାତୀପ୍ରଭା ଖୁଣ୍ଟିଆ, ପ୍ରାଚୀ ପଟ୍ଟନାୟକ ଓ ଶ୍ରାବଣୀ ସେଠୀ,ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଛାତ୍ରୀ ତପସ୍ୱିନୀ ରାଉତ,ପୂର୍ଣ୍ଣିମା ବେହେରା, ଅଦିତି ବେହେରା,ସନ୍ଧ୍ୟାରାଣୀ ସାହୁ,ପ୍ରାରମ୍ବିକା ସାହୁ ଓ ଛାତ୍ର ରାହୁଲ ପଧାନ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ମେମେଣ୍ଟୋ ସହ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ବିଦ୍ୟାଳୟ ପକ୍ଷରୁ ପୁଷ୍ପ ଗୁଚ୍ଛ,ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓ ଅନ୍ତିମ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରୀ, ଛାତ୍ରମାନଙ୍କ ଦ୍ୱାରା ସୁମଧୁର କଣ୍ଠରେ ଦୁଇଟି ସମ୍ମିଳିତ ସ୍ୱାଗତ ସଙ୍ଗୀତ,ଉଦ୍ ଯାପନୀ ସଙ୍ଗୀତଗାନ ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇଥିଲା।ପରିଶେଷରେ ବିଦ୍ୟାଳୟର ପ୍ରତିଷ୍ଠାତା ଗୌରାଙ୍ଗ ଚରଣ ଜେନାଙ୍କ ଦାୟାଦ ପ୍ରାକ୍ତନ ଆକାଶ ବାହିନୀ ମାଷ୍ଟର୍ ୱାରେଣ୍ଟ ଅଫିସର୍ ଶଙ୍କର୍ଷଣ ଜେନା ସ୍ୱୀୟ ସଭାପତିଙ୍କ ଅଭିଭାଷଣରେ ବିଦ୍ୟାର୍ଥୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ହିଁ ଜୀବନରେ ସଫଳତାର ମୂଳଭିତ୍ତି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁଟୁ ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷୟିତ୍ରୀ ସୁରଜିତା ମିଶ୍ରଙ୍କ ବଳିଷ୍ଠ ମାର୍ଗଦର୍ଶନ ଓ ନେତୃତ୍ୱରେ,ଶିକ୍ଷକ ଦିବ୍ୟଜ୍ୟୋତି ବିଶ୍ୱାଳ, ବଳରାମ ବେହେରା,ଶିକ୍ଷୟିତ୍ରୀ ପଦ୍ମିନୀ ଧାନୱାନ୍,ବିଶ୍ୱଜିତ୍ ବିହାରୀ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୌତମ ପ୍ରଧାନ,ବୈଷ୍ଣବ ଚରଣ ବଡୁ ପ୍ରମୁଖଙ୍କ ସମ୍ମିଳିତ ପ୍ରଚେଷ୍ଟାରେ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସଭ୍ୟା,ସଭ୍ୟ ବୃନ୍ଦ, ବର୍ତ୍ତମାନର ଓ ପ୍ରାକ୍ତନ ଶତାଧିକ ଛାତ୍ରୀ,ଛାତ୍ର,ସେମାନଙ୍କ ମାତା,ପିତା,ଅଭିଭାବିକା,ଆଭିଭାବକଓ ଗ୍ରାମବାସୀ ବୃନ୍ଦଙ୍କ ଉପସ୍ଥିତି ତଥା ସହଯୋଗିତାରେ ସମସ୍ତ କାର୍ଯ୍ଯକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।

ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ବାରିପଦା ଠାରେ “ସୁସ୍ଥ ନାରୀ, ସଶକ୍ତ ପରିବାର” ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ତାଇୱାନର ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ କରିବେ ଓମ ପ୍ରକାଶ

ସମଗ୍ର ଶିକ୍ଷା ପକ୍ଷରୁ ଢେଙ୍କାନାଳ ଜିଲ୍ଳାସ୍ତରୀୟ ପି ଏମ୍ ଶ୍ରୀ ସ୍କୁଲ୍ ସମୂହର ଏକଦିବସୀୟ ମଡେଲ୍ ସଂସଦ କାର୍ଯ୍ୟକ୍ରମ -୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!