ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ତ୍ରିରଙ୍ଗା ଜାତୀୟ ପତାକା ଦିବସ ପାଳିତ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ତ୍ରିରଙ୍ଗା ଜାତୀୟ ପତାକା ଦିବସ ପାଳିତ

ଭବାନୀପାଟଣା ତା :୨୨/୦୭/୨୦୨୬ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ତ୍ରିରଙ୍ଗା ଜାତୀୟ ପତାକା ଦିବସ ପାଳିତ ହୋଇଯାଇଛି | ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଆମର ଗର୍ବ “ତ୍ରିରଙ୍ଗା’ କୁ ଆମ ଦେଶର ଜାତୀୟ ପତାକା ଭାବରେ ସରକାରୀ ସ୍ୱୀକୃତି ପାଇଥିଲା | ପ୍ରଥମ କେଶରୀ ରଙ୍ଗ ଏହା ତ୍ୟାଗ ଏବଂ ବୀରତ୍ୱ ପ୍ରତୀକ | ମଧ୍ୟମ ରଙ୍ଗ ଧଳା ଶାନ୍ତି ଏବଂ ପବିତ୍ରତା ର ସୂଚକ ଅଟେ ଏବଂ ଶେଷ ରଙ୍ଗ ସବୁଜ ଦେଶର ସମୃଦ୍ଧି ଏବଂ ପ୍ରଗତିକୁ ଦର୍ଶାଏ ଓ ଅଶୋକ ଚକ୍ରରେ ଥିବା ୨୪ ଟି ଅର ଯାହା ମନୁଷ୍ୟକୁ ଜୀବନରେ ସର୍ବଦା ଆଗକୁ ବଢିବା ପାଇଁ ଏବଂ ଧର୍ମ ପଥରେ ଚାଲିବା କୁ ପ୍ରେରଣା ଦେଇଥାଏ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ ଓ ଜାତୀୟ ପତାକା ଦିବସ ଆମକୁ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବଳିଦାନ ଏବଂ ଦେଶପ୍ରେମ କଥା ମନେ ପକାଇଥାଏ। ଏହି ଦିନ ଆମେ ଆମର ଜାତୀୟ ପତାକାକୁ ସମ୍ମାନ ଜଣାଇ ଦେଶର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଶପଥ ନେଇଥାଉ ବୋଲି ବିଶିଷ୍ଠ ଶିଶୁ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ସମ୍ବୋଧନ ଦେଇଥିଲେ | ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ | ଜାତୀୟ ସଂଗୀତ ସହ ସଭା ସାଙ୍ଗ ହୋଇଥିଲା |

Related posts

ଦୁଇଦିନିଆ ମାଗଣା ଚେସ ତାଲିମ ଉଦଘାଟିତ 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ନୂଆଖାଇ ର ଭିନ୍ନ ପରମ୍ପରା… ଆଜି ଜୟନ୍ତପୁର ମହିମା ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ

Sunil Chandra Nayak

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନାହିଁ ମହାପ୍ରୟାଣ ଯାନ – ଘରୋଇ ଯାନକୁ ମୋଟା ଅଙ୍କ ଦେଇ ନେଉଥିବା ଅଭିଯୋଗ

masiha

Leave a Comment

error: Content is protected !!