ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ

ବାଲେଶ୍ବର,୧୬/୫/୨୨- ବାଲେଶ୍ବର ଜିଲ୍ଲା ଖଇରା ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ମାନ୍ଯବର ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଫିତା କାଟି ଉଦଘାଟନ କରିଥିଲେ । ଶ୍ରୀଯୁକ୍ତ ମନ୍ତ୍ରୀ ଫିତାକାଟି ଉଦଘାଟନ କରିବା ସମୟରେ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସ୍ଥାନୀୟ ଜନପ୍ରତିନିଧି, ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସ୍ବାସ୍ଥ୍ୟ ମେଳାକୁ ଖଇରା ବ୍ଲକର ବିଭିନ୍ନ ପ୍ରାନ୍ତରରୁ ସବୁ ପ୍ରକାର ରୋଗର ଚିକିତ୍ସା ନିମନ୍ତେ ରୋଗୀମାନେ ଆସିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଅସ୍ଥିଶଲ୍ୟ ଓ ଚକ୍ଷୁ ବିଭାଗର ଡାକ୍ତର କର୍ଣ୍ଣ, ଗଳା, ନାସା ଏବଂ ସମସ୍ତ ବିଭାଗର ଡାକ୍ତର ସମୁହ ଉପସ୍ଥିତ ରହି ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏହାର ଉଦ୍ଦେଶ୍ୟ ସୁସ୍ଥ ଓଡିଶା ସୁଖୀ ଓଡିଶା ଗଠନ କରିବା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ ଜାରି ରଖିଛନ୍ତି । ମୋ ସରକାର କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ କ୍ଷେତ୍ରରେ ଲାଗୁ ହେବା ପରଠାରୁ ଲୋକମାନେ ସିଧାସଳଖ ଉତ୍ତମ ସ୍ବାସ୍ଥ୍ୟସେବା ଏବଂ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରି ସୁସ୍ଥ ରଖିବା ମୋ ସରକାରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ଅନୁଷ୍ଠିତ ସଭାରେ କହିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଶୀର୍ବାଦ ପାଲଟିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା 

Sunil Chandra Nayak

ଜୁନାଗଡ଼ ଠାରେ କେନ୍ସର ସ୍କ୍ରିନିଙ୍ଗ ଟେଷ୍ଟ ଅନୁଷ୍ଠିତ 

masiha

ଡେଙ୍ଗୁ ନିରାକରଣ ସଚେତନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!