ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଇସ୍ପାତ ମଜଦୁର ମହାସଙ୍ଘ ର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ 

ଭାରତୀୟ ଇସ୍ପାତ ମଜଦୁର ମହାସଙ୍ଘ ର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ 

ରାଉରକେଲା: ଭାରତୀୟ ଇସ୍ପାତ ମଜଦୁର ମହାସଂଘ ର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଆଜି ବିଶ୍ୱକର୍ମା ଭବନ ସେକ୍ଟର ୪ ଠାରେ ଆରମ୍ଭ ହୋଇଯାଇଛି l ଏହି ବୈଠକ ରେ ଇସ୍ପାତ ଉଦ୍ୟୋଗ ପ୍ରଭାରୀ ଏମ. ଜଗଦୀଶ୍ୱର ରାଓ, ସହ ଉଦ୍ୟୋଗ ପ୍ରଭାରୀ ହିମାଂଶୁ ଶେଖର ବଳ , ପୂର୍ବତନ ପ୍ରଭାରୀ ଦେବେନ୍ଦ୍ର କୁମାର ପାଣ୍ଡେ, ମହାସଂଘ ସାଧାରଣ ସମ୍ପାଦକ ରଞ୍ଜୟ କୁମାର ପ୍ରମୁଖ ଯୋଗ ଦେଇଛନ୍ତି l ମହାସଂଘ ସଭାପତି କମିନି ଶ୍ରୀନିବାସ ରାଓ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ସୁନ୍ଦରଗଡ ଜିଲ୍ଲା ପ୍ରଭାରୀ ରାଜେନ୍ଦ୍ର ନାଥ ମହନ୍ତ ଯୋଗ ଦେଇ ସମସ୍ତ ପ୍ରତନିଧି ଙ୍କୁ ସ୍ୱାଗତ କରିଥିଲେ l ଏହି ବୈଠକରେ ସାଲେମ, କୁଡେ଼୍ରମୁଖ, ଭଦ୍ରlବତୀ, ବୋକରୋ, ଭିଲାଇ, ବର୍ଣ୍ଣପୁର, ଦୁର୍ଗାପୁର, ଦୁର୍ଗାପୁର ଏଲୋୟ, ଡଲି ରାଜହରା, ହିରି, ନନ୍ଦିନୀ, ଟେନସl, ବରସୁଆଁ, ବଲାଣି, କିରିବୁରୁ, ମେଘାତୁବୁରୁ, ଗୋଆ, ଚିଡ଼ିଆ, ପ୍ରଭୃତି ଅଂଚଳରୁ ପ୍ରତିନିଧି ମାନେ ଯୋଗଦେଇଛନ୍ତି l ଇସ୍ପାତ ମହାସଂଘ ବୈଠକରେ ସମସ୍ତ ଇସ୍ପାତ ଶ୍ରମିକ ଙ୍କ ବିଭିନ୍ନ ସମସ୍ୟା, ଦଶମ ୱେଜ ବୋଡ଼, ୩୯ ମାସ ଏରିଅର, ୫୮ ମାସ ପର୍କ ଏରିଅର , ଗ୍ରାଚୁଇଟି ସିଲିଂ ଇତ୍ୟାଦି ବିଷୟରେ ଗଭୀର ଆଲୋଚନା କରାଯାଇଥିଲା । ଏହି ଆଲୋଚନର ନିଷ୍କର୍ଷ କରି ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସୂଚନା ଦିଆଯାଇଛି। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ 

masiha

ଆନ୍ତଃ ବିଦ୍ୟାଳୟ ବୈ।ଦ୍ଧିକତା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଓଡିଶା କୃଷକ ସେବାଙ୍କ ୭ ଗୋଟି ଦାବିକୁ ନେଉ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଜଣାଇଲେ

masiha

Leave a Comment

error: Content is protected !!