ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାଉରକେଲା: ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ସେକ୍ଟର ୨୧ ସ୍ଥିତ ଗୋପବନ୍ଧୁ ହୋମିଓପାଥିକ ମେଡ଼ିକାଲ କଲେଜ ଠାରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ କଲେଜର ଛାତ୍ରୀ ଆଦ୍ୟା ଅଭୟିନୀ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବନ ସଂରକ୍ଷକ ରବି ମୀନା, ସମ୍ମାନିତ ଅତିଥି ଭାବେ ରେଞ୍ଜର ଶୁଚିସ୍ମିତା ଦାସ,ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ଉପସଭାପତି, କବି ତଥା ଅନୁଷ୍ଠାନର ଉପଦେଷ୍ଟା କୁଞ୍ଜବିହାରୀ ରାଉତ,ରାଉଣ୍ଡ ଟେବୁଲ୍ ୩୦୭ ର ଅଧ୍ୟକ୍ଷ ସିନ୍ ଆନନ୍ଦ,ଲେଡିଜ ସର୍କଲ ୧୭୨ ର ତନିଶା ଆନନ୍ଦ, ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ ମହମ୍ମଦ ଅବଦୁଲ କରିମ୍, ବରିଷ୍ଠ ଅଧ୍ୟାପକ ଡା ଅନିଲ କୁମାର ମିଶ୍ର,ଡା ଅଜୟ କୁମାର ବିଶ୍ବାଳ,ହାପି ମୋମେଣ୍ଟସ ଇଣ୍ଡିଆ ର ମହିଳା ଅଧ୍ୟକ୍ଷା ଗ୍ରେସୀ ଡେଭିଡ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ ର ଆବଶ୍ୟକତା,ପ୍ରଦୁଷଣ ରୋକିବା ପାଇଁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ, ବୃକ୍ଷ କିପରି ମା ପରି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସମସ୍ତ ଅତିଥି, ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନେ ପ୍ରାୟ ୨୦୦ଟି ବିଭିନ୍ନ ଫଳନ୍ତି, ଔଷଧୀୟ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ସମସ୍ତ ଅତିଥିଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ମେମୋଣ୍ଟୋ ଦିଆଯାଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ସୁଶ୍ରୀ ଧନଲକ୍ଷ୍ମୀ ବେହେରା,ଡା ଦିବାକର ଦଳେଇ,ଡା ଅଶ୍ବିନୀ ସାହୁ, ଅଳକାନନ୍ଦା ସ୍ବାଇଁ,ଲେଡିଜ ସର୍କଲ ୧୨୦ ର ଶୀତଲ ବାଗାଡିଆ, ନୀଲମ ଆନନ୍ଦ, ଛାତ୍ର ସଂଘ ସଭାପତି ମୁକେଶ କୁମାର ମଲ୍ଲିକ,ଅମିତ କୁମାର ବେହେରା,ମନିଷା ମାହେଶ୍ୱରୀ,ରାଉଣ୍ଡ ଟେବୁଲ୍ ୧୯୪ ର ଗୈ।ରବ ବାଗାଡିଆ, ଜଙ୍ଗଲ ବିଭାଗ ତରଫରୁ ବିଜୟ କଲେତ, ଗୀତା ଏକ୍କା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ବୃକ୍ଷରୋପଣ ସହ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‍ର ‘ନିରୋଗଶାଳା’ 

Sunil Chandra Nayak

ଶବ ରଖି ଥାନା ସମ୍ମୁଖରେ ଧାରଣା 

masiha

ଗୋତୋମୁଣ୍ଡା ଗ୍ରାମ ପଞ୍ଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!