ଵିଞ୍ଜଧର ଜଳପ୍ରପାତ ଉନ୍ନତିକରଣ ରେ ଦୁର୍ନିତି ର ଗନ୍ଧ ନେଇ ବିଜେପି ଫ୍ୟାକ୍ଟ କମିଟିର ପରିଦର୍ଶନ;ଵ୍ଯାପକ ଦୁନ୍ନିତିର ଗନ୍ଧ ନେଇ ଗର୍ଜିଲା ବିଜେପି; ଡିଏଫଓ ଲୁଚୁଛନ୍ତି; ଫଳକ ଅଛି, ଲେଖା ନାହିଁ;ସ୍ଥାନୀୟ ଶ୍ରମିକଙ୍କୁ କାମ ନାହିଁ
ରାଇରଙ୍ଗପୁର – ୧୪/୦୭। ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅନ୍ତର୍ଗତ ଵିଜାତଳା ବ୍ଳକର ସରଗଡା ଗ୍ରାମ ପଞ୍ଚାୟତର ଦୁର୍ଗମ ବଣ ଜଙ୍ଗଲ ଘେରା ମଧ୍ୟରେ ପ୍ରକୃତିର ଅବଦାନ ଵିଞ୍ଜଧର ଜଳପ୍ରପାତ ଅବସ୍ଥିତ ।ଦିର୍ଘବର୍ଷ ଧରି ଜଙ୍ଗଲ ବିଭାଗ ଏବଂ ସରକାରଙ୍କ ଆଢ଼ୁଆଳରେ ଏହା ଅଣଦେଖା ହୋଇଥିଲା ।ପରେ ପରିବେଶବିତ୍ , ଗଣମାଧ୍ୟମରେ ବିଞ୍ଜଧର ଜଳପ୍ରପାତ ର ଉନ୍ନତିକରଣ ପ୍ରକାଶ ପାଇଲା ପରେ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏହାର ଉନ୍ନତିକରଣ ପାଇଁ ଅଣ୍ଟା ଭିଡ଼ି ଥିଲେ । ଵିଞ୍ଜଧର ଉନ୍ନତିକରଣ ତଥା ପାନୀୟ ଜଳ ପ୍ରକଳ୍ପ,ଆଲୋକ ବ୍ୟବସ୍ଥା,ପ୍ରତୀକ୍ଷାରେ,ରାସ୍ତା ନିର୍ମାଣ,ପାର୍କ ନିର୍ମାଣ କାମରେ ବ୍ୟାପକ ଦୁର୍ନିତି,ନିମ୍ନମାନର କାମ,ଅର୍ଥ ହରିଲୁଟ,ସ୍ଥାନୀୟ ଗରିବ ଶ୍ରମିକଙ୍କୁ କାମ ନ ଦେବା ଅଭିଯୋଗ ହୋଇଛି । ଖବର ପାଇ ଵିଜାତଳା ବ୍ଳକର ତୁଙ୍ଗ ବିଜେପି ଯୁବ ନେତା ସରୋଜ ମହାନ୍ତଙ୍କ ନେତୃତ୍ବରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସୋମବାର ଦିନ ଵିଞ୍ଜଦର ଜଳପ୍ରପାତ ଉନ୍ନତିକରଣ ସ୍ଥାନକୁ ଯାଇଥିଲେ ।ସେଠାରେ ବିଜେପି ନେତୃଵୃନ୍ଦ ନିମ୍ନ ମାନର କାମ, ବ୍ୟାପକ ହରିଲୁଟ, ରାସ୍ତା ନିର୍ମାଣ କ କଳାକାରନାମା, ସୂଚନାଫଳକ ଅଛି , ସୂଚନା ଲେଖା ଯାଇନାହିଁ , ସ୍ଥାନୀୟ ଶ୍ରମିକଙ୍କ ଅଣଦେଖା, ରାସ୍ତା ଅଣଓସାରିଆ, ୮ ଏମ ଏମ ରଡରେ ଘରର କଲମ ନିର୍ମାଣ ଦେଖି ହତଵାକ୍ ହୋଇ ପଡ଼ିଥିଲେ । ରାଇରଙ୍ଗପୁର ବନଖଣ୍ଡ ଡିଏଫଓ ସୁଵ୍ରତ ପାତ୍ରଙ୍କୁ ପୂର୍ବଦିନ ଜଣାଇଥିଲେ ମଧ୍ୟ ମିଥ୍ୟା ପ୍ରତିଶ୍ରୁତି ଦେଇ କର୍ମଚାରୀ ଓ ଠିକାଦାରଙ୍କୁ ପଠାଇ ନ ଥିଲେ ।ଯାହାକୁ ନେଇ ବିଜେପି ନେତୃଵୃନ୍ଦ କ୍ଷୋଭ କରିବା ସହ ଘଟଣାକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ , ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ସାରସକଣା ବିଧାୟକ ଭାଦଵ ହାଁସଦା଼ଙ୍କୁ ଅବଗତ କରାଇବେ ।ଵିଶେଷତଃ ଅଞ୍ଚଳର ବିକାଶ ରେ ବାଧା ସୃଷ୍ଟି କରୁଥିବା ଦୁର୍ନିତିଗ୍ରସ୍ତ ଵନଵିଭାଗ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି ଗଣମାଧ୍ଯମ ଜରିଆରେ ସରୋଜ ମହାନ୍ତି ଅସନ୍ତୋଷ ଝାଡିଛନ୍ତି ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

