ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ମଦ ଦୁକାନ କୁ ବିରୋଧ 

ନୂତନ ମଦ ଦୁକାନ କୁ ବିରୋଧ 

ନୂଆପଡା,(ସୁଜିତ କୁମାର ପ୍ରଧାନ ):ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ଆମ୍ବେଦକର ଛକରେ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଆଜି ସ୍ଥାନୀୟ ଏସଏଚଜି ମହିଳାମାନେ ତାତିଛନ୍ତି। ମହିଳାମାନେ ଶୋଭାଯାତ୍ରା କରିବା ସହ ବିଦେଶୀ ମଦ ଦୋକାନକୁ ଘେରାଓ କରି ତୁରନ୍ତ ଉଚ୍ଛେଦ ଦାବି କରିଥିଲେ।ଖଡ଼ିଆଳ ସହରର ଆମ୍ବେଦକର ଛକ ଏକ ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ସ୍ଥାନ। ଏଠାରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସହ ରାଜା ଏ.ଟି. ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ବସଷ୍ଟାଣ୍ଡ ଏବଂ ଅନେକ ମେଡିକାଲ ଓ କ୍ଲିନିକ ରହିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ଛକ ଉପରେ ବିଦେଶୀ ମଦ ଦୋକାନ ଖୋଲିବା ଫଳରେ ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକଙ୍କ ଉପରେ କୁପ୍ରଭାବ ପଡୁଛି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି।ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ମହିଳାମାନେ ପୂର୍ବରୁ ନୂଆପଡ଼ା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ। ହେଲେ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ବୁଧବାର ଆମ୍ବେଦକର ଛକରୁ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ବିଦେଶୀ ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତୁରନ୍ତ ଦୋକାନ ଉଚ୍ଛେଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।ପ୍ରତିବାଦରେ ଯୋଗ ଦେଇଥିବା ମହିଳାମାନେ କହିଛନ୍ତି ଯେ, ବିଦ୍ୟାଳୟ ଓ ସାର୍ବଜନୀନ ସ୍ଥାନ ନିକଟରେ ମଦ ଦୋକାନ ରହିବା ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ। ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ନନେଲେ ସେମାନେ ବ୍ୟାପକ ଆନ୍ଦୋଳନ କରିବେ।

Related posts

ଗୁଡ଼ାରି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ତରାପୁର ଠାରେ କୋଶଲା ମାଳୀ ସମାଜ ବାର୍ଷିକ ସାଧାରଣ ବୈଠକ 

masiha

ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ । ବାଜା ସାଲ ଓ ଢୋଲ ମହୁରୀ ରେ ଦୁଲୁକିଲା ମଞ୍ଚ

Sunil Chandra Nayak

Leave a Comment

error: Content is protected !!