ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁକ୍ତିରାଣୀ ଦେବତା ଙ୍କ କବିତା ସତ୍ୟମ ଶିବମ ସୁନ୍ଦରମ୍

ସତ୍ୟମ ଶିବମ ସୁନ୍ଦରମ୍

 

ଆହେ ସଦାଶିବ ପ୍ରଭୁ ଶଙ୍କର

ପାରିକର ମୋ ଜୀବନ ଚକର

ତୁମରି ଆଶିଷ ଥିଲେ ଯେ ସଦା

ଜୀବନେ ଆସେନି କେବେବି ବାଧା ।।

 

ହୃଦୟରେ ମୋର ତୋଳିଛ ଘର

ଘର ନୁହେଁ ସେ ମୋ ପୂଜା ମନ୍ଦିର

ଜନ୍ମଜନ୍ମ ପାଇଁ ଆମ ବନ୍ଧନ

ସାଜନ୍ତି କି ତୁମ ମଥା ଚନ୍ଦନ ।।

 

ତୁମେ ମୋର ବନ୍ଧୁ ଅଟ ଯେ ସଖା

ଦେବନାହିଁ ମୋତେ କେବେ ଯେ ଧୋକା

ତୁମରି ପ୍ରେମରେ ପଡିଛି ବନ୍ଧା

ତୁମ ସାଥେ ମୋ ମନ ଯେ ଛନ୍ଦା ।।

 

ଧନଜନ ସବୁ ଅଟେ ଅସାର

ତୁମରି ଭଜନ ଏକା ହିଁ ସାର

ସଂସାର ନାଆରେ ତୁମେ ନାଉରୀ

ତୁମରି କୋଳରେ ଯାଆନ୍ତି ମରି ।।

 

ସବୁ ସଫଳତା ତୁମରି ଲାଗି

ତୁମେ ଏକା ପ୍ରଭୁ ଅଟଇ ଯୋଗୀ

ସୁଖଦୁଃଖ ଭରା ଏଇ ଦୁନିଆଁ

ମରିଗଲେ ଦେହେ ଦେବେରେ ନିଆଁ ।।

                     ମୁକ୍ତିରାଣୀ ଦେବତା

                   ମନ୍ଦାରଖଣ୍ଡ,ଯାଜପୁର

Related posts

ବିବାଦୀୟ ଅଧିକାରୀ ଙ୍କ ବିରୋଧରେ ଖବର ପ୍ରକାଶ ପାଇବା ୧୫ ଦିନ ରେ ବଦଳି, ମାସେ ରେ ପଦୋନ୍ନତି ?

Sunil Chandra Nayak

ତାଳଚେର ବିମଳାଗଡ ରେଳପଥ ର ଅହେତୁକ ବିଳମ୍ବ ପାଇଁ ଗଣଆନ୍ଦୋଳନ ପାଇଁ ଆହ୍ବାନ

Sunil Chandra Nayak

ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ୨୦୨୨ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ

Sunil Chandra Nayak

Leave a Comment

error: Content is protected !!