ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ରେ ଆଇପିଏଲ୍ ବେଟିଂ: ଜଣେ ଗିରଫ, ୭୫ ହଜାର ଟଙ୍କା ଜବତ

ଆଇପିଏଲ୍‌କୁ ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ବେଟିଂ ଚାଲିଥିବା ବେଳେ ଜଣଙ୍କୁ ଗିରଫ କରିଛି ପୁଲିସ୍। ତାଙ୍କ ନାଁ ରାକେଶ ଚୌଧୁରୀ। ତାଙ୍କ ଠାରୁ ୭୫ ହଜାର ଟଙ୍କା, ୭ଟି ମୋବାଇଲ, ଲାପଟପ, ଟଙ୍କା ଗଣିବା ମେସିନ୍‌ ସହିତ ବହୁ କାଗଜପତ୍ର ଜବତ କରାଯାଇଛି।

ଧର୍ମଗଡ଼ ଡିଏସ୍‌ପି ଧୀରଜ କୁମାର ଚୋପଦାରଙ୍କ ନେତୄତ୍ୱରେ ଏକ ଟିମ ଧର୍ମଗଡ଼ ସହରର କେନ୍ଦୁମୁଣ୍ଡି ପଡ଼ାରେ ଏହି ଚଢ଼ାଉ କରିଥିଲା।

ଧର୍ମଗଡ଼ ଆଇଆଇସି ରଶ୍ମିତା ପ୍ରଧାନ କହିଛନ୍ତି, ବେଟିଂ ନେଇ ଆମ ପାଖକୁ ସୂଚନା ଆସିଥିଲା। ତା’ପରେ ଆମେ ରେଡ୍ କରିଥିଲୁ। ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି। ସେହିପରି ତାଙ୍କ ସହିତ ଆଉ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେ ନେଇ ତଦନ୍ତ ଚାଲିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଭତରା ସମାଜ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଯୋଗ ନବାକ୍ଷରୀ

Sunil Chandra Nayak

ଲଡ଼ୁଗାଁ ଆମ୍ବେଦକର ଭବନ ଠାରେ ୭୩ ତମ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!