ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଇସ୍ପାତ ମଜଦୁର ମହାସଙ୍ଘ ର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ 

ଭାରତୀୟ ଇସ୍ପାତ ମଜଦୁର ମହାସଙ୍ଘ ର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ 

ରାଉରକେଲା: ଭାରତୀୟ ଇସ୍ପାତ ମଜଦୁର ମହାସଂଘ ର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଆଜି ବିଶ୍ୱକର୍ମା ଭବନ ସେକ୍ଟର ୪ ଠାରେ ଆରମ୍ଭ ହୋଇଯାଇଛି l ଏହି ବୈଠକ ରେ ଇସ୍ପାତ ଉଦ୍ୟୋଗ ପ୍ରଭାରୀ ଏମ. ଜଗଦୀଶ୍ୱର ରାଓ, ସହ ଉଦ୍ୟୋଗ ପ୍ରଭାରୀ ହିମାଂଶୁ ଶେଖର ବଳ , ପୂର୍ବତନ ପ୍ରଭାରୀ ଦେବେନ୍ଦ୍ର କୁମାର ପାଣ୍ଡେ, ମହାସଂଘ ସାଧାରଣ ସମ୍ପାଦକ ରଞ୍ଜୟ କୁମାର ପ୍ରମୁଖ ଯୋଗ ଦେଇଛନ୍ତି l ମହାସଂଘ ସଭାପତି କମିନି ଶ୍ରୀନିବାସ ରାଓ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ସୁନ୍ଦରଗଡ ଜିଲ୍ଲା ପ୍ରଭାରୀ ରାଜେନ୍ଦ୍ର ନାଥ ମହନ୍ତ ଯୋଗ ଦେଇ ସମସ୍ତ ପ୍ରତନିଧି ଙ୍କୁ ସ୍ୱାଗତ କରିଥିଲେ l ଏହି ବୈଠକରେ ସାଲେମ, କୁଡେ଼୍ରମୁଖ, ଭଦ୍ରlବତୀ, ବୋକରୋ, ଭିଲାଇ, ବର୍ଣ୍ଣପୁର, ଦୁର୍ଗାପୁର, ଦୁର୍ଗାପୁର ଏଲୋୟ, ଡଲି ରାଜହରା, ହିରି, ନନ୍ଦିନୀ, ଟେନସl, ବରସୁଆଁ, ବଲାଣି, କିରିବୁରୁ, ମେଘାତୁବୁରୁ, ଗୋଆ, ଚିଡ଼ିଆ, ପ୍ରଭୃତି ଅଂଚଳରୁ ପ୍ରତିନିଧି ମାନେ ଯୋଗଦେଇଛନ୍ତି l ଇସ୍ପାତ ମହାସଂଘ ବୈଠକରେ ସମସ୍ତ ଇସ୍ପାତ ଶ୍ରମିକ ଙ୍କ ବିଭିନ୍ନ ସମସ୍ୟା, ଦଶମ ୱେଜ ବୋଡ଼, ୩୯ ମାସ ଏରିଅର, ୫୮ ମାସ ପର୍କ ଏରିଅର , ଗ୍ରାଚୁଇଟି ସିଲିଂ ଇତ୍ୟାଦି ବିଷୟରେ ଗଭୀର ଆଲୋଚନା କରାଯାଇଥିଲା । ଏହି ଆଲୋଚନର ନିଷ୍କର୍ଷ କରି ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସୂଚନା ଦିଆଯାଇଛି। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

masiha

ବେପରୁଆ କାର୍ଯ୍ୟ :ନାଳକୂପକୁ ମେଟାଲ ଚିପସ ରେ ପୋତି ଦେଇଛନ୍ତି : କାଉଡ଼ିଆ ପାଣି ପାଇଁ ବେହାଲ 

Sunil Chandra Nayak

2024-25 ଖରିଫ ଧାନ ସଂଗ୍ରହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

masiha

Leave a Comment

error: Content is protected !!