ଚନ୍ଦାହାଣ୍ଡି 21/7(ମନିସ )- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପଟଖଲିଆ ପଂଚାୟତ ଚିଲିଗାଁ ଗ୍ରାମର ଗୁଣଧର କନିଅରଙ୍କ ଏକ ମାସ 13 ଦିନ ର ଶିଶୁ ପୁତ୍ର ଗତ ବୁଧବାର ଦିନ ଚିଲିଗାଁ ଅଙ୍ଗନବାଡି କେନ୍ଦ୍ର ଠାରେ ଟୀକା ନେଇ ଗୁରୁବାର ଦିନ ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୃତ୍ୟୁ ବରଣ କରି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଏବାବଦ ରେ ଚନ୍ଦାହାଣ୍ଡି ଥାନା ରେ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନ ଥିବା ଥାନା ସୂତ୍ର ରୁ ଜଣା ପଡିଛି l ଏ ଦିଗରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ପରିବାର ଲୋକେ ଦାବୀ କରିଛନ୍ତି l
ପ୍ରାପ୍ତ ସୂଚନା ନୁସାରେ ଗତ ବୁଧବାର ଦିନ,ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ର ତରଫରୁ ଚିଲିଗାଁ ଅଙ୍ଗନୱାଡି କେନ୍ଦ୍ର ଠାରେ ଶିଶୁ ଏବଂ ଗର୍ଭବତୀ ମାନଙ୍କୁ ପ୍ରତିଶୋଧକ ଟୀକାକରଣ କରା ଯାଇ ଥିଲା l ଅଙ୍ଗନୱାଡି କର୍ମୀ ରାୟବାରୀ ସୋରିଙ୍କ ସହ ଏଏନଏମ ରେବତୀ ନାୟକ ଅଙ୍ଗନବାଡି କେନ୍ଦ୍ର ରେ ଶିଶୁ ଏବଂ ଗର୍ଭବତୀ ମାନଙ୍କୁ ଟୀକାକରଣ କରିଥିଲେ l ସର୍ବମୋଟ 14 ଜଣଙ୍କୁ ପ୍ରତିଷେଧକ ଟୀକା ଦିଆ ଯାଇଥିବା ବେଳେ 3 ଜଣ 1 ମାସ ର ଶିଶୁ ରହିଥିବା ନେଇ ବି ପି ଏମ ସୁଦୀପ୍ତ କୁମାର ରାଉତ ପ୍ରକାଶ କରିଛନ୍ତି l ଶିଶୁ ଙ୍କୁ ଡିଇଏନ 1 ପିସି ଭି 1, ଏଲପିଭି 1, ଓ ପିଭି 1, ରୋଟା 1 ଟୀକା 1ମାସ ଶିଶୁ ଙ୍କୁ ଦିଆ ଯାଇ ଥିବା ସେ ସୂଚନା ଦେଇଛନ୍ତି l ଗୁଣଧର କନିଅର ଙ୍କ ଏକ ମାସ 13 ଦିନ ର ଶିଶୁ ପୁତ୍ର ଙ୍କୁ ମଧ୍ୟ ଏ ଏନଏମ ରେବତୀ ନାୟକ ଟୀକା ଦେଇ ଥିଲେ l ଟୀକା ନେବା ପରେ ଶିଶୁ ପୁତ୍ର କୁ ପ୍ରବଳ ଜ୍ୱର ହେବା ସହ ହାକୁଟି ହେବାରୁ ପରିବାର ଲୋକେ 108 ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରିବା ପରେ ଡାକ୍ତର ସନ୍ଦୀପ ଶତପଥୀ ଶିଶୁ ପୁତ୍ର ର ଚିକିତ୍ସା କରିଥିଲେ l ଚିକିତ୍ସା ଧୀନ ଅବସ୍ଥା ରେ ଶିଶୁପୁତ୍ର ଆଖିବୁଜି ଦେବାରୁ ପରିବାର ଲୋକେ ଭାଙ୍ଗି ପଡିବା ସହ ଟୀକାକରଣ କରି ଥିବା ଏଏନଏମ ଏବଂ ସ୍ଵାସ୍ତ୍ୟ ବିଭାଗ କୁ ଦାୟୀ କରିଛନ୍ତି l ଏହାର ଉଚ୍ଚ ସ୍ଥରୀୟ ତଦନ୍ତ କରି ଉଚିତ ପଦକ୍ଷେପ ନେବା କୁ ପରିବାର ଲୋକେ ଦାବୀ କରିଛନ୍ତି l
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ