ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇ.ଏ. ଟି ଫୋଉଣ୍ଡେସନ ପକ୍ଷରୁ ଏକ ଭବ୍ୟ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ 

ଇ.ଏ. ଟି ଫୋଉଣ୍ଡେସନ ପକ୍ଷରୁ ଏକ ଭବ୍ୟ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ 

ବ୍ରହ୍ମପୁର, ୧୭/୭ : ପବିତ୍ର ରଥଯାତ୍ରା ଅବସରରେ ବ୍ରହ୍ମପୁର ଗୋସାଇଁନୂଆଗାଁ ସ୍ଥିତ ଗୁଣ୍ଡିଚା ମନ୍ଦିର ଛକ ଠାରେ ଏକ୍ ଅନୋଖା ତରିକା (ଇ.ଏ. ଟି ଫୋଉଣ୍ଡେସନ ) ପକ୍ଷରୁ ଏକ ଭବ୍ୟ ମିଷ୍ଟାନ୍ନ ବଣ୍ଟନ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରେମର ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ବଣ୍ଟନ ହୋଇଥିବା ପ୍ରତ୍ୟେକ ମିଠାରେ ଥିଲା ପ୍ରେମ, ଦୟା ଓ ଏକତାର ବାର୍ତ୍ତା । ଭକ୍ତମାନଙ୍କ ମୁହଁରେ ହସ ଦେଖି ଫାଉଣ୍ଡେସନର କାର୍ଯ୍ୟକର୍ତ୍ତା ମାନେ ଅନୁଭବ କରିଥିଲେ ଯେ, ନିଷ୍କାମ ଭାବରେ ମାନବ ସେବା ହିଁ ସବୁଠାରୁ ବଡ଼ ପୂଜା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ସମସ୍ତଙ୍କ ଜୀବନରେ ଶାନ୍ତି, ସୁଖ, ସୁସ୍ଥତା ଓ ସମୃଦ୍ଧି ଆଣିଦେଉ ବୋଲି ଫାଉଣ୍ଡେସନର କାର୍ଯ୍ୟକର୍ତ୍ତା ପ୍ରକାଶ କରିଛନ୍ତି । ଏ‌ହି କାର୍ଯ୍ୟକ୍ରମରେ ଏକ୍ ଅନୋଖା ତରିକା (ଇ.ଏ. ଟି ଫୋଉଣ୍ଡେସନ) ର ବି.ତନ୍ମୟ, ଏମ୍. କୁନାଲ, ରାଧେଶ୍ୟାମ ପାଣିଗ୍ରାହୀ, ପ୍ରବୀଣ ମିଶ୍ର, ସାଗର ପାତ୍ର, ସୋମେଶ ପଟ୍ଟନାୟକ, ଆଶୁତୋଷ ସେନାପତି, ପଞ୍ଚାନନ ପାତ୍ର, ବିଶ୍ୱନାଥ ଦାସ, ଏମ୍. ଜିନାଲ, ସୌରଭଜିତ ଦଳେଇ, ପ୍ରେମ୍ ବିଷୋୟୀ, କାରୀ ଶିବମ, ଆୟୁଷ ବର୍ଦ୍ଧନ, ପ୍ରତୀକ ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ ।

Related posts

ଉପ ଜିଲ୍ଲାପାଳଙ୍କ ମେଗା ଜଳଯୋଗାଣ ପ୍ରକଳ୍ପ ସ୍ଥଳ ପରିଦର୍ଶନ 

masiha

ନବରଙ୍ଗପୁର ଠାରେ ଅମୃତ କାଳ ସାଂସ୍କୃତିକ ସମାରୋହ ଉଦଘାଟିତ 

ଗାରୀଡି ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

masiha

Leave a Comment

error: Content is protected !!