ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନାମ୍ପୋରେ ଗୁଣ୍ଡିଚା ରଥ ଯାତ୍ରା ମହା ଆଡମ୍ବରରେ ପାଳିତ

ନାମ୍ପୋରେ ଗୁଣ୍ଡିଚା ରଥ ଯାତ୍ରା ମହା ଆଡମ୍ବରରେ ପାଳିତ 

ଜଳେଶ୍ଵର,୧୬/୭(ମନିସ)-ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋରେ ଗୁଣ୍ଡିଚା ରଥ ଯାତ୍ରା ମହା ଆଡମ୍ବରରେ ଆଜି ପାଳିତ ହୋଇଯାଇଛି। ସୁଗୋ ପଂଚାୟତର ବାଣିଦା ଛକ ନିକଟରୁ ସୁସଜ୍ଜିତ ରଥରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହକୁ ରଖାଯିବା ପରେ ମନ୍ଦିର କମିଟି ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀତାକାନ୍ତ ଜେନାଙ୍କ ଦ୍ୱାରା ଛେରା ପହଁରା ନୀତି ସମ୍ପନ୍ନ କରାଯାଇଥିଲା। ଶ୍ରଦ୍ଧାଳୁ ଭକ୍ତମାନେ ଉକ୍ତ ରଥକୁ ସଂକୀର୍ତ୍ତନ ଓ ହୁଳ ହୁଳି ମଧ୍ୟରେ ପ୍ରାୟ ୧ କିମି ଦୂରରେ ଅବସ୍ଥିତ ନାମ୍ପୋ ହାଟ ନିକଟରେ ଥିବା ଜଗଦ୍ଧାତ୍ରୀ ମଣ୍ଡପ ନିକଟକୁ ଟାଣି ଟାଣି ଆଣିଥିଲେ।ସେଠାରେ ରଥ ଟଣ। କାର୍ଯ୍ୟକ୍ରମ ଶେଷ ହେବା ପରେ ମାଉସୀ ମା ମନ୍ଦିରରେ ତିନି ବିଗ୍ରହକୁ ରଖା ଯାଇଛି।ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ବର୍ଗତ ଧନେଶ୍ୱର ପଣ୍ଡା ଓ ତାଙ୍କ ପତ୍ନୀ ସନ୍ଧ୍ୟା ରାଣୀ ପଣ୍ଡାଙ୍କ ପ୍ରଚେଷ୍ଟାରେ ଏହି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ସର୍ବ ପ୍ରଥମେ ସ୍ବର୍ଗତ ରାଧାକୃଷ୍ଣ ରଣାଙ୍କ ଦ୍ୱାରା ଏହି ତିନି ବିଗ୍ରହ ନିର୍ମିତ ହୋଇଥିଲା।୨୦୧୫ ମସିହା ଠାରୁ ଲଗାତାର ଭାବେ ଦୀର୍ଘ ୧୨ ବର୍ଷ ଧରି ଏହି ରଥ ଯାତ୍ରା ହୋଇ ଆସୁଥିବା ବେଳେ କମିଟିର ଉପସଭାପତି ଅନନ୍ତ କୁମାର ମହାନ୍ତି,ସମ୍ପାଦକ ପ୍ରଫୁଲ୍ଲ କୁମାର ଗିରି,ସହ ସମ୍ପାଦକ ଚନ୍ଦ୍ର ଶେଖର ଚନ୍ଦ, କୋଷାଧ୍ୟକ୍ଷ ପଙ୍କଜ ପଣ୍ଡା,ସଭ୍ୟ ବାଞ୍ଛାନିଧି ଶୁର,ରାଧାଶ୍ୟାମ ମହାପାତ୍ର,ନାରାୟଣ ଚନ୍ଦ୍ର ପ୍ରାମାଣିକ,ସରୋଜ ଷଡ଼ଙ୍ଗୀ ଓ ଜଗଦୀଶ ରଣାଙ୍କୁ ନେଇ ଗଠିତ ୧୦ ଜଣିଆ କମିଟି ଆଜିର ରଥ ଯାତ୍ରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ପୂଜକ ବାବି ପତି ପୂଜା ଅର୍ଚ୍ଚନା କରିଥିବା ବେଳେ କୁନି ପଣ୍ଡା ସମସ୍ତ ଭୋଗ ପ୍ରସ୍ତୁତ କରିବା ପରେ ତାହା ତିନି ବିଗ୍ରହ ନିକଟରେ ଲଗା ଯାଇଥିଲା।।।ପାଖାପାଖି ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ମହାପ୍ରଭୁଙ୍କ ରଥ ଯାତ୍ରାରେ ସାମିଲ ହୋଇଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ଚୁରାପାହାଡ଼ରେ ମହାଦେବଙ୍କ ବିବାହ ଉତ୍ସବ: ବରାତିରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

Sunil Chandra Nayak

କମର୍ସ ଗାଇଡେନ୍ସ ପକ୍ଷରୁ ଅଗ୍ରପୂଜ୍ୟଙ୍କ ପୂଜା ମହାସମାରୋହରେ ପାଳିତ

masiha

ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ଆଖପାଖ ଅଞ୍ଚଳରେ ଭକ୍ତିଭାବର ସହ ପାଳିତ ହେଲା ପବିତ୍ର ବାହୁଡ଼ା ଯାତ୍ରା

Sunil Chandra Nayak

Leave a Comment

error: Content is protected !!