ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମାରୀ ରୁ ନାରୀ ସଚେତନତା କାର୍ଯ୍ୟକ୍ରମ

କୁମାରୀ ରୁ ନାରୀ ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା : ଇନର୍ ହ୍ୱିଲ୍ କ୍ଲବ୍ ଅଫ୍ ରାଉରକେଲା ମିଡ୍‌ଟାଉନ୍ ପକ୍ଷରୁ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ “କୁମାରୀରୁ ନାରୀ” ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରୀ ଯୋଗଦେଇ ଋତୁସ୍ରାବ ସ୍ୱଚ୍ଛତା, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛ ଜୀବନଶୈଳୀ ସମ୍ପର୍କରେ ସଚେତନ ହୋଇଥିଲେ। ଉପସ୍ଥିତ ସମସ୍ତ ଛାତ୍ରୀଙ୍କୁ ସାନିଟାରି ନାପକିନ୍ ପ୍ୟାକେଟ୍, ବିସ୍କୁଟ୍ ଓ କେକ୍ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କ୍ଲବ୍‌ର ସଭାନେତ୍ରୀ କିରଣବାଳା ଦାସ, ସଚିବ ସୌଦାମିନୀ ସିଂହ, ସମ୍ପାଦିକା ମଞ୍ଜୁ ରାଣୀ ମେହେର, ପରାମର୍ଶଦାତ୍ରୀ ରୁଣା ମହାନ୍ତି ଏବଂ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ପରମାର ଓ ଆରତି ମହାନ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରୀମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଲାୟନସ୍ କ୍ଲବ୍ ର ନୂତନ କର୍ମକର୍ତ୍ତା ଚୟନ , ଜଗନ୍ନାଥ ମହାପାତ୍ର ପୁନର୍ବାର ପଞ୍ଚମ ଥର ପାଇଁ ସଭାପତି 

ଧର୍ମଗଡ଼ ବିଧାନସଭା ଉନ୍ନୟନ ବୈଠକ “ସରକାରୀ ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ ନ ହେଲେ ଆଗାମୀ ଦିନରେ ସଂପୃକ୍ତ ଅଧିକାରୀ ମାନେ ଦାୟୀ ରହିବେ। “ବିଧାୟକ ସୁଧୀର ପଟ୍ଟଯୋଷୀ

masiha

ବ୍ରହ୍ମପୁର ଜିଲ୍ଲା ପୋଲିସ ସମସ୍ତ ଥାନାରେ ରୋଲ କଲ୍ ଏବଂ ବ୍ରିଫିଂ ପରେଡ୍ ପରିଚାଳନା 

Leave a Comment

error: Content is protected !!