ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ସମୀକ୍ଷା: ଲକ୍ଷପତି ଦିଦି ସୃଷ୍ଟି, ବ୍ୟାଙ୍କ ଲିଙ୍କେଜ୍ ଓ ପ୍ରବାସୀ ପରିବାରର ଜୀବିକା ସଶକ୍ତୀକରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ନୂଆପଡ଼ାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ସମୀକ୍ଷା: ଲକ୍ଷପତି ଦିଦି ସୃଷ୍ଟି, ବ୍ୟାଙ୍କ ଲିଙ୍କେଜ୍ ଓ ପ୍ରବାସୀ ପରିବାରର ଜୀବିକା ସଶକ୍ତୀକରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ନୂଆପଡ଼ା, ୦୯/୦୭:(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ (ଓଏଲ୍‌ଏମ୍) ଅଧୀନରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଗୁରୁବାର ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ବିଭିନ୍ନ କାର୍ଯ୍ୟକ୍ରମର ବ୍ଲକ୍‌ଭିତ୍ତିକ ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଜିଲ୍ଲାର ୯,୨୭୧ଟି ସକ୍ରିୟ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ୯,୦୫୩ଟି (୯୮ ପ୍ରତିଶତ) ଏବଂ ୯୮୨ଟି ସକ୍ରିୟ ସିଏଲ୍‌ଏଫ୍‌ ମଧ୍ୟରୁ ୯୭୦ଟି (୯୯ ପ୍ରତିଶତ)ର ପ୍ରୋଫାଇଲ୍ ଅପଡେଟ୍ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ କାର୍ଯ୍ୟକୁ ଶୀଘ୍ର ଶତପ୍ରତିଶତରେ ପହଞ୍ଚାଇବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଜିଲ୍ଲାର ୩୭,୫୩୬ ଜଣଙ୍କ ଲକ୍ଷ୍ୟ ବିପରୀତ ୩୬,୯୫୬ ଜଣ ଲକ୍ଷପତି ଦିଦି ସୃଷ୍ଟି ହୋଇ ୯୮ ପ୍ରତିଶତ ସଫଳତା ହାସଲ ହୋଇଥିବାବେଳେ ମହା ଲକ୍ଷପତି ଦିଦି ସୃଷ୍ଟି ପାଇଁ ୧୦୦ ଜଣଙ୍କ ଲକ୍ଷ୍ୟ ବିପରୀତ ୧୧୮ ଜଣଙ୍କୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷରେ ଅଧିକରୁ ଅଧିକ ମହିଳାଙ୍କୁ ଲକ୍ଷପତି ଦିଦିରେ ପରିଣତ କରି ସେମାନଙ୍କ ଆର୍ଥିକ ସ୍ୱାବଲମ୍ବନକୁ ସୁଦୃଢ଼ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

ବ୍ୟାଙ୍କ ଲିଙ୍କେଜ୍ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ୧,୩୬୮ଟି ଋଣ ଆବେଦନ ବ୍ୟାଙ୍କକୁ ପ୍ରେରଣ କରାଯାଇଥିବାବେଳେ ୧,୦୩୭ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରାୟ ୫୨.୧୭ କୋଟି ଟଙ୍କା ଋଣ ବିତରଣ କରାଯାଇଛି। ବ୍ୟାଙ୍କ ସ୍ତରରେ ବିଚାରାଧୀନ ଆବେଦନଗୁଡ଼ିକର ଶୀଘ୍ର ନିଷ୍ପତ୍ତି ପାଇଁ ସମନ୍ୱୟ ବୃଦ୍ଧି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ପ୍ରବାସ ରୋକିବା ଓ ସ୍ଥାନୀୟ ଜୀବିକା ସଶକ୍ତୀକରଣ କ୍ଷେତ୍ରରେ ଜୁନ୍ ମାସରେ ଜ଼ିଲ୍ଲାରେ ୩୩୦ଟି ପ୍ରବାସୀ ପରିବାରକୁ ମୋଟ ୭୩.୬୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l 

ସମୀକ୍ଷାରେ ଜଣାପଡ଼ିଥିଲା ଯେ ଜିଲ୍ଲାର ୫୧ଟି ମିଶନ ଶକ୍ତି ରିଟେଲ୍ ମାର୍ଟ ମଧ୍ୟରୁ ୪୭ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ୩୫ଟି ଜିପିଏଲ୍‌ଏଫ୍‌ ଭବନ ମଧ୍ୟରୁ ୧୦ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ କୁଲିଆବନ୍ଧା ଗ୍ରାମର ଥନ୍ଧାବାଇ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ଜଣେ ପ୍ରବାସୀ ଶ୍ରମିକ ଥିବା ଥନ୍ଧାବାଇ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ସହଯୋଗରେ ନିଜ ଗ୍ରାମରେ ସ୍ୱାବଲମ୍ବୀ ଜୀବିକା ସୃଷ୍ଟି କରି ସଫଳତାର ଉଦାହରଣ ପାଲଟିଛନ୍ତି। ସେହିପରି ଆମସେନା ଗ୍ରାମର ସଫଳ ଲକ୍ଷପତି ଦିଦି ସୁନୀତା ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ, ଲିଡ୍ ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ନିଆଲ, ସମସ୍ତ ବ୍ଲକ୍ ପ୍ରକଳ୍ପ ସଂଯୋଜକ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts

ଵିଜାତଳା ବ୍ଳକ;ଲୁହାଶିଳା ପଂଚାୟତ ର ସରପଞ୍ଚ ଉପନିର୍ବାଚନ ପାଇଁ ପଞ୍ଚାୟତ ବାସୀଙ୍କ ଦାବି 

masiha

ଓଡ଼ିଆ ଭାଷା ବିକାଶ ମଂଚ – ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ଚାଷୀ ଙ୍କ କାମରେ ଆସୁନି ଜଗନ୍ନାଥପୁର ଚେକଡ୍ୟାମ !!!

masiha

Leave a Comment

error: Content is protected !!