ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ପକ୍ଷରୁ ମନ କି ବାତ” କର୍ମଶାଳା  ଅନୁଷ୍ଠିତ 

ଭାରତୀୟ ଜନତା ପାର୍ଟି ପକ୍ଷରୁ ମନ କି ବାତ” କର୍ମଶାଳା  ଅନୁଷ୍ଠିତ 

 ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ ଜିଲ୍ଲାସ୍ତରୀୟ “ମନ କି ବାତ” କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଜିଲ୍ଲା ସଭାପତି ଦଳର ସାଙ୍ଗଠନିକ ସୁଦୃଢତା, “ମନ କି ବାତ” କାର୍ଯ୍ୟକ୍ରମର ବ୍ୟାପକ ପ୍ରସାର ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣମୂଳକ ଚିନ୍ତାଧାରାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ନେଇ ବିସ୍ତୃତ ଭାବେ ନିଜର ବକ୍ତବ୍ୟ ରଖିଥିଲେ ।କର୍ମଶାଳାରେ ରାଜ୍ୟ ଉପସଭାପତି ଶ୍ରୀ ଭବେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ନମିତା ରାଣୀ ସାହୁ, ଜୁନାଗଡ଼ ବିଧାନସଭାର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ମନୋଜ ମେହେର, ଲାଞ୍ଜିଗଡ଼ ବିଧାନସଭାର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ରମେଶ ମାଝୀ, ନର୍ଲା ବିଧାନସଭାର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଅନିରୁଦ୍ଧ ପ୍ରଧାନ ଏବଂ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ଭାରତୀୟ ଜନତା ଯୁବ ମୋର୍ଚ୍ଚା ଶ୍ରୀ ଦୀପଜ୍ୟୋତି ମୁଣ୍ଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିଥିଲେ। ସେମାନେ “ମନ କି ବାତ” କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ସହିତ ସମାଜର ପ୍ରତ୍ୟେକ ସ୍ତରର ଲୋକଙ୍କୁ ଏହା ସହ ଯୋଡ଼ିବା ନିମନ୍ତେ ଆହ୍ୱାନ ଦେଇଥିଲେ।

କର୍ମଶାଳାରେ “ମନ କି ବାତ” କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ସଂଗଠନାତ୍ମକ ରୂପରେଖା ଓ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ ଜିଲ୍ଲାର ଅନ୍ୟତମ ସାଧାରଣ ସମ୍ପାଦକ ତଥା ଜିଲ୍ଲା “ମନ କି ବାତ” ସଂଯୋଜକ ଶ୍ରୀ ହିମାଂଶୁ ପଣ୍ଡା। ସେ ଆଗାମୀ ଦିନରେ ପ୍ରତ୍ୟେକ ଶକ୍ତିକେନ୍ଦ୍ର ଓ ବୁଥ ସ୍ତରରେ “ମନ କି ବାତ” କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଆବଶ୍ୟକ ଦିଗନିର୍ଦ୍ଦେଶ ପ୍ରଦାନ କରିଥିଲେ।

ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ଦୁର୍ଗା ସୁଚାରୁ ରୂପେ ପରିଚାଳନା କରିଥିଲେ। ଉକ୍ତ କର୍ମଶାଳାରେ ଜିଲ୍ଲା ଉପସଭାପତି ଶ୍ରୀ ପଦ୍ମଲୋଚନ ମିଶ୍ର, ଶ୍ରୀ ଜୟଶଙ୍କର ନାଏକ, ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ସୁକାନ୍ତି ସା ଓ ଶ୍ରୀମତୀ ସନ୍ତୋଷୀ ଦାସ, ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ ବିଶି ଓ ଶ୍ରୀ ବିଜୟଦେବ ସାହୁ, କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ଶ୍ରୀ ସୁଧୀର ମୁଣ୍ଡ, ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ଶ୍ରୀ ବିଷ୍ଣୁ ନାଏକ, ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ କାଞ୍ଚନ ବାଗ, ଜିଲ୍ଲା କୋଷାଧକ୍ଷ ଶ୍ରୀ ପ୍ରମୋଦ ଜୈନ,ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ, ମଣ୍ଡଳ “ମନ କି ବାତ” ସଂଯୋଜକ ଏବଂ ବହୁ ସଂଖ୍ୟକ ବରିଷ୍ଠ ନେତା ଓ ନେତ୍ରୀମାନେ ଉପସ୍ଥିତ ରହି କର୍ମଶାଳାକୁ ସଫଳ ମଣ୍ଡିତ କରିଥିଲେ।ପରିଶେଷରେ ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ “ମନ କି ବାତ” କାର୍ଯ୍ୟକ୍ରମକୁ ଜନଆନ୍ଦୋଳନର ରୂପ ଦେବା ସହ ଏହାର ସକାରାତ୍ମକ ବାର୍ତ୍ତାକୁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆହ୍ୱାନ ଜଣାଇଥିଲେ। ଧନ୍ୟବାଦ ଭାଷଣ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର ମନ କି ବାତ ସଂଯୋଜକ ଶ୍ରୀ ତୋଫାନ ସୁନାନୀ ଦେଇଥିଲେ l

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଡାବୁଗାଁ ବ୍ଲକ ଗିର୍ଲା ଠାରେ ବିଜେଡିର ବ୍ଲକ ସ୍ତରୀୟ ମହିଳା ସମାବେଶ

Sunil Chandra Nayak

ପବିତ୍ର ଦଶହରା ଉପଲକ୍ଷେ ବିଜେପି ନେତାଙ୍କ ବନ୍ଧୁ ମିଳନ

masiha

ବିଜେପି ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!