ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସ୍ଥାନରେ ଆୟୋଜିତ ପବିତ୍ର ରଥଯାତ୍ରା ମହୋତ୍ସବରେ ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତୀଙ୍କ ଯୋଗଦାନ

ବିଭିନ୍ନ ସ୍ଥାନରେ ଆୟୋଜିତ ପବିତ୍ର ରଥଯାତ୍ରା ମହୋତ୍ସବରେ ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତୀଙ୍କ ଯୋଗଦାନ

ରାଉରକେଲା : ଆଜି ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଏହି ଅବସରରେ ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଇସ୍ପାତ ସହରାଞ୍ଚଳ ସମେତ ଲାଠିକଟା ଏବଂ ସାରନଗରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ରଥଯାତ୍ରା ଆୟୋଜିତ ହୋଇଅଛି । ଆଜିର ଏହି ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ପ୍ରଥମେ ସେକ୍ଟର-୩ ସ୍ଥିତ ଐରାବନ୍ଧ ଜଗନ୍ନାଥ ମନ୍ଦିର କମିଟି ଦ୍ୱାରା ଆୟୋଜିତ ରଥଯାତ୍ରାରେ ଯୋଗଦେଇ ତିନି ଠାକୁରଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିବା ସହିତ ଅଞ୍ଚଳର ସମସ୍ତ ଆବାଳ ବୃଦ୍ଧବନିତାଙ୍କ ମଙ୍ଗଳ କାମନା ମଧ୍ୟ କରିଥିଲେ । ଏହାପରେ ବିଧାୟକ ଶ୍ରୀ ତନ୍ତୀ ଇସ୍ପାତ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିବା ରଥଯାତ୍ରାରେ ସାମିଲ ହୋଇଥିଲେ । ଏତଦ ବ୍ୟତୀତ ବିଧାୟକ ସାରନଗରୀ ଏବଂ ଲାଠିକଟା ଆଦି ଅଞ୍ଚଳରେ ଅନୁଷ୍ଠିତ ଏକାଧିକ ରଥଯାତ୍ରା ଉତ୍ସବରେ ମଧ୍ୟ ଯୋଗଦେଇ ତିନି ଠାକୁରଙ୍କ ପୂଜାର୍ଚ୍ଚନା କରିବା ସହିତ ରଥ ଟାଣିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଜିଠାରୁ ପୁଣି ଦୁଲୁକିବ ଚଇତି ମଞ୍ଚ। – ରଙ୍ଗାରଙ୍ଗ କାର୍ଯକ୍ରମରେ ପୁଣି ଦୁଲିକିବ ଚଇତି ମଞ୍ଚ

masiha

ମା’ ମହୁରୀ କାଳୁଆ ପୀଠରେ କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସ ବିଏଲଏ-2 ପକ୍ଷରୁ ସମ୍ୱର୍ଦ୍ଧନା ସଭା

Sunil Chandra Nayak

ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରତ୍ୟାହାର ଓ ବୈଜ୍ଞାନିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଦାବୀ

Sunil Chandra Nayak

Leave a Comment

error: Content is protected !!